ନୂଆପଡା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉଦ୍ୟାନ ବିଭାଗ ପକ୍ଷ ରୁ ଆଳୁଚାଷ ପାଇଁ ଚାଷୀଙ୍କୁ ରିହାତି ଦରରେ ବିହନ ଯୋଗାଣ ସହ ଆବଶ୍ୟକ ସହାୟତା ପ୍ରଦାନ କରାଯାଉଅଛି।ଖଡ଼ିଆଳ ଉଦ୍ୟାନ ବିଭାଗ ନର୍ସରୀ ଠାରେ ଆଳୁ ବିହନ ବଙ୍ଗାଲ ରୁ ଆସି ପହଞ୍ଚିଛି। ଏହି ଆଳୁ ବିହନ ଯୋଗାଣ ହେବା ପାଇଁ ପ୍ରସ୍ତୁତ ଥିବାବେଳେ ଇଚ୍ଛୁକ ଚାଷୀ ମାନେ ଖଡ଼ିଆଳ ଉଦ୍ୟାନ ବିଭାଗ କାର୍ଯ୍ୟାଳୟ କୁ ପହଞ୍ଚି ଚାଷ ପାଇଁ ଆବଶ୍ୟକ କାଗଜାତ ନେଇ ପହଞ୍ଚିବାକୁ ଅନୁରୋଧ। ବିଶେଷ କରି ଦୁଇ ପ୍ରକାର ବିହନ ବଣ୍ଟନ ନେଇ ସହାୟତା ପ୍ରଦାନ କରୁଛନ୍ତି। ବିଶେଷ କରି ୫୦ ଡିସିମିଲ ପାଇଁ ଆଳୁ ବିହନ ୩ କ୍ୱିଣ୍ଟାଲ ଯୋଗାଣ ହେଉଥିବା ବେଳେ ଚାଷୀଙ୍କ ଭାଗ ୧୮୭୫ ଟଙ୍କା ଦେବାକୁ ପଡିବ। ବିଭାଗ ପକ୍ଷ ରୁ ୧୩ ହଜାର ୭୭୪ ଟଙ୍କା ରିହାତି ପ୍ରଦାନ କରିବେ। ସେହିପରି ୨୫ ଡିସିମିଲ ପାଇଁ ୧.୫୦୦କ୍ୱିଣ୍ଟାଲ ଆଳୁ ବିହନ ଯୋଗାଣ ହେବାକୁ ଥିବାବେଳେ ଚାଷୀ ଙ୍କୁ ୯୩୭.୫୦ ଟଙ୍କା ରହିଥିବା ବେଳେ ବିଭାଗ ପକ୍ଷ ରୁ ରିହାତି ୬୮୮୭ ଟଙ୍କା ଆର୍ଥିକ ସହଯୋଗ କରାଯିବ ବୋଲି ଉଦ୍ୟାନ ଅଧିକାରୀ ନରେଶ ତାଣ୍ଡି ପ୍ରକାଶ କରିଛନ୍ତି।
