
ଧର୍ମଶାଳାରେ ବିଧାୟକ ହିମାଂଶୁଙ୍କୁ ରାଖୀ ବାନ୍ଧିଲେ ହଜାର ହଜାର ମହିଳା। ( ବିନୋଦ ସାହୁ )
ପବିତ୍ର ରାକ୍ଷୀ ବନ୍ଧନ ଉତ୍ସବ ଅବସରରେ ଧର୍ମଶାଳା ଷ୍ଟାଡିୟମ ପରିସରରେ ଏକ ଭବ୍ୟ ଓ ମହାସମାରୋହପୂର୍ଣ୍ଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଅବସରରେ ଧର୍ମଶାଳାର ବହୁ ସଂଖ୍ୟକ ଭଉଣୀମାନେ ଏକତ୍ରିତ ହୋଇ ଧର୍ମଶାଳାର ପ୍ରିୟ ବିଧାୟକ ଶ୍ରୀ ହିମାଂଶୁ ଶେଖର ସାହୁଙ୍କୁ ରାକ୍ଷୀ ବାନ୍ଧି ଭାଇ-ଭଉଣୀର ପବିତ୍ର ସ୍ନେହ ଓ ଅଟୁଟ ସମ୍ପର୍କର ନିଦର୍ଶନ ପ୍ରଦାନ କରିଥିଲେ ଭଉଣୀମାନଙ୍କ ସ୍ନେହ, ଆଶୀର୍ବାଦ ଓ ଭଲପାଇବାରେ ସମଗ୍ର ଷ୍ଟାଡିୟମ ପରିସର ଉତ୍ସବମୁଖରହୋଇଉଠିଥିଲା। ରାକ୍ଷୀ ବନ୍ଧନ କେବଳ ଏକ ପର୍ବ ନୁହେଁ, ବରଂ ଭାଇ-ଭଉଣୀ ମଧ୍ୟରେ ସୁରକ୍ଷା, ସ୍ନେହ ଓ ବିଶ୍ୱାସର ଅଟୁଟ ବନ୍ଧନ ବୋଲି ଏହି ଅବସରରେପ୍ରତିଫଳିତହୋଇଥିଲାଏହି କାର୍ଯ୍ୟକ୍ରମଧର୍ମଶାଳାର ସାମାଜିକ ଏକତା, ଭାଇଚାରାଓଆପଣାପଣିଆର ଏକ ସୁନ୍ଦର ନିଦର୍ଶନ ସୃଷ୍ଟି କରିଥିଲା। ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ଅପାର ଉତ୍ସାହ ଓ ଆନନ୍ଦ ଦେଖିବାକୁ ମିଳିଥିଲା।
