
ନୀଳାଦ୍ରି ବିବ୍ରେ ପ୍ରଭୁ ଗଣେଶଙ୍କ ନିଆରା ପ୍ରତିକୃତି ଭେଟି ଦେଇଛନ୍ତି ଶିଳ୍ପୀ ବାନାମ୍ବର ପଟ୍ଟନାୟକ। କାର୍ଡ ବୋର୍ଡ, ଫୋମ୍, କପଡା ଓ ଷ୍ଟୋନ୍ରେ ତାଙ୍କ ଦ୍ଵାରା ପ୍ରସ୍ତୁତ ୪ ଫୁଟ ଉଚ୍ଚ ଓ ୪ ଫୁଟ ଚଉଡ଼ା ବିଶିଷ୍ଟ ମୂର୍ତ୍ତି ଶୁଣ୍ଢ ଠାରୁ ମୁଖମଣ୍ଡଳ ଶୁନ୍ୟରେ ରହିଥିବା ଦୃଶ୍ୟମାନ ହେଉଛି | ସମୁଦ୍ର ସମ୍ମୁଖରେ ବାଲି ଉପରେ ପ୍ରଦର୍ଶିତ ବେଳେ ସମୁଦ୍ର ପ୍ରଭୁ ଗଣେଶଙ୍କ ପେଟ ଭଳି ପ୍ରତୀୟମାନ ହେଉଥିବାରୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି | ବାନାମ୍ବରଙ୍କ
କହିବା ମୁତାବକ ମୂର୍ତ୍ତିର ଓଜନ ୪କେଜି । କିଛି ନୂଆ ଓ ଭିନ୍ନ ଭେଟିଦେବା ଉଦ୍ଦେଶ୍ୟରେ ସେ ପରିକଳ୍ପନା କରିଥିଲେ| ବାସ୍ତବରେ ପ୍ରଭୁଙ୍କ ପ୍ରତିକୃତି ଭିନ୍ନ ଭିନ୍ନ ଶିଳ୍ପୀ ନିଜସ୍ବ ସୃଜନ ଦେଇ ଉପସ୍ଥାପିତ କରିଥାଏ। ପୂର୍ବରୁ ମଧ୍ୟ ବିଭିନ୍ନ ଜିନିଷରେ ଏହିଭଳି ପ୍ରତିକୃତି ପ୍ରଦର୍ଶନ କରି ସେ ପ୍ରଶଂସିତ ହୋଇଛନ୍ତି | ତାଙ୍କ କଳାକୃତି ଇଣ୍ଡିଆ ବୁକ୍ ଅଫ ରେକର୍ଡ ଓ ଏସିଆ ବ୍ଲକ ଅଫ ରେକର୍ଡରେ ସ୍ଥାନିତ ହୋଇଛି |
