ଖୋରଧା ତା 12.11.2026 ରିଖ: ଆଜି ଓଡିଶା ସରକାର ଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନ କ୍ଷମ ସଶକ୍ତି କରଣ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ପୌର ପରିଷଦ ଟାଉନ୍ ହଲ୍ ଠାରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ଯୁକ୍ତ ପେନସନ ପରିଚାଳନା ପୋର୍ଟାଲ୍ ର ଶୁଭାରମ୍ଭ ଏବଂ ମଧୁବାବୁ ପେନସନ ଯୋଜନା ଭତ୍ତା ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଅଛି l ଉକ୍ତ କାର୍ଯ୍ୟକ୍ରମରେ ଓଡ଼ିଶାର ମାନ୍ୟବର ଆଇନ , ପୂର୍ତ୍ତ ଓ ଅବକାରୀ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପୃଥ୍ବୀ ରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଲେ ଯେଉଁ ପ୍ରତୀକ୍ଷା ନେଇ ବୃଦ୍ଧ ବୃଦ୍ଧା ଭତ୍ତା ଯୋଜନାର ସରଳୀକରଣ ଏବଂ ଉନ୍ନତ ମାନର ଯୋଜନା ରୁପାନ୍ତରିକରଣ ଚାହୁଁଥିଲେ ତାହା ଆମ ସରକାର ଭତ୍ତା ଯୋଜନାକୁ ଏକ ଅଭିନବ ଜନହିତକାରି ଯୋଜନା ରେ ପରିଣତ ଓ ପ୍ରଣୟନ କରି ଯୋଗ୍ୟ ହିତାଧକାରୀଙ୍କୁ କେହି ବାଦ କରି ପାରିବେ ନାହିଁ ବୋଲି ପ୍ରକାଶ କରି ସମସ୍ତ ଗଣ ମାଧ୍ୟମ, ତ୍ରିସ୍ତରୀୟ ପଞ୍ଚାୟତ ରାଜ ଅନୁଷ୍ଠାନ ପ୍ରତିନିଧି, ବୁଦ୍ଧିଜୀବୀ ସମସ୍ତେ ସହଯୋଗ କରିବାକୁ ଆହ୍ଵାନ ଦେଇଥିଲେ l ମାନ୍ୟବର ମୁଖ୍ୟ ଅତିଥି କହିଥିଲେ ରାଜ୍ୟ ସରକାର ଶପଥ ନେଲା ପରେ ଅନେକ ଯୋଜନା ପ୍ରଣୟନ କରିବାକୁ କହିଥିଲା ବେଳେ ପ୍ରମୁଖ ଅଗ୍ରଣୀ ଯୋଜନା ଯାହା ଧାନକ୍ରୟରେ ଚାଷୀଙ୍କୁ ଲାଭ ଦେବା, ସୁଭଦ୍ରା ଯୋଜନାରେ ମହିଳାଙ୍କ ଆର୍ଥିକ ମାନଦଣ୍ଡ ମଜବୁତ୍ କରିବା ଏବଂ ଭତ୍ତା ଯୋଜନାକୁ ସରଳୀକରଣ ଓ ଯୁଗାନ୍ତକାରୀ ସମଗ୍ର ଦେଶରେ ୧ ନମ୍ବର କରିବା ଯାହା କଥା ଦେଇ କଥା ରଖିଲେ ଆମ ଲୋକଙ୍କ ସରକାର ବୋଲି ଉଲ୍ଲେଖ କରି ଏହା ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଆଭିମୂଖ୍ୟକୁ ସାକାର କରିବ ବୋଲି ପ୍ରକାଶ କରିଥିଲେ l ସଭାପତି ଭାଷଣରେ ଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଅମ୍ରିତ୍ ଋତୁରାଜ କହିଲେ ଖୋରଧା ଜିଲ୍ଲାରେ ୨୩,୪୮୦ ନୂତନ ହିତାଧି କାରିଙ୍କୁ ଏହି ଯୋଜନାରେ ଆଜି ଠାରୁ ସାମିଲ କରାଯାଇଛି, ଯୋଗ୍ୟ ବୃଦ୍ଧ ବୃଦ୍ଧା ମାନଙ୍କ ୬୦ ବର୍ଷ ହୋଇଗଲେ ସେମାନେ ପେନସନ ପୋର୍ଟାଲ୍ ରେ ଆବେଦନ କରି ଭତ୍ତା ପାଇ ପାରିବେ ଏବଂ ୮୦ ବର୍ଷ ହେଲେ ବର୍ଦ୍ଧିତ ଭତ୍ତା ମଧ୍ୟ ସ୍ଵୟଙ୍କ୍ତିୟ ଭାବେ ଆବେଦନ ରୁ ଅନୁମୋଦନ ପର୍ଯ୍ୟନ୍ତ ବିନା ଦ୍ବିଧାରେ ସରଳୀକରଣ ମାଧ୍ୟମରେ ପାଇ ପାରିବେ ପ୍ରକାଶ କରିଥିଲେ l ସେ ଆହୁରି ସୂଚିତ କରିଥିଲେ ଯୋଜନାର ତୃଣ ମୂଳ ସ୍ତରରେ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀଙ୍କ କର କମଳରେ ଦୁଇଟି ସଚେତନତା ରଥର ଦୁଇଗୋଟି ସବ ଡିଭିଜନ ନିମନ୍ତେ ମଧ୍ୟ ଶୁଭାରମ୍ଭ କରାଯାଇଛି ଅଭିଭାଷଣ ପ୍ରଦାନ କରିଥିଲେ l ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ଖୋରଧା ଏବଂ ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଜଗଦେବ କହିଲେ ଭତ୍ତା ଯୋଜନା ରାଜ୍ୟ ସରକାରଙ୍କ ଯୁଗଉପଯୋଗି ସମୟ ଉପଯୋଗୀ ଯୋଜନା ଯାହା ଆମ ସମାଜକୁ ଆର୍ଥିକ ସମ୍ବୃଦ୍ଧି କରିବ ଓ ପରିବାରର ଆର୍ଥିକ ଅଭିବୃଦ୍ଧି ଆଣି ବିକଶିତ ଓଡ଼ିଶା ଓ ବିକଶିତ ଭାରତ ରେ ଖୋରଧା ଜିଲ୍ଲା ୧ ନମ୍ବର ହୋଇ ସମଗ୍ର ଦେଶରେ ନାମ ରଖିବ ବୋଲି ପ୍ରକାଶ କରିଥିଲେ l ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ, ବେଗୁନିଆ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ କହିଲେ ବାର୍ଦ୍ଧକ୍ୟ ଭତ୍ତା ଯୋଜନା ସମାଜକୁ ନୂଆ ରାହା ଦେଖାଇବ ବୋଲି କହିଥିଲେ l ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ରୁପଶ୍ରୀ ରାଣୀ ଗୁମାନ ସିଂହ କହିଲେ ଭତ୍ତା ଯୋଜନା ରେ ବୃଦ୍ଧ ବୃଦ୍ଧା ମାନେ ସରକାରଙ୍କ ମୁଖ୍ୟ ଉନ୍ନୟନ ସ୍ରୋତରେ ସାମିଲ ହୋଇ ସାମାଜିକ ଆର୍ଥିକ ମାନଦଣ୍ଡ ସୁଦୃଢ କରିବେ l ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଶ୍ରୀ ଗୋପୀନାଥ ମହାରଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭତ୍ତା ଯୋଜନା ସରଳି କରଣ ବୃଦ୍ଧ ବୃଦ୍ଧା ମାନଙ୍କ ମୁହଁରେ ସରକାର ହସ ଫୁଟାଇ ଜନ ପ୍ରତିନିଧି ମାନଙ୍କୁ ଆଶ୍ୱସ୍ତି ମିଳିଛି ବୋଲି ପ୍ରକାଶ କରିଥିଲେ l ସେହିପରି ସମ୍ମାନିତ ଅତିଥି ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ଶ୍ରୀ ସଂକଳ୍ପ ସ୍ଵସ୍ତିକ ସାହୁ, ଖୋରଧା ପୌର ପରିଷଦ ଅଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତି, ଖୋରଧା ପଂଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସାମନ୍ତରାୟ ଯୋଗ ଦେଇ ସମୃଦ୍ଧ ସମାଜ ପାଇଁ ଏହି ଯୋଜନା ଅତ୍ୟନ୍ତ ମହଟକାଙ୍କ୍ଷୀ ବୋଲି ବକ୍ତବ୍ୟ ରଖି ଥିଲେ l ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ସମସ୍ତଙ୍କୁ ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା l ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ୨୪ ଜଣ ବୃଦ୍ଧ ବୃଦ୍ଧା ଏବଂ ବିଧବା ହିତାଧିକାରୀଙ୍କୁ ବର୍ଦ୍ଧିତ ହାର ଭତ୍ତା ଚେକ୍ (ଖୋରଧା ପୌର ପରିଷଦ, ଖୋରଧା ବ୍ଲକ୍, ବାଲୁଗାଁ ଏନ୍ ଏ ସି, ବାଲିଅନ୍ତା ବ୍ଲକ୍, ଜଟଣୀ ପୌର ପରିଷଦ,, ଚିଲିକା ବ୍ଲକ୍, ବେଗୁନିଆ ବ୍ଲକ୍,ବୋଲଗଡ଼ ବ୍ଲକ୍, ବାଣପୁର ବ୍ଲକ, ଜଟଣୀ ବ୍ଲକ୍ ଏବଂ ଟାଙ୍ଗୀ ବ୍ଲକ)ଙ୍କୁ ପ୍ରଦାନ କରିଥିଲେ l ସମାରୋହରେ ଓଡ଼ିଶା ଆଞ୍ଚଳିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଏବଂ ଜାତୀୟ ସଙ୍ଗୀତ ବନ୍ଦେ ମାତରଂ ପରିବେଷଣ କରାଯାଇଥିଲା l ଶେଷରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଦିଲ୍ଲୀପ ହିଆଲ୍ ଧନ୍ୟବାଦ ପ୍ରଦାନ କରିଥିଲେ l ଦିବସରେ ଅନ୍ୟ ମାନଙ୍କ ମଧ୍ୟରେ ବି ଡି ଓ, ଖୋରଧା ସିଦ୍ଧାର୍ଥ ପଟ୍ଟନାୟକ, ପୌର ପରିଷଦ, ଖୋରଧା ନିର୍ବାହୀ ଅଧିକାରୀ କାବେରୀ ମୁଦୁଲି ସମେତ ସମସ୍ତ ବ୍ଲକର ବି ଡି ଓ, ସ୍ୱାୟତ୍ତ ଶାସନ ସଂସ୍ଥା ର ନିର୍ବାହୀ ଅଧିକାରୀ, ସରପଞ୍ଚ, ସମିତି ସଭ୍ୟ,ସଭ୍ୟା, ୱାର୍ଡ ମେମ୍ବର, କାଉନସିଲର ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ
