ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରେଶ୍ଵର ଗ୍ରାମ ପଞ୍ଚାୟତ ସରସ୍ଵତୀ ଶିଶୁ ମନ୍ଦିର କୁରେଶ୍ଵର ଉଦ୍ୟାନବନ୍ଧଠାରେ ଶିଶୁଦିବସ ପାଳିତ ହୋଇଯାଇଛି।ଉକ୍ତ କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫୁଲ୍ଲ କୁମାର ନାଏକ
ବିଦ୍ୟାଳୟ ସଭାପତି,ବିଶିଷ୍ଟ ଅତିଥି ଭାବେ ଯୁବରାଜ କୁଦାଇ, ନୂଆପଡ଼ା ବିଭାଗ ନିରୀକ୍ଷକ,ପ୍ରଧାନ ଆଚାର୍ଯ୍ୟ ଅର୍ଜୁନ ପ୍ରଧାନ ମଞ୍ଚାସିନ ଥିଲେ। ତତ୍ ସହିତ ବିଦ୍ୟାଳୟର ଜୟବନ୍ତ କୁଲଦୀପ କାର୍ଯ୍ୟାଳୟ ପ୍ରମୁଖ,ଗୀତାଞ୍ଜଳି ବଳ,ଦେବ ରାଜ ରଣା, ରେଣୁ ବାଲା ସାହୁ,ଭାନୁମତୀ ନାଏକ, ଫକିର ରାଉତ, ପୁରୁଷୋତ୍ତମ ପ୍ରଧାନ, ଅବିନାଶ ସାହୁ,ମାଧବ ଠେଲା,କବିତା ନାଏକ, ନନ୍ଦିନି ଦଣ୍ଡସେନା,ଭଗବାନ ହଂସ, ସୁଭ୍ରାଜ୍ୟୋତି ଧରୁଆ,ଇନ୍ଦୁମତି ଅଦା, ଜିତେନ୍ଦ୍ରୀ ସାଗରିଆ ପ୍ରମୁଖ ଗୁରୁଜୀ ଗୁରୁମା ବୃନ୍ଦ ଓ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବନ୍ଦନା କାର୍ଯକ୍ରମ ଅନୁଷ୍ଠିତ ହେଇଥିଲା। ଶିଶୁ ଦିବସ ପାଳନ କରିବାର ମୁଖ୍ୟ ମହତ୍ତ୍ଵ ହେଉଛି ପିଲାମାନଙ୍କର ଅଧିକାର,ଯତ୍ନ ଏବଂ ଶିକ୍ଷା ପ୍ରତି ସମାଜରେ ସଚେତନତା ସୃଷ୍ଟି କରିବା।ଭାରତରେ ପ୍ରତି ବର୍ଷ ନଭେମ୍ବର ୧୪ ତାରିଖରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସକୁ ଶିଶୁ ଦିବସ ଭାବେ ପାଳନ କରାଯାଏ। ଶିଶୁ ଦିବସ ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଶିଶୁଙ୍କୁ ସମାନ ଅଧିକାର,ସ୍ନେହ ଏବଂ ସୁରକ୍ଷିତ ପରିବେଶ ଯୋଗାଇ ଦେବା ଏହି ଦିବସର ମୂଳ ଲକ୍ଷ।ପିଲାମାନଙ୍କର ଶାରୀରିକ,ମାନସିକ ଏବଂ ବୌଦ୍ଧିକ ବିକାଶ ପାଇଁ ଗୁଣାତ୍ମକ ଶିକ୍ଷାର ଆବଶ୍ୟକତା ଉପରେ ଏହା ଗୁରୁତ୍ଵ ଦେଇଥାଏ।
