ଆଦ୍ୟନ୍ତ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ପକ୍ଷରୁ ବଡ଼ ଧୂମଧାମରେ ୨୦ ତମ ବାର୍ଷିକୋତ୍ସବ “ଗ୍ରେସ୍-୨୦ ୨୬” ପାଳିତ
ଖୋର୍ଦ୍ଧା:, ୧୪,୧୧,୨୦୨୬ ନଭେମ୍ବର ଆଦ୍ୟନ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ଏହାର ୨୦ତମ ବାର୍ଷିକୋତ୍ସବ “ଗ୍ରେସ୍-୨୦୨୬”କୁ ଶିଶୁ ଦିବସର ଶୁଭ ଅବସରରେ ବିଦ୍ୟାଳୟ ପରିସରରେ ବହୁ ଉତ୍ସାହ ଓ ଗାମ୍ଭୀର୍ଯ୍ୟର ସହ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କ ପ୍ରତିଭା, ସଫଳତା ଏବଂ ସର୍ବାଙ୍ଗୀନ ବିକାଶ ପ୍ରଦର୍ଶନ ପାଇଁ ଏକ ସୁନ୍ଦର ମାଧ୍ଯମ ସାଜିଥିଲା ।
ଆଇ.ଆଇ.ଟି., ଭୁବନେଶ୍ୱରର ଫ୍ୟାକଲ୍ଟି ଆଫେୟାର୍ସର ଡିନ୍ ପ୍ରଫେସର ଉମା ପ୍ରସନ୍ନ ଓଝା ଏବଂ ଦିଗପହଣ୍ଡିର ମାନ୍ୟବର ବିଧାୟକ ତଥା ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀ ସିଦ୍ଧାନ୍ତ ମହାପାତ୍ର ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରିଥିଲେ ।
ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ପ୍ରଭାତୀ ଶତପଥୀ ଆନୁଷ୍ଠାନିକ ଭାବେ ଉତ୍ସବର ଶୁଭାରମ୍ଭ କରି ସ୍ବାଗତ ଭାଷଣ ପ୍ରଦାନ କରିବା ସହ ବିଦ୍ୟାଳୟର ବାର୍ଷିକ ବିବରଣୀ ଏବଂ ଏହାର ଚମତ୍କାର ଶୈକ୍ଷିକ ସଫଳତାର ଏକ ସଂକ୍ଷିପ୍ତ ସମୀକ୍ଷା ଉପସ୍ଥାପନ କରିଥିଲେ I
ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଅଜୟ ବାହାଦୂର ସିଂହ ବିଶିଷ୍ଟ ଅତିଥିମାନଙ୍କୁ ସ୍ବାଗତ କରିବା ଅବସରରେ ଅନୁଷ୍ଠାନର ଦୁଇ ଦଶନ୍ଧିର ଯାତ୍ରା, ଏହାର କୀର୍ଷିବେଳା ଏବଂ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ, ସାଂସ୍କୃତିକ ଓ ନୈତିକ ବିକାଶ ପାଇଁ ଏହାର କ୍ରମାଗତ ପ୍ରୟାସ ଉପରେ ଆଲୋକପାତ କରିଥିଲେ ।
ଏହି ଉତ୍ସବରେ ପ୍ରାୟ ୨୪୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ମାନବୀୟ ଭାବବେଳର ନଅଟି ଅଭିବ୍ୟକ୍ତି ଅର୍ଥାତ୍ ‘ନବରସ’ ଉପରେ ପର୍ଯ୍ୟବସିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉପସ୍ଥିତ ସମସ୍ତ ଅତିଥି ଓ ଦର୍ଶକ ଏହାକୁ ବେଶ୍ ପ୍ରଶଂସା କରିଥିଲେ ।
ଏହି ଅବସରରେ ୨୦୨୬ ମସିହା ସି.ଏଚ୍.ଏସ୍.ଇ (CHSE) ପରୀକ୍ଷାରେ ୬୦୦ ରୁ ୫୯୮ ନମ୍ବର ରଖି ରାଜ୍ୟର ଶ୍ରେଷ୍ଠ ଛାତ୍ରୀ (State Topper) ହୋଇଥିବା କୁମାରୀ ସଞ୍ଜନା ମହନ୍ତଙ୍କ ସମେତ ୯୦% ରୁ ଅଧିକ ନମ୍ବର ରଖୁଥିବା ଅନ୍ୟ ୯୮ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ପ୍ରଶଂସନୀୟ ଶୈକ୍ଷିକ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା I
ଶୈକ୍ଷିକ ଉତ୍କର୍ଷ, ସୃଜନଶୀଳତା ଏବଂ ଚରିତ୍ର ଗଠନ ମଧ୍ୟରେ ଏକ ସନ୍ତୁଳନ ବଜାୟ ରଖିବା ପାଇଁ ବିଦ୍ୟାଳୟ ପକ୍ଷରୁ କରାଯାଉଥିବା ନିଷ୍ଠାପର ପ୍ରୟାସକୁ ବିଶିଷ୍ଟ ଅତିଥିମାନେ ଭୂୟସୀ ପ୍ରଶଂସା କରିଥିଲେ I
ଶେଷରେ ଧନ୍ୟବାଦ ଅର୍ପଣ କରାଯାଇ କାର୍ଯ୍ୟକ୍ରମ ସମାପ୍ତ ହୋଇଥିଲା । “ଗ୍ରେସ୍-୨୦୨୬” ର ସଫଳତା ପାଇଁ ସହଯୋଗ ଓ ଅଂଶଗ୍ରହଣ କରିଥିବା ସମସ୍ତ ସମ୍ମାନିତ ଅତିଥି, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ପ୍ରତି ବିଦ୍ୟାଳୟ କର୍ତ୍ତୃପକ୍ଷ ଆନ୍ତରିକ କୃତଜ୍ଞତା ଜ୍ଞାପନ କରିଛନ୍ତି ।
