ନୂଆପଡା : ରିପୋର୍ଟ ( ସୁରେଶ ଦଣ୍ଡସେନା )
ମହାନ ସ୍ୱାଧୀନତା ସଂଗ୍ରାମୀ ବୀର ଲାଲସାଏ ମାଝୀ ଙ୍କ ବଳିଦାନ ଓ ସଂଗ୍ରାମ କୁ ମନେ ପକାଇ ନୂଆପଡା ଜିଲ୍ଲା ର ଟାନୱାଟ ଠାରେ ସହିଦ ଲାଲସାଏ ମାଝୀ ସୃତି ପରିଷଦ ଓ ସମସ୍ତ ଗ୍ରାମବାସୀ ଦ୍ୱାରା କଣା ଭଇଁରା ମନ୍ଦିର ପରିସରରେ ଗୌରବ ଦିବସ ପାଳନ କରାଯାଇଛି।ପ୍ରଥମେ ନୂଆପଡା ସହରରୁ ମଶାଲ ଯାତ୍ରା ବାହାରି ଟାନୱାଟ ଗ୍ରାମ ରେ ପହଞ୍ଚିଥିଲା।ଚୂନ୍ନିଲାଲ ସାହୁ ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ କଳାହାଣ୍ଡି ସାଂସଦ ମାଳବିକା ଦେବୀ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ରୂପେ ନୂଆପଡା ବିଧାୟକ ଜୟ ଢୋଲକିଆ,କଳାହାଣ୍ଡି ପୁର୍ବତନ ସାଂସଦ ବସନ୍ତ ପଣ୍ଡା, ନୂଆପଡା ବ୍ଲକ ଅଧକ୍ଷା ତାରେଶ୍ବରୀ ସାହୁ, ଧରମବନ୍ଧା ସରପଞ୍ଚ ଭୂନେଶ୍ୱରୀ ଦଣ୍ଡସେନା, ବରିଷ୍ଠ ନେତା ପ୍ରଶ୍ନ ପାଢ଼ୀ, ଅଧିବାସୀ ନେତା ଘାସିରାମ ମାଝୀ,ଧନିରାମ ସାହୁ,ଉନୟନ ପରିଷଦ ର ଅଧକ୍ଷ ହୋମସିଂ ମାଝୀ ପ୍ରମୁଖ ଉପସ୍ଥିତ ହୋଇ ମଞ୍ଚାସିନ ହୋଇଥିଲେ।ଅତିଥି ମାନେ ସ୍ୱାଧୀନତା ସଂଗ୍ରାମୀ ବୀର ଲାଲସାଏ ମାଝୀ ଙ୍କ ଜୀବନୀ ତାଙ୍କ ତ୍ୟାଗ,ବଳିଦାନ କୁ ମନେ ପକାଇ ଉପସ୍ଥିତ ଲୋକଙ୍କୁ ମତବ୍ୟକ୍ତ କରିଥିଲେ।ଏହି ଗୌରବ ଦିବସ ଦ୍ୱତୀୟ ବର୍ଷ ପାଳନ ହୋଇଛି ଆଗାମୀ ଦିନରେ ଆହୁରି ଧୂମଧାମ ରେ ପାଳନ କରିବାକୁ ଲାଲସାଏ ସୃତି ପରିଷଦ ର ସଦସ୍ୟ ମନେ ମତ ରଖିଛନ୍ତି l ଏହି ଗୌରବ ଦିବସରେ ଶହ ଶହ ଲୋକ ଯୋଗଦାନ କରିଥିଲେ ଓ ବୀର ସ୍ୱାଧୀନତା ସଂଗ୍ରାମୀ ଲାଲସାଏ ମାଝୀ ଙ୍କୁ ମନେ ପକେଇଥିଲେ l
