ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଗୁରୁଦ୍ୱାରା ଠାରେ ଗୁରୁନାନକ ଙ୍କ ୫୫୭ ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି।ଏହି ଉପଲକ୍ଷେ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଶିଖ୍ ସମ୍ପ୍ରଦାୟ ମହିଳା ଏବଂ ପୁରୁଷ ମାନେ ପାରମ୍ପରିକ ବାଦ୍ୟ ସଙ୍ଗୀତରେ ଭଜନ ଗାନ କରିଥିଲେ।ଖଡ଼ିଆଳ ସହର ଏକ ଧର୍ମ ନିରପେକ୍ଷ ସହର।କାରଣ ସବୁ ଧର୍ମକୁ ସମ୍ମାନ ଦେଇ ତାଙ୍କ ପର୍ବ ପର୍ବାଣୀ ରେ ସାମିଲ ହୋଇଥିଲେ। ଲଙ୍ଗର ସେବାରେ ଖଡ଼ିଆଳ ସହର ର ୮୦୦ ରୁ ଉର୍ଦ୍ଧ ନାଗରିକ ଆସି ସେବା ଗ୍ରହଣ କରିଥିଲେ। ଲଙ୍ଗର ସେବା ସାଙ୍ଗକୁ ପ୍ରଭାତ ଫେରି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଛି। ସେହିପରି ସନ୍ଧ୍ୟାରେ ମଧ୍ୟ ନଗର ଫେରି ଅନୁଷ୍ଠିତ ହେବ। ଶିଖ୍ ସମ୍ପ୍ରଦାୟ ଖଡ଼ିଆଳ ସଭାପତି ସତପାଲ୍ ସିଂ ଛାବଡା ଯୋଗ ଦେଇ ଖଡ଼ିଆଳ ସହରର ସମସ୍ତଙ୍କ ସହଯୋଗ ପାଇଁ ସାଧୁବାଦ ଦେବା ସହ ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ନିର୍ମିତ ଗୁରୁଦ୍ୱାରା ଶୁଭ ଉଦ୍ଘାଟନ କରିବାକୁ ଆହ୍ୱାନ କରିଥିଲେ। ଶିଖ୍ ସମାଜ ବରିଷ୍ଠ ନାଗରିକ କୁଲବନ୍ତ୍ ସିଂ ଖଣ୍ଡୁଜା, ସମ୍ପାଦକ ଅମୃତ ସିଂ ଖଣ୍ଡୁଜା , ସାଧାରଣ ସମ୍ପାଦକ ଅଜିନ୍ଦ୍ର ସିଂ ଖଣ୍ଡୁଜା, ରବୀନ୍ଦ୍ର ସିଂ ଖଣ୍ଡୁଜା ସମେତ ମହିଳା ମଣ୍ଡଳ ସାମିଲ ହୋଇ ସେବା ପ୍ରଦାନ କରିଥିଲେ।
