
ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟରେ ଧୁମ୍ଧାମରେ ଗଣେଶ ପୂଜା
ପୂଜାର୍ଚ୍ଚନା, ହୋମଯଜ୍ଞ ଓ ପୁଷ୍ପାଞ୍ଜଳିରେ ଭକ୍ତିମୟ ପରିବେଶ
ଖୋରଧା ଜିଲ୍ଲା ପିତାପଲ୍ଲୀସ୍ଥିତ ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ ପରିସରରେ ପବିତ୍ର ଗଣେଶ ପୂଜା ଧୁମ୍ଧାମରେ ପାଳିତ ହୋଇଯାଇଛି। ବିଘ୍ନବିନାଶକ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା, ହୋମଯଜ୍ଞ, ପୁଷ୍ପାଞ୍ଜଳି ଓ ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକ୍ରମ ଶ୍ରଦ୍ଧା ଓ ଭକ୍ତିର ସହ ଅନୁଷ୍ଠିତ ହୋଇଥିଲା।
ପୂଜା ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ, ଅଧ୍ୟାପକ-ଅଧ୍ୟାପିକା, କର୍ମଚାରୀ ଓ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ରହି ଶ୍ରୀଗଣେଶଙ୍କ ଆଶୀର୍ବାଦ କାମନା କରିଥିଲେ। ଛାତ୍ରଛାତ୍ରୀଙ୍କ ଜ୍ଞାନ, ଶିକ୍ଷା, ଉଜ୍ଜ୍ୱଳ ଭବିଷ୍ୟତ ଓ ସଫଳତା ପାଇଁ ଶ୍ରୀଗଣେଶଙ୍କ ନିକଟରେ ସମସ୍ତେ ପ୍ରାର୍ଥନା କରିଥିଲେ। ପୂଜାକୁ କେନ୍ଦ୍ର କରି ସମଗ୍ର ମହାବିଦ୍ୟାଳୟ ପରିସର ଭକ୍ତିମୟ ପରିବେଶରେ ପରିଣତ ହୋଇଥିଲା।
ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ କେବଳ ଶିକ୍ଷାଦାନରେ ସୀମିତ ନ ରହି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ, ସଂସ୍କାର, ସାମାଜିକ ଦାୟିତ୍ୱ ଓ ଭାରତୀୟ ସଂସ୍କୃତି ଏବଂ ପରମ୍ପରା ପ୍ରତି ସମ୍ମାନବୋଧ ସୃଷ୍ଟି ଉପରେ ମଧ୍ୟ ଗୁରୁତ୍ୱ ଦେଇଆସୁଛି। ଗଣେଶ ପୂଜା ଭଳି ପାରମ୍ପରିକ ଉତ୍ସବର ଆୟୋଜନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆମ ସଂସ୍କୃତି ଓ ପରମ୍ପରା ସହ ଜଡ଼ିତ ହେବାର ସୁଯୋଗ ପାଇଥିଲେ।
ଶେଷରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଲିଙ୍ଗରାଜ ଖଟୋଇ ଅଭିଭାବକମାନଙ୍କୁ ଗାନ୍ଧୀ ବିଜ୍ଞାନ ମହାବିଦ୍ୟାଳୟ ପରିଦର୍ଶନ କରି ଏଠାକାର ଶିକ୍ଷା ବ୍ୟବସ୍ଥା, ସଂସ୍କାର, ଶୃଙ୍ଖଳା ଓ ଶିକ୍ଷାର ପରିବେଶକୁ ନିଜେ ଦେଖିବା ପାଇଁ ଆମନ୍ତ୍ରଣ ଜଣାଇଥିଲେ।
