ଗଡ଼ରାମାଲରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ
ନୂଆପଡ଼ା : ରିପୋର୍ଟ ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଗଡ଼ରାମାଲ ସ୍ଥିତ ପ୍ରହରୀ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ। ମୁଖ୍ୟ ଅତିଥି ଭାବେ ବିଧାୟକ ଖଡ଼ିଆଳ ଅଧୀରାଜ ମୋହନ ପାଣିଗ୍ରାହୀ, ନୂଆପଡ଼ା ସୁଖେନ୍ଦୁ ରାଏ, ସି.ଡି.ଏଫ.ଓ. ନୂଆପଡ଼ା ତୁଷାର ରଞ୍ଜନ ଦୀପ, ବି.ଡି.ଓ. କାର୍ମି ଓରାମ, ଚେୟାରମେନ ମାଧୁରୀ ମାଝୀ, ସରପଞ୍ଚ ସଂଘ ସଭାପତି ଖୁଟୁରାମ ସୁନାନୀ, ସରପଞ୍ଚ ନିଲଜୀ ଗ୍ରାମ ପଞ୍ଚାୟତ ଲକ୍ଷ୍ମଣ ପ୍ରଧାନ, ସାଂସଦ ପ୍ରତିନିଧ୍ ଶିବପ୍ରସାଦ ମୁଣ୍ଡ, ମିଥୁନ ବାଗ, ପୁସ୍ତମ ମଶ୍ରୀ , ଏ.ବି.ଡ଼ି.ଓ. ସୁବ୍ରତ ପରିଡ଼ା, ପ୍ରାକ୍ତନ ପ୍ରଧାନଶିକ୍ଷକ ନିଲଜୀ ମହେଶ ତିଓ୍ବାରୀ,ପ୍ରମୁଖ ଅତିଥି ଭାବେ ଯୋଗଦାନ କରି ମଞ୍ଚାସୀନ ଥିଲେ । ଉକ୍ତ ବୈଠକରେ ମଣ୍ଡଳ ପ୍ରାଣୀ ସମ୍ପଦ ଅଧିକାରୀ କୃଷ୍ଣଚନ୍ଦ୍ର ମଲ୍ଲିକ ସଭାପତିତ୍ବ କରିଥିଲେ । ସଭାପତି କୃଷ୍ଣଚନ୍ଦ୍ର ମଲ୍ଲିକ ସ୍ଵାଗତ ଅଭିଭାଷଣ ଓ ବାର୍ଷିକ ବିବରଣୀ ପଠନ କରି ସଭା କାର୍ଯ୍ୟକୁ ଆଗେଇ ନେଇଥିଲେ।ସଭା ପ୍ରାରମ୍ଭରେ ମୋବାଇଲ ଭେଟେନାରୀ ୟୁନିଟ୍ ଅଧିକାରୀ ଦିବ୍ୟରଞ୍ଜନ ସ୍ଵାଇଁ ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ ଓ ମଞ୍ଚ ପରିଚାଲନା କରିଥିଲେ।କାର୍ଯ୍ୟକ୍ରମରେ ଲୋକଙ୍କୁ ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଓ କଷେଇପାଣି ଗ୍ରାମର ଗାୟକ ନବୀନ ନାଗ, ବାହକ ନିଳାଞ୍ଚଳ ହଂସ ଓ ସାଥୀଙ୍କ ଦ୍ଵାରା ଏକ ପାଲା ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ସଫଳ ବିଭିନ୍ନ ଚାଷୀ ଙ୍କୁ ୪ ଜଣ ବ୍ୟକ୍ତି ଯଥା-ପ୍ରେମଶିଳା ଠେଲା, ଦାମୋଦର ସୁନାରୀ, ନିଲେନ୍ଦ୍ରୀ ମେହେର, ସଙ୍ଗୀତା ପୋଢ ଙ୍କୁ ସମ୍ମାନୀତ କରି ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ପୁଣି ଆଗ୍ରହୀ ବ୍ୟକ୍ତି ମାନଙ୍କୁ ବିଭିନ୍ନ ଚାଷ କାର୍ଯ୍ୟ ନିମନ୍ତେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ଲୋକଙ୍କୁ ସଚେତନ କରିବା ସକାଶେ ଏକାଧିକ ଷ୍ଟଲ୍ କରାଯାଇଥିଲା।କାର୍ଯ୍ୟକ୍ରମରେ ଏସ.ଏଚ୍.ଜି. ମହିଳା, ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ। ସମସ୍ତ ବିଭାଗୀୟ କର୍ମଚାରୀ, ଅଧିକାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ବି.ପି.ଏମ୍. ମିଥୁନ ତାଣ୍ଡି ଧନ୍ୟବାଦ ଅର୍ପଣ କରିଥିଲେ।
