ସିନାପାଲିରେ ୧୨୩ତମ ରାସଲୀଳା ମହୋତ୍ସବ ଉଦ୍ଯାପିତ : ୧୯୦୩ ରୁ ଅବ୍ୟାହତ ରହିଛି ସମ୍ପ୍ରଦା ନୃତ୍ୟର ଅନନ୍ୟ ପରମ୍ପରା
ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ଆଧୁନିକତାର ପ୍ରଭାବରେ ଅନେକ ପାରମ୍ପରିକ କଳା ଓ ସଂସ୍କୃତି ଧୀରେ ଧୀରେ ବିଲୁପ୍ତି ପଥରେ ଥିବାବେଳେ ସିନାପାଲିରେ ଦୀର୍ଘ ୧୨୩ ବର୍ଷ ଧରି ରାସଲୀଳା ମାଧ୍ୟମରେ ସମ୍ପ୍ରଦା ନୃତ୍ୟର ପରମ୍ପରାକୁ ବଞ୍ଚାଇ ରଖିବା ନିଶ୍ଚିତ ଭାବେ ପ୍ରଶଂସନୀୟ ଉଦ୍ୟମ।ପିଢ଼ି ପରେ ପିଢ଼ି ଏହି କଳା ପ୍ରତି ସ୍ଥାନୀୟ ଜନସାଧାରଣଙ୍କ ଆଗ୍ରହ ଏଠିକାର ପରମ୍ପରାର ମହତ୍ତ୍ୱକୁ ପ୍ରତିପାଦିତ କରୁଛି।୧୯୦୩ ମସିହାରେ ସେତେବେଳର କେତେକ ସଂସ୍କୃତିପ୍ରେମୀ ବ୍ୟକ୍ତିବିଶେଷଙ୍କ ଉଦ୍ୟମରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଏହି ରାସଲୀଳାର ଶୁଭାରମ୍ଭ ହୋଇଥିଲା। ସେବେଠାରୁ ଏହା ନିରବଚ୍ଛିନ୍ନ ଭାବେ ପରିବେଷିତ ହୋଇଆସୁଛି।ଏହି ପାରମ୍ପରିକ ନୃତ୍ୟଧାରାରେ ଏବେ ଯୁବପିଢ଼ି ମଧ୍ୟ ସାମିଲ ହୋଇ ନିଜ କଳା ପ୍ରଦର୍ଶନ କରୁଛନ୍ତି।ପ୍ରତିବର୍ଷ ସପ୍ତାହବ୍ୟାପୀ ଆୟୋଜିତ ହେଉଥିବା ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ କଳାକାରଙ୍କ ସମେତ ଅଞ୍ଚଳ ବାହାରର କଳାକାରମାନେ ମଧ୍ୟ ନିଜର କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଥାନ୍ତି।ଚଳିତବର୍ଷ କାର୍ତ୍ତିକ ପୂର୍ଣ୍ଣିମା ପାଳନ ସହ ମଙ୍ଗଳବାର ଏହି ୧୨୩ତମ ରାସଲୀଳା ନୃତ୍ୟର ଉଦଯାପିତ ହୋଇଛି।ଗତ କିଛି ବର୍ଷ ଧରି ଶ୍ରୀଜଗନ୍ନାଥ ଭାଗବତ ଟୁଙ୍ଗୀ ଅନୁଷ୍ଠାନ ମାଧ୍ୟମରେ ଏହି ପରମ୍ପରା ପରିଚାଳିତ ହେଉଥିବା ବେଳେ ବର୍ତ୍ତମାନ ଏହାର ସଭାପତି ଭାବେ ନରହରି ମେହେର, ଉପସଭାପତି ରାମେଶ୍ୱର ମେହେର, ସମ୍ପାଦକ ନୀଳାଞ୍ଚଳ ମେହେର ଏବଂ କୋଷାଧ୍ୟକ୍ଷ ଶିବପ୍ରସାଦ ମେହେର ରହିଛନ୍ତି।ଚଳିତବର୍ଷ ବସନ୍ତ ପତି ପୂଜକ ଓ ବନମାଳୀ ମେହେର ଓ ତାଙ୍କ ଧର୍ମପତ୍ନୀ ପ୍ରମିଳା ମେହେର କର୍ତ୍ତା ଦାୟିତ୍ୱ ତୁଲାଇଥିଲେ।ଏହି ରାସଲୀଳାରେ ଲିଙ୍ଗରାଜ ମେହେର, ସୀତାରାମ ମେହେର, ଗୋବର୍ଦ୍ଧନ ମେହେର, ଖୁସିରାମ ମେହେର, ମୋହନ ମେହେର, ଦେବରାଜ ରଣା, ରୋହିତ ମେହେର, ମଦନ ମେହେର, ମାଧବ ମେହେର, ବିନାମ ମେହେର, ଜୟଦେବ ମେହେର, ଆଲୋକ ବେହେରା, ଈଶ୍ୱର ମେହେର, ପୁରୁଷୋତ୍ତମ ମେହେର, ଶଶୀ ମେହେର, ନବଘନ ମେହେର, ଜଗମୋହନ ମେହେର, ହାଡୁରାମ ମେହେର, ପୁନିତ ମେହେର, ଲକି ମେହେର, ତୋଳାରାମ ନିଆଲ ଓ ଆଦିତ୍ୟ ମେହେର ପ୍ରମୁଖ କଳାକାର ପାରମ୍ପରିକ ରାସଲୀଳା ପରିବେଷଣ କରିଥିଲେ।ସେହିପରି କାର୍ଯ୍ୟକ୍ରମ ପରିଚାଳନାରେ ଜୟାନନ୍ଦ ମେହେର, ଗୋବର୍ଦ୍ଧନ ମେହେର, ଉଗ୍ରେସନ ମେହେର, ଦାଶରଥି ମେହେର, ଚୈତନ୍ୟ ମେହେର, ଶଶୀଧର ମେହେର, ବୁଲୁ ମେହେର, ଚନ୍ଦ୍ର ମେହେର, ରାଜା ମେହେର, ଦିଆଲୁ ମେହେର ଓ ବୈବସୁତ ମେହେର ପ୍ରମୁଖ ସହଯୋଗ କରିଥିଲେ।ଶେଷ ସନ୍ଧ୍ୟାରେ ବରିଷ୍ଠ ଆଇନଜୀବୀ ବୈଶାମ୍ପାୟନ ମେହେର, ନରହରି ମେହେର, ରାମେଶ୍ୱର ମେହେର, ବୈଷ୍ଣବ ମେହେର ଉପସ୍ଥିତ ରହି କଳାକାର ମାନଙ୍କୁ ଓପଢୌକନ ଦେଇ ସମ୍ମାନିତ କରିଥିଲେ।ରାସଲୀଳା ଦେଖିବାକୁ ପ୍ରତି ସନ୍ଧ୍ୟାରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଲିଥିଲା।
