ନୂତନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଉଦ୍ଘାଟିତ, ଉପକୃତ ହେବେ ଆଖପାଖ ୯ଟି ଗାଁର ଛାତ୍ରଛାତ୍ରୀ
ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ସଦର ବ୍ଲକ ଅନ୍ତର୍ଗତ ମାଗୁରପାଣିଠାରେ ନୂତନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଉଦ୍ଘାଟନୀ ଉତ୍ସବ ଆଜି ଭବ୍ୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି।ଏହି ବିଦ୍ୟାଳୟ ଉଦ୍ଘାଟନ ହେବା ଫଳରେ ମାଗୁରପାଣି ସମେତ ଆଖପାଖ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷା ପାଇଁ ଏକ ନୂତନ ସୁଯୋଗ ସୃଷ୍ଟି ହୋଇଛି।ଉତ୍ସବରେ ଛାତ୍ରଛାତ୍ରୀମାନେ ସଂସ୍କୃତ ଶ୍ଳୋକ ପାଠ ଓ ଚନ୍ଦନ ସିନ୍ଦୂର ଲଗାଇ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଗାଇଡ୍ ଛାତ୍ରୀମାନଙ୍କ ସ୍ଲୋ ମାର୍ଚ୍ଚିଂ ମାଧ୍ୟମରେ ଅତିଥିମାନଙ୍କୁ ମଞ୍ଚକୁ ପାଛୋଟି ନିଆଯାଇଥିଲା। ଗଣେଶ ପୂଜା ଓ ସ୍ୱାଗତ ସଙ୍ଗୀତ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଚିତ୍ତେଶ୍ୱରୀ ସାହୁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଉତ୍ସବର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ।ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ମାଝୀ, ଉମା ଠାକୁର, ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ସାଂସଦ ପ୍ରତିନିଧି ପ୍ରେମ ଅଗ୍ରୱାଲ, ସ୍ୱର୍ଗତ ମନ୍ତ୍ରୀ ରାଜେନ୍ଦ୍ର କୁମାର ଢୋଲକିଆଙ୍କ ପତ୍ନୀ କଳ୍ପନା ଢୋଲକିଆ, ସରପଞ୍ଚ ଲକ୍ଷ୍ମୀ ରାଉତ, ପୂର୍ବତନ ସରପଞ୍ଚ ରୋହିତ ରାଉତ, ଅବସରପ୍ରାପ୍ତ ଶିକ୍ଷକ ମିତ୍ରଭାନୁ ରାଉତ ଓ ଏସଏମସି ସଭାପତି ନିଲରାମ ରାଉତ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଓ ଭବିଷ୍ୟତ ଗଠନ ଦିଗରେ ମାର୍ଗଦର୍ଶନ ଦେଇଥିଲେ।ଏହି ଅବସରରେ ମାଗୁରପାଣି ଗ୍ରାମରେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ହୋଇଥିବାରୁ ଗ୍ରାମବାସୀ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହାଦ୍ୱାରା ସରେଇପାଲି, ଖଲିଆପାଣି, କେରମେଲୀ, ବୋଇରଭାଡ଼ି, ଟଙ୍ଗପାଣି, କୋଦୋମେରୀ, ଝାଲବାହାଲ ଓ ସାଲିହା ସମେତ ଆଖପାଖ ଗ୍ରାମର ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହେବେ ବୋଲି ଗ୍ରାମବାସୀ ମତ ପ୍ରକାଶ କରିଥିଲେ।ଉଚ୍ଚ ବିଦ୍ୟାଳୟ ନିକଟରେ ଥିବାରୁ ଛାତ୍ରଛାତ୍ରୀଙ୍କ ଯିବାଆସିବା ସମୟ ବଞ୍ଚିବ ଏହି ସମୟକୁ ଛାତ୍ରଛାତ୍ରୀମାନେ ପାଠ ପାଠରେ ବିନିଯୋଗ କରି ଉତ୍ତମ ଫଳାଫଳ ହାସଲ କରିବେ ବୋଲି ପ୍ରଧାନ ଶିକ୍ଷୟତ୍ରୀ ଚିତ୍ତେଶ୍ଵରୀ ସାହୁ ନିଜ ମତ ରଖିଥିଲେ ଶେଷରେ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ଧନ୍ୟବାଦ ଅର୍ପଣ ସହିତ ସଭାପତିଙ୍କ ଅନୁମତି କ୍ରମେ କାର୍ଯ୍ୟକ୍ରମ ସମାପ୍ତି ଘୋଷଣା କରିଥିଲେ।
