ଆମ ଅଙ୍ଗନୱାଡି ଆମ ଦାଇତ୍ୱ, ବାର୍ତାରେ ପୋଷଣ ସଚେତନତା ଉପରେ ଗୁରୁତ୍ବ,ମା ଓ ଶିଶୁଙ୍କ ଜୀବନ ପାଇଁ ସନ୍ତୁଳିତ ଖାଦ୍ୟ ଉପଯୁକ୍ତ ଯତ୍ନ ଓ ସାମୁହିକ ସହଯୋଗର ଆହ୍ଵାନ।
ଖୋର୍ଦ୍ଧା;ଯସଶ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ଦାମୋଦର ଦାସ ମୋଦି ଜୀଙ୍କ ଜନ୍ମଦିନ ଉପଲକ୍ଷେ ସେବା ଓ ସଂକଳ୍ପ ଅଭିଯାନ ୨୭,୯,୨୦୨୬ ରୁ ୨୯,୯,୨୦୨୬ ତିନିଦିନ ଧରି ଆଙ୍ଗନ୍ କା ଉତ୍ସବ ପାଳନ କରାଯାଇଥିଲା।ଏଥିରେ ମହିଳା ଓ ଶିଶୁ ବିକାଶ ବିଭାଗ ଓ ଓଡ଼ିଶା ସରକାରଙ୍କ ସହଯୋଗରେ ଆଙ୍ଗନ୍ କା ଉତ୍ସବ ଶୂଚାର ରୂପେ ପାଳିତ ହୋଇଥିଲା।ପ୍ରଥମଦିନ ପିତାଙ୍କ ଦ୍ଵାରା ପ୍ରସ୍ତୁତି ପିଠା ପ୍ରତିଯୋଗିତା କରାଯାଇଥିଲା।ଏହି ପୋଷଣ ପିଠା ପ୍ରଦର୍ଶନୀରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପ୍ରତିଯୋଗିତାଙ୍କୁ ପୁରସ୍କୃତ କରାଯାଇଥିଲା। ୨୮,୯,୨୦୨୬ ରେ ଶିଶୁ ମାନଙ୍କର ଚିତ୍ରାଙ୍କନ, ନାଚ ଓ ଗୀତ ପ୍ରତିଯୋଗିତାରେ ଭାଗନେଇଥିବା ଶିଶୁ ପ୍ରତିଭା ମାନଙ୍କୁ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ହୋଇଥିବା ଶିଶୁ ପ୍ରତିଭାଙ୍କୁ ପୁରସ୍କୃତ କରାଯାଇଥିଲା।ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ୧୬ ନମ୍ୱର୍ ୱାର୍ଡ ବିଜେପି ମହିଳା ମୋର୍ଚ୍ଚା ନେତ୍ରୀ ସ୍ରମିଷ୍ଟା ପଟ୍ଟନାୟ ମିଶନ ଶକ୍ତିର ପ୍ରେସିଡେଣ୍ଟ ଜୟଶ୍ରୀ ସାହୁ ଯୋଗଦେଇ ଉଦଯାପନୀ ଉତ୍ସବକୁ ସାଫଲ୍ୟ ମଣ୍ଡିତ କରିଥିଲେ। ଗୁରୁଜଙ୍ଗ ହାଉସିଙ୍ଗ ବୋର୍ଡ ୧୬ନଂ ୱାର୍ଡ଼ ଅଙ୍ଗନୱାଡି ଶିକ୍ଷୟତ୍ରୀ ଗାୟତ୍ରୀ ଶତପଥୀ,ଅଙ୍ଗନୱାଡି ସହାଇକା ସର ଦାଶ ଓ ଗୁରୁଜଙ୍ଗ ହାଉସିଙ୍ଗ ବୋର୍ଡ ର ସମସ୍ତ ସଦସ୍ୟ ଓ ସଦସ୍ୟା ସହଯୋଗ ରେ କାର୍ଯ୍ୟକ୍ରମକୁ ସମାପ୍ତ କରାଯାଇଥିଲା।
