ବାରହା ମାଂସ ଜବତ,୩ଗିରଫ
ନୂଆପଡ଼ା:ରିପୋର୍ଟ(ସୁରେଶ ଦଣ୍ଡସେନା)
ନୂଆପଡ଼ା ଜିଲ୍ଲା ସିନାପାଲି ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ବାରହା ମାଂସ ଜବତ କରାଯିବା ସହ ଘଟଣାରେ ସମ୍ପୃକ୍ତ ସନ୍ଦେହରେ ୩ ଜଣଙ୍କୁ ଗିରଫ କରାଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି । ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି । ସୂଚନା ମୁତାବକ ବନବିଭାଗର ଚଢ଼ାଉ ପରେ ବାରହା ମାଂସ ଜବତ ହୋଇଥିବା ବେଳେ ୩ ଜଣଙ୍କୁ ଅଟକ ରଖି ପରେ ଗିରଫ କରାଯାଇଥିବା ଜଣାପଡ଼ିଛି । ଗିରଫ ବ୍ୟକ୍ତି ମାନେ ହେଲେ ଚଟିଆଗୁଡାର ୨ ଜଣ ଓ ଘାଟମାଳର ଜଣେ ତେବେ ବାରହା ଶିକାର କେଉଁଠାରେ ହୋଇଥିଲା, ଏଥିରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି 9ନାହିଁ ଏବଂ ଶିକାର ପଛରେ କେଉଁ ଗୋଷ୍ଠୀ କାମ କରୁଥିଲେ, ସେନେଇ ବନବିଭାଗ ପକ୍ଷରୁ ତଦନ୍ତ ଚାଲିଥିବା ବିଶେଷ ସୂତ୍ରରୁ ଖବର ମିଳିଛି । ତେବେ ଏହି ଚଢ଼ାଉ ସମ୍ପର୍କରେ ବନବିଭାଗର ଅଧିକାରିକ ବିବୃତି ଓ ଜବତ ମାଂସର ପରିମାଣ ସମ୍ପର୍କିତ ତଥ୍ୟ ମିଳିବା ପରେ ଘଟଣାର ଚିତ୍ର ସ୍ପଷ୍ଟ ହେବ ।
