ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ଆଜି ପବିତ୍ର ଅଅଁଳା ନବମୀ ତିଥି ରେ କାର୍ତ୍ତିକ ପୂଜା ଆରମ୍ଭ, ଲାଲ ସାହେବ ପଡ଼ା ଥରେ ପବିତ୍ର ପୂଜା ମଣ୍ଡପରେ କାର୍ତ୍ତିକ ମହାତ୍ମା ପୁରାଣ ପଠନ ହେଉଅଛି।ଆଜି ଏହି ପବିତ୍ର ମାସ ରେ ମହିଳା ମାନେ ହବିଷ କରୁଥିବା ବେଳେ କାର୍ତ୍ତିକ ମାସ କୁ ପବିତ୍ର ମାସ ରୂପେ ପାଲନ କରିଥାନ୍ତି। ଗତକାଲି ଅଧିବାସ ସହ କଳସ ଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଆଜି ପୂଜା ଆରମ୍ଭ କରି କାର୍ତ୍ତିକ ମହାତ୍ମା ପୁରାଣ ପଠନ ଆରମ୍ଭ ହୋଇଛି।କର୍ତ୍ତା ରୂପେ ରୀନା ତାହାଣି ସଂଜୟ ତାହାଣି ଦାୟିତ୍ୱ ନିର୍ବାହ କରିଥିବା ବେଳେ ପୂଜକ ରୂପେ ମନୋଜ ମୁଣ୍ଡ ଯୋଗ ଦେଇଥିଲେ। ଲାଲ ସାହେବପଡ଼ା ଏମ୍ ସ୍କାନ କ୍ଲବ ପକ୍ଷ ରୁ ଦୀର୍ଘ ବର୍ଷ ହେବ ପୂଜା ହୋଇ ଆସୁଥିବା ବେଳେ ଚଳିତ ବର୍ଷ ମଧ୍ୟ ପୂଜା ଆରମ୍ଭ ହୋଇଛି।ପୂଜା ପାଇଁ ଏକ କମିଟି ଗଠନ କରାଯାଇଛି।ଏମ ସ୍କାନ କ୍ଲବ୍ ସଭାପତି ଭାବେ ତପନ ଦାଶ, ଉପସଭାପତି ରଶ୍ମି ରଂଜନ ପଟ୍ଟନାୟକ, ସମ୍ପାଦକ ହରେକୃଷ୍ଣ ଭୋଇ, କୋଷାଧ୍ୟକ୍ଷ ଜିତେନ୍ଦ୍ର ଆଚାର୍ଯ୍ୟ ଦୟିତ ନିର୍ବାହ କରୁଛନ୍ତି।ପୂଜା କମିଟି ସଭାପତି ମଣ୍ଟୁ ଭୋଇ, ସମ୍ପାଦକ ବାବଳୁ ବାଗ ଉପସଭାପତି ତ୍ରିନାଥ ଭୋଇ, କୋଷାଧ୍ୟକ୍ଷ ଲକ୍ଷ୍ମୀ କାନ୍ତ ଭୋଇ ଦାୟିତ୍ୱ ନିର୍ବାହ କରିଛନ୍ତି। ଅନୁଷ୍ଠାନରେ ସମସ୍ତ ସଦସ୍ୟ ସାମିଲ ହୋଇଥିଲେ।ବରିଷ୍ଠ ସଦସ୍ୟ ଭାବେ ଦୁର୍ଜନ ନାଗ, ସଂଜୀବ ସଲମା, ସାଗର ଭୋଇ, ବିଶାଲ ଭୋଇ, ସମସ୍ତ ସଦସ୍ୟ ସହଯୋଗ କରିଛନ୍ତି।
