ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ସ୍ଥାନୀୟ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଗଣତନ୍ତ୍ର ବଞ୍ଚାଅ ଅରାଜକତା ହଟାଅକୁ ନେଇ ଜିଲ୍ଲା ବିଜେପିର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।ବିଜେପି ଜିଲ୍ଲା ସଭାପତି କମଲେଶ ଦିକ୍ଷୀତଙ୍କ ଅଧ୍ଯକ୍ଷତାରେ ଆୟୋଜିତ ସମ୍ମିଳନୀରେ କଳାହାଣ୍ଡି ପୂର୍ବତନ ସାଂସଦ ବସନ୍ତ ପଣ୍ଡା, ନୂଆପଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜୟ ଢୋଲକିଆ,ଜିଲ୍ଲା ପ୍ରଭାରୀ ଆର୍ତ୍ତତ୍ରାଣ ମହାପାତ୍ର, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ଯକ୍ଷ ହୋମସିଂ ମାଝି,ବରିଷ୍ଠ ନେତା ପ୍ରସନ୍ନ ପାଢ଼ୀ, ଲମ୍ବୋଦର ନିଆଲ,ସୋମନାଥ ଖମାରୀ,ପୂର୍ବତନ ଜିଲ୍ଲା ସଭାପତି ବିକ୍ରମ ଆଡ଼ବଙ୍ଗ,ନୂଆପଡ଼ା ବ୍ଲକ ଅଧ୍ୟକ୍ଷା ତାରେଶ୍ଵରୀ ସାହୁ, ଖରିଆରରୋଡ଼ ଏନଏସି ଅଧ୍ୟକ୍ଷା ସୋନିଆ ଜୈନ ପ୍ରମୁଖ ମଞ୍ଚାସୀନ ଥିଲେ। କଂଗ୍ରେସ ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ହତ୍ୟା କରି ଅରାଜକତା ସୃଷ୍ଟି କରୁଛି।ଦେଶରେ ବିଜେପି ସରକାର ଅସାମାଜିକ କାର୍ଯ୍ୟକଳାପକୁ ରୋକିବାରେ ସମର୍ଥ ହୋଇଛି।କିନ୍ତୁ କଂଗ୍ରେସ କ୍ଷମତାକୁ ଆସିନପାରି ବିକଟ ଚିତ୍କାର କରିବା ସହ ଦେଶର ଅଖଣ୍ଡତା ଓ ସର୍ବଭୌମତ୍ୱକୁ କ୍ଷୁଣ୍ଣ କରୁଛି ।ଏହା ଦେଶର ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ବକ୍ତାମାନେ କହିଥିଲେ।
