ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ଜନସାଧାରଣଙ୍କୁ ସରକାରୀ ସେବା ସହଜ, ସୁବିଧାଜନକ ଓ ସୁଲଭ ଭାବରେ ଯୋଗାଇଦେବା ଲକ୍ଷ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୂଆପଡ଼ାଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ସୁନାବେଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ନିକଟରେ ଏକ ସ୍ୱତନ୍ତ୍ର ଆଧାର ଶିବିର ଆୟୋଜିତ ହୋଇଯାଇଛି।ଏହି ଶିବିରରେ ସୁନାବେଡ଼ା ଅଭାୟରଣ୍ୟର ବିଭିନ୍ନ ଉପତ୍ୟକାରେ ରହୁଥିବା ଲୋକମାନଙ୍କୁ କୋମନା ବ୍ଲକ ର ଆଧାର ଅପରେଟର ଓ ପ୍ରାଧିକରଣର ଅଧିକାର ମିତ୍ର ମାନଙ୍କ ଦ୍ଵାରା ଆଧାର ସମ୍ବନ୍ଧୀୟ ବିଭିନ୍ନ ସେବା ଯୋଗାଇ ଦିଆଯାଇଥିଲା।ବିଶେଷକରି ଦୁର୍ଗମ ଅଞ୍ଚଳର ଲୋକମାନେ ଯେପରି ଆଧାର ସେବା ପାଇଁ ଦୂରଦୂରାନ୍ତକୁ ଯିବାକୁ ବାଧ୍ୟ ନ ହୁଅନ୍ତି, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଥିଲା।ଏହି ଶିବିରରେ ୨୮ ଜଣ ନୂତନ ଆଧାର କାର୍ଡ ପାଇଁ ଆବେଦନ କରିଲେ।ଏହା ବ୍ୟତୀତ ୧୧ ଜଣ ଶିଶୁଙ୍କର ମାଣ୍ଡେଟୋରୀ ବାୟୋମେଟ୍ରିକ୍ ଅପଡେଟ୍ (MBU) କରାଗଲା, ଓ 7 ଜଣଙ୍କୁ ଅନ୍ୟାନ୍ୟ ଆଧାର ନବୀକରଣ ସମ୍ବନ୍ଧୀୟ ସେବା ପ୍ରଦାନ କରାଯାଇଥିଲା।ଗତ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ପ୍ରାଧିକରଣ ପକ୍ଷରୁ ଆୟୋଜିତ ମେଗା ଡ୍ରାଇଭ ରେ ଯେଉଁମାନଙ୍କୁ ନିଶୁଳ୍କ ଆଇନ ସେବା ପ୍ରଦାନ କରାଯାଇ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଜନ୍ମ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା, ସେହି ଶିଶୁମାନେ ନିଜ ଜନ୍ମ ପ୍ରମାଣପତ୍ର ପାଇବା ଦ୍ଵାରା ଆଧାର ପାଇଁ ଆବେଦନ କରିଥିଲେ।ଏହି ଶିବିର ମାଧ୍ୟମରେ ଆଧାର ପରିଚୟପତ୍ରରୁ ବଞ୍ଚିତ ଲୋକମାନଙ୍କୁ ନୂତନ ଆଧାର ଏବଂ ଶିଶୁମାନଙ୍କୁ ଆବଶ୍ୟକୀୟ ବାୟୋମେଟ୍ରିକ୍ ଅପଡେଟ୍ ସେବା ପ୍ରଦାନ କରାଯାଇଥିଲା।ସୁନାବେଡ଼ାରେ ଉପଯୁକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ କରି ଆଗକୁ ଏଭଳି ଆହୁରି ଆଧାର ଶିବିର ଆୟୋଜନ କରିବାକୁ ପ୍ରାଧିକରଣର ପ୍ରଚେଷ୍ଟା ରହିବ ବୋଲି ଏହାର ସଚିବ ନବନୀତା ଦାଶ ସୂଚନା ଦେଇଛନ୍ତି l
