ନୁଆପଡ଼ା : ( ସୁରେଶ ଦଣ୍ଡସେନା )
ନୁଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବିରୁନପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆନନ୍ଦ ଓ ଉତ୍ସାହର ସହ ଶିଶୁ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଶିକ୍ଷାର୍ଥୀମାନଙ୍କୁ ନେଇ ବକ୍ତୃତା, ସଙ୍ଗୀତ ଓ ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସଚିତା ବିଭାର, ସହକାରୀ ଶିକ୍ଷକ ତୁଲାରାମ ମାଝୀ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି କଲାଚରଣ ପଟେଲଙ୍କ ସମେତ ଅଭିଭାବକ ବୃନ୍ଦ ଓ ପୁରାତନ ଛାତ୍ରୀମାନେ ଯୋଗଦେଇ ଉତ୍ସବର ଶୋଭା ବୃଦ୍ଧି କରିଥିଲେ।ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇ ନିଜ ନିଜର ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିଲେ। ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଶିକ୍ଷାର୍ଥୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।ଶିଶୁମାନଙ୍କ ମୁହଁରେ ହସ, ମନରେ ଉତ୍ସାହ ଓ ଆନନ୍ଦମୟ ପରିବେଶ ମଧ୍ୟରେ ଏହି ଉତ୍ସବ ସ୍ମରଣୀୟ ହୋଇ ରହିଥିଲା।
