ଭୁବନେଶ୍ଵର ତା୧୩,୧୦- ଆଶା ମାନଙ୍କୁ ସ୍ୱେଚ୍ଛାସେବୀ ପରିବର୍ତ୍ତେ ସରକାରୀ କର୍ମଚାରୀର ମାନ୍ୟତା ଦେଇ ସର୍ବନିମ୍ନ ମାସିକ ୨୮ ହଜାର ଟଙ୍କା ଏବଂ ଅବସର ପରେ ସର୍ବନିମ୍ନ ପେନ୍ସନ୍ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବା, ସରକାରୀ କର୍ମଚାରୀର ମାନ୍ୟତା ଦେବା ପର୍ଯ୍ୟନ୍ତ ଅନ୍ତତଃ କେନ୍ଦ୍ର ସରକାରଙ୍କ ଘୋଷିତ କୁଶଳୀ ଶ୍ରମିକର ସର୍ବନିମ୍ନ ମଜୁରୀ ସହିତ କାମ ପାଇଁ ପ୍ରୋତ୍ସାହନ ରାଶି ପ୍ରତି ମାସରେ ନିୟମିତ ପ୍ରଦାନ କରିବା, ବକେୟା ଦରମା ଅବିଳମ୍ବେ ପ୍ରଦାନ କରିବା, ଦୈନିକ କାମ କରିବାର ନିର୍ଦ୍ଦିଷ୍ଟ ସମୟ ନିର୍ଘଣ୍ଟ ସ୍ଥିର କରିବା ଏବଂ ଅତିରିକ୍ତ କାମ ପାଇଁ ଅତିରିକ୍ତ ପାରିଶ୍ରମିକ ଦେବା, ପି. ଏଫ, ପେନ୍ସନ, ବୀମା, ଗ୍ରାଚ୍ୟୁଟି, ସ୍ୱାସ୍ଥ୍ୟସେବା ଆଦି ସାମାଜିକ ସୁରକ୍ଷାରେ ଅନ୍ତଭୁକ୍ତ କରିବା, ଜାତୀୟ କାର୍ଯ୍ୟକ୍ରମ ଓ ବିଭିନ୍ନ ଯୋଜନାରେ ତାଲିମ ବେଳେ ଦୈନିକ ସର୍ବନିମ୍ନ ମଜୁରୀ ପ୍ରଦାନ କରିବା, ସ୍ଵାଭାବିକ ମୃତ୍ୟୁକାଳୀନ ସହାୟତା ୫ଲକ୍ଷ ଓ ଦୁର୍ଘଟଣାଜନୀତ ମୃତ୍ୟୁପାଇଁ ୧୦ଲକ୍ଷ ଟଙ୍କା ପ୍ରଦାନ କରିବା, ସମସ୍ତ ଡାକ୍ତରଖାନାରେ ଆଶା ମାନଙ୍କ ପାଇଁ ସ୍ଵତନ୍ତ୍ର ବିଶ୍ରାମ ଗୃହର ବ୍ୟବସ୍ଥା କରିବା, ଆଶାମାନଙ୍କୁ ସାମାଜିକ ସୁରକ୍ଷା ଓ ନିରାପତ୍ତା ଯୋଗାଇ ଦେବା ଦାବିରେ ଓଡିଶା ମିଳିତ ଆଶା ୟୁନିୟନ ରାଜ୍ୟ କମିଟି ପକ୍ଷରୁ ଭୁବନେଶ୍ଵର ବିଧାନସଭା ସମ୍ମୁଖରେ ୟୁନିୟନର ସଭାପତି ରାଜକିଶୋର ମଲ୍ଲିକଙ୍କ ସଭାପତିତ୍ୱରେ ଏକ ବିକ୍ଷୋଭଅନୁଷ୍ଠିତ ହୋଇଥିଲା । ଉକ୍ତ ବିକ୍ଷୋଭ ସଭାରେ ସାଧାରଣ ସଂପାଦିକା ରେଣୁ ମହାରାଣ, ଏଆଇୟୁଟିୟସି ରାଜ୍ୟ ସଂପାଦନ ଜୟସେନ ମେହେର, ଅଶୋକ ସାହୁ, ତଅପୋଳ ଭୋଇ, ମମତା ମଲ୍ଲିକ, ତନୁଜା ମଲ୍ଲିକ, ସ୍ୱଦ୍ଵାରାଣୀ ଦାସ, ବିଲକିସ୍ ବେଗମ, ଚମ୍ପାଳାବାଳା ମଲ୍ଲିକ, କଳ୍ପନା ଚମ୍ପତି, ସରସ୍ବତୀ ବେହେରା, କବିତା ଚମ୍ପତି ପ୍ରମୁଖ ବକ୍ତବ୍ୟ ରଖୁଥିଲେ । ବିଷୋଳ ସ୍ଥାନରୁ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା ।
