
ଭୁବନେଶ୍ୱର #DCP ଜଗମୋହନ ମୀନାଙ୍କ ଇସ୍ତଫା ଓ #IIC ବିୟୁଟି ମହାନ୍ତିଙ୍କୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ରାଜ୍ୟର ପ୍ରଶାସନିକ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି ।
ଆଜି ରାଜ୍ୟରେ ଏପରି ପରିସ୍ଥିତି କାହିଁକି ସୃଷ୍ଟି ହେଉଛି ? ଅଧିକାରୀମାନେ ସ୍ୱାଧୀନ ଭାବେ କାମ କରିପାରୁଛନ୍ତି କି, ନା ସେମାନଙ୍କ ଉପରେ ଅନ୍ୟ କୌଣସି ଚାପ ରହିଛି ?ଯଦି ପ୍ରଶାସନିକ ବ୍ୟବସ୍ଥାରେ ରାଜନୈତିକ ହସ୍ତକ୍ଷେପ ନାହିଁ, ତେବେ ଏହି ଘଟଣାଗୁଡ଼ିକର ପ୍ରକୃତ କାରଣ କ’ଣ ? ସରକାର ଏହା ଉପରେ ସ୍ପଷ୍ଟ ଓ ତଥ୍ୟଭିତ୍ତିକ ବିବୃତ୍ତି ଦେଇ ଓଡ଼ିଶାବାସୀଙ୍କ ସନ୍ଦେହ ଦୂର କରିବା ଉଚିତ ଗଣତନ୍ତ୍ରରେ ଏକ ସ୍ୱାଧୀନ, ନିରପେକ୍ଷ ଓ ଜବାବଦେହୀ ପ୍ରଶାସନ ହିଁ ଜନସାଧାରଣଙ୍କ ବିଶ୍ୱାସର ମୂଳ ଆଧାର । ବ୍ୟକ୍ତିଗତ କାରଣରୁ ଇସ୍ଥପା ଦେଇଥିବା ସୁଚନା।
-୨୦୧୩ ବ୍ୟାଚ ips ଅଫିସର୍ ରହିଛନ୍ତି ଜଗମୋହନ ମିନା।
-ନିଜର ୧୩ବର୍ଷ କାର୍ଯ୍ୟ କାଳ ଭିତରେ ବହୁତ ବଡ଼ ବଡ଼ ଆୱାର୍ଡ଼ ହାସିଲ କରିଛନ୍ତି ଶ୍ରୀ ମିନା ।
-ପୋଲିସ ବିଭାଗ ଛାଡ଼ି କୌଣସି ପ୍ରାଇଭେଟ୍ କମ୍ପାନୀରେ ଯୋଗ ଦେବେ ବୋଲି ଆଲୋଚନା କରାଯାଉଛି!
-ରବିବାର ଦିନ ସରକାରୀ ସୂତ୍ର ଅନୁଯାୟୀ, ଡେପୁଟି ପୋଲିସ କମିଶନର (ଡିସିପି) ଜଗମୋହନ ମୀନା ବ୍ୟକ୍ତିଗତ କାରଣ ଦର୍ଶାଇ ରାଜ୍ୟ ସରକାରଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି।
-ଯଦି ସରକାର ଏହାକୁ ଗ୍ରହଣ କରନ୍ତି, ତେବେ ୩୭ ବର୍ଷୀୟ ଆଇପିଏସ୍ ଅଧିକାରୀ ବେସରକାରୀ କ୍ଷେତ୍ରକୁ ଯାଇପାରନ୍ତି।
-ଜଣେ ips ରାଙ୍କ ଅଧିକାରୀ, ମୀନା ପୂର୍ବରୁ ମାଲକାନଗିରି ,ଅନୁଗୁଳ ଏବଂ ଗଞ୍ଜାମ ଜିଲ୍ଲାରେ ଏସପି ଏବଂ କଟକ ସହରାଞ୍ଚଳ ପୋଲିସର ଡିସିପି ଭାବରେ କାର୍ଯ୍ୟ କରିଥିଲେ, ଏବଂ ଫେବୃଆରୀ ୨୮, ୨୦୨୫ ରେ ଭୁବନେଶ୍ୱର ଡିସିପି ଭାବରେ ନିଯୁକ୍ତି ପାଇଥିଲେ।
-ତେବେ କାହିଁକି ଜଣେ ଆଇପିଏସ ଅଧିକାରୀ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ
