
୧୫ ନମ୍ୱର୍ ୱାର୍ଡ ଶ୍ରୀ ବିହାର ଅଙ୍ଗନୱାଡୀ କେନ୍ଦ୍ରରେ ସେବା ସଙ୍କଳ୍ପ ଅଭିଯାନ ରେ ଆଙ୍ଗନ୍ କା ଉତ୍ସବ ପାଳିତ ହୋଇଯାଇଛି।
ଆମ ଅଙ୍ଗନୱାଡି ଆମ ଦାଇତ୍ୱ, ବାର୍ତାରେ ପୋଷଣ ସଚେତନତା ଉପରେ ଗୁରୁତ୍ବ, ମା ଓ ଶିଶୁଙ୍କ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟ ଉପଯୁକ୍ତ ଯତ୍ନ ଓ ସାମୁହିକ ସହଯୋଗର ଆହ୍ଵାନ।
ଖୋର୍ଦ୍ଧା; ତା.୨୯,୯, ୨୦୨୬ ରିଖ ଯସଶ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି ଜୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ଓ ସଂକଳ୍ପ ଅଭିଯାନ ୨୭,୯,୨୦୨୬ ରୁ ୨୯,୯,୨୦୨୬ ତିନିଦିନ ଧରି ଆଙ୍ଗନ୍ କା ଉତ୍ସବ ପାଳନ କରାଯାଇଥିଲା। ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆଙ୍ଗନ କା ଉତ୍ସବ ଶୂଚାର ରୂପେ ପାଳିତ ହୋଇଥିଲା। ପ୍ରଥମଦିନ ପିତାଙ୍କ ଦ୍ଵାରା ପ୍ରସ୍ତୁତି ପିଠା ପ୍ରତିଯୋଗିତା କରାଯାଇଥିଲା। ଏହି ପୋଷଣ ପିଠା ପ୍ରଦର୍ଶନୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗିତାଙ୍କୁ ପୁରସ୍କୃତ କରାଯାଇଥିଲା। ୨୮,୯,୨୦୨୬ ରେ ଶିଶୁ ମାନଙ୍କର ଚିତ୍ରାଙ୍କନ, ନାଚ ଓ ଗୀତ ପ୍ରତିଯୋଗିତାରେ ଭାଗନେଇଥିବା ଶିଶୁ ପ୍ରତିଭା ମାନଙ୍କୁ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ହୋଇଥିବା ଶିଶୁ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୫ ନମ୍ୱର୍ ୱାର୍ଡ ଶ୍ରୀ ବିହାର କାଉନସିଲର ମହଦୟା ଶ୍ରୀମତୀ ପ୍ରଵୀଣା ଜଗଦେବ ଯୋଗଦେଇ ଆଜିର ଉଦଯାପନୀ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଆଙ୍ଗାନ କା ଉତ୍ସବରେ ସେକ୍ଟର ଗୁରୁଜଙ୍ଗ ପଲଟନ ପଡିଆ ଅଙ୍ଗନବାଡ଼ି କେନ୍ଦ୍ର ୱାର୍ଡ ନମ୍ୱର୍ ୧୫ ଶ୍ରୀବିହାର କଲୋନୀରେ ଯାଞ୍ଚ କମିଟି ସଦସ୍ୟ ଶ୍ରୀ ତାରେସ୍ୱର ମହାକୁଡ଼ ଓ ବିଜେପି ନଗର ମହିଳା ମୋର୍ଚ୍ଚା ସଭାନେତ୍ରି ଶ୍ରୀମତୀ ଜ୍ୟୋସ୍ନା ମହାନ୍ତି, ଅଙ୍ଗନୱାଡି ଶିକ୍ଷୟତ୍ରୀ ଆରତୀ ମିଶ୍ର,ଅଙ୍ଗନୱାଡି ସହାଇକା ମୀନାରାଣୀ ଦୋରା, ଆଶାକର୍ମୀ ସ୍ବର୍ଣ୍ଣଲତା ବାରିକ ଓ ଅତିଥି ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ ମମତା ନାୟକଙ୍କୁ ଉତ୍ତରୀୟ ସହ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶେଷରେ ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା।
