ଖୋର୍ଦ୍ଧା ନଗର କଂଗ୍ରେସର କର୍ମୀ ସମ୍ମିଳନୀ:
ଆଗାମୀ ପୌନିର୍ବାଚନରେ ଦଳକୁ ସୁଦୃଢ କରିବା ଲକ୍ଷ୍ୟରେ ଖୋର୍ଦ୍ଧା ନଗର କଂଗ୍ରେସର ଏକ ବୈଠକ ଗତକାଲି ରବିବାର ତା ୧୩.୯.୨୦୨୬ସନ୍ଧ୍ୟା ସମୟରେ ଖୋର୍ଦ୍ଧା ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି। ନଗର ସଭାପତି ରଞ୍ଜିତ ମହାପାତ୍ରଙ୍କ ସଭାପିତ୍ବରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ୱାର୍ଡର କର୍ମକର୍ତ୍ତା ଯୋଗଦେଇଥିଲେ. ଏହି ବୈଠକ ରେ ଜିଲ୍ଲା ସଭାପତି ଶ୍ରୀ ରାଜୀବ ପଟ୍ଟନାୟକ ଯୋଗଦେଇ ପୌର ନିର୍ବାଚନ ପୂର୍ବରୁ ଦଳର ନେତା ଓ କର୍ମୀ ଙ୍କୁ ଲୋକ ଙ୍କ ପାଖକୁ ଯାଇ ତାଙ୍କର ମୌଳିକ ସମସ୍ୟା ଦୂର କରିବା ପାଇଁ ଜୋରଦାର ଲଢ଼େଇ କରିବାକୁ ପଡିବ ବୋଲି କହିଥିଲେ. ଏହି କାର୍ଯକ୍ରମ ରେ ବିଧାୟକ ପ୍ରାର୍ଥୀନୀ ପିସିସି ସାଧାରଣ ସମ୍ପାଦକ ସୋନାଲି ସାହୁ, ବରିଷ୍ଟ କଂଗ୍ରେସ ନେତ୍ରୀ ସ୍ୱାଗତିକା ପଟ୍ଟନାୟକ,ଶିଶିର ପରିଡ଼ା,ସେବାଦଳ ମୂଖ୍ୟ ବିଭାସ ମହାପାତ୍ର,ଅମିତ୍ ମହାନ୍ତି,ନୃସିଂହ ମିଶ୍ର, ଜୟନ୍ତ ଦାସ,ପ୍ରଦୋଷ ହରିଚନ୍ଦନ,ଜିତେନ୍ଦ୍ର ଚମ୍ପତ୍ତି,ସିଲାଦିତ୍ୟ ପଟ୍ଟନାୟକ,ସୌମ୍ୟ ପଟ୍ଟନାୟକ,ପ୍ଲାବନ ପଟ୍ଟନାୟକ, ସୌମ୍ୟ ବରାଳ,ମନ୍ୱର ହୁସେନ୍,ଜୟନ୍ତୀ ତ୍ରିପାଠୀ,ଶ୍ରୀୟା ସେଠୀ,ସିବୁ ନାୟକ, ପ୍ରମୁଖ ଯୋଗ ଦେଇଥିଲେ।
