ଆଧାର ସମସ୍ୟାର ସମାଧାନ”— ଜିଲ୍ଲାପାଳଙ୍କ ଅଭିଯୋଗ ଶିବିରରେ ସମବାୟ ସମିତି ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ ବ୍ୟବସ୍ଥା
ନୂଆପଡା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା ସିନାପାଲି ଠାରେ ଜିଲ୍ଲାପାଳ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ରେ ସମବାୟ ସମିତି ବିଭାଗ ଓଡ଼ିଶା ସରକାର ପକ୍ଷ ରୁ ଆଧାର କାର୍ଡ ଜନିତ ସମସ୍ୟା ସୁଧାର ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କୁ ଶୁଭାରମ୍ଭ କରିଛନ୍ତି,ଏହି ଶୁଭାରମ୍ଭ କାର୍ଯ୍ୟକ୍ରମ ରେ ଜିଲ୍ଲା ସମବାୟ ସମିତି ଡି ଆର ସି ଏସ ଶିବ ପ୍ରସାଦ ସ୍ୱାଇଁ ଯୋଗ ଦେଇ ଶୁଭ ଉଦ୍ଘାଟନ କରିଛନ୍ତି।ଶିବିର କୁ ଆସି ଅନେକ ସମୟ ଆଧାର କାର୍ଡ ଜନିତ ସମସ୍ୟା ଦେଖାଯାଉଥିବା ବେଳେ ଏହି ଆଧାର କାର୍ଡ ସମସ୍ୟା କୁ ତୁରିତ ସମାଧାନ ପାଇଁ ଆହ୍ୱାନ କରିଥିଲେ।ଜିଲ୍ଲାର ପାଞ୍ଚ ଗୋଟି ବ୍ଲକ ରେ ପାଞ୍ଚ ଦିନ ଖୋଲି ଆଧାର କାର୍ଡ ସୁଧାର ଆଣିବାକୁ ପ୍ରୟାସ କରିଥିବା ବେଳେ ପ୍ରାଥମିକ କୃଷି ସମବାୟ ସମିତିରେ ମଧ୍ୟ ଆଧାରକାର୍ଡ ସୁଧାର କେନ୍ଦ୍ର ଖୋଲା ଯାଇଛି।ସହଜ ସୁବିଧା ଏବଂ ସୁନ୍ଦର ଭାବରେ ଆଧାରକାର୍ଡ ପରିବର୍ତ୍ତନ କରି ନୂତନ ତଥ୍ୟ ପ୍ରଦାନ ପାଇଁ ଆହ୍ୱାନ କରିଛନ୍ତି।
