ଧୂନି ମନ୍ଦିର ପ୍ରତିଷ୍ଠା ନେଇ ବାହାଲପଡାରେ ପ୍ରସ୍ତୁତି ବୈଠକ
ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ମହିମା ସାଧୁ ଆଶ୍ରମ, ସିନାପାଲି ଠାରେ ହେବାକୁ ଥିବା ଧୂନି ମନ୍ଦିର ପ୍ରତିଷ୍ଠା ତଥା କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବକୁ ନେଇ ବାହାଲପଡାଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକରେ ମହିମା ସାଧୁ ଆଶ୍ରମ, ସିନାପାଲିର ଉପସଭାପତି ଜବିଦ୍ୟାଧର ସା ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ସଭା ପରିଚାଳନା କରିଥିଲେ।ଆଶ୍ରମର ମଠାଧୀଶ ସାଧୁ ରବୀନ୍ଦ୍ର ଦାସ ବାବା ସଭାପତିତ୍ୱ କରିଥିଲେ।ଏହି ଧର୍ମୀୟ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତଙ୍କର ସହଯୋଗ ଓ ସକ୍ରିୟ ଭାଗିଦାରି ଆବଶ୍ୟକ ବୋଲି କମିଟିର କୋଷାଧ୍ୟକ୍ଷ ପୁରୁଷୋତ୍ତମ ସା ଏବଂ ରିପୁଧର ସା ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ।ସେହିପରି କମିଟିର ସାଂସ୍କୃତିକ ସମ୍ପାଦକ ଚିତ୍ତରଞ୍ଜନ ମେହେର ଆଗାମୀ କାର୍ଯ୍ୟକ୍ରମର ସମସ୍ତ ବିଷୟରେ ସବିଶେଷ ଆଲୋଚନା କରି ଉପସ୍ଥିତ ସମସ୍ତଙ୍କୁ ବୁଝାଇଥିଲେ।ବୈଠକରେ ବାହାଲପଡାର ଲୀଳାକାର ସା,ଖିରୋଦ ବେମାଲ,ମହେନ୍ଦ୍ର ନାଏକ,ଘେନୁ ବନ୍ଦୀଛୋର,ଯୁଗେଶ୍ୱର ସାଙ୍କ ସମେତ ବିଭିନ୍ନ କର୍ମକର୍ତ୍ତା ଓ ଉପସ୍ଥିତ ବ୍ୟକ୍ତିବିଶେଷ ନିଜ ନିଜର ମତାମତ ଓ ପରାମର୍ଶ ପ୍ରଦାନ କରିଥିଲେ।ପରବର୍ତ୍ତୀ ସମୟରେ ବିଦ୍ୟାଧର ସା ଆଗାମୀ କାର୍ଯ୍ୟକ୍ରମର ବିଭିନ୍ନ କାର୍ଯ୍ୟ ବ୍ୟବସ୍ଥା,ଦାୟିତ୍ୱ ଓ ପରିଚାଳନା ସମ୍ପର୍କରେ ସବିଶେଷ ଆଲୋକପାତ କରିଥିଲେ।ପରିଶେଷରେ ଲୀଳାକାର ସା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ସମସ୍ତଙ୍କର ମିଳିତ ସହଯୋଗ,ଏକତା ଓ ସକ୍ରିୟ ଭାଗିଦାରିରେ ଏହି ପବିତ୍ର ଧର୍ମ କାର୍ଯ୍ୟକ୍ରମ ସଫଳତାର ସହିତ ସମ୍ପନ୍ନ ହେବ ବୋଲି ବୈଠକରେ ଆଶା ପ୍ରକାଶ କରାଯାଇଥିଲା।
