ନୂଆପଡ଼ା:ରିପୋର୍ଟ(ସୁରେଶ ଦଣ୍ଡସେନା)
ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ବାବେବିର ଗ୍ରାମ ପଞ୍ଚାୟତ ରେ ଚାଲିଛି ପିଡ଼ିଏସ ଚାଉଳ ର ମହା ଘୋଟାଲା । ଯୋଗାଣ ସହାୟକ ଚନ୍ଦ୍ରକାନ୍ତ ସାହୁ (ଅଶୋକ )ବାବେବିର ଗ୍ରାମ ପଞ୍ଚାୟତ ରେ ପିଡ଼ିଏସ ଚାଉଳ ଦେବାରେ ଅନିୟମିତତା କରୁଛନ୍ତି । ସେ ଠିକ ସମୟରେ ଚାଉଳ ଦେଉ ନାହାନ୍ତି ।ବାରମ୍ବାର କିଛି ନା କିଛି ବାହାନା କରି ଲୋକଙ୍କୁ ହଇରାଣ କରୁଛନ୍ତି । କେବେ ଫିଙ୍ଗର ଆସୁନି କହୁଛନ୍ତି ତ କେବେ ଚାଉଳ ଦେଉ ନାହାନ୍ତି, ଆଗରୁ ଫିଙ୍ଗର ନେଇ ପରେ କମ ଦେଇ ଠକୁ ଛନ୍ତି କେବେ କହୁଛନ୍ତି ଚାଉଳ ଉଠେଇ ନାହିଁ କହି ମିଛ ବାହାନା କରି ଲୋକଙ୍କୁ ଫେରାଇ ଦିଅନ୍ତି।ସବୁଠାରୁ ଗୁରୁତ୍ୱ କଥା ହେଉଛି ମାର୍ଚ୍ଚ ଓ ଏପ୍ରିଲ ମାସରେ ଜଣ ପିଛା ୪୦ କିଲୋ ଚାଉଳ ଖାଉଟିଙ୍କୁ ଦେବା ପାଇଁ ବ୍ୟବସ୍ଥା ଥିବା ବେଳେ ୨୦ କେଜି ଲେଖାଏଁ ଦେଇ ୨୦ କେଜି ଲେଖାଏଁ ହଡପ କରି ଖାଇ ଦେଇ ଲୋକଙ୍କୁ ଧୂଆଁ ବୁଲାଉ ଛନ୍ତି।ଲୋକେ ହତାଶ, ନିରାଶ ହେଇ ରହୁଛନ୍ତି। ଅନ୍ତୋଦୟ କାର୍ଡ ୩୫ କେଜି ଏବଂ ମୁଣ୍ଡ ପିଛା ୫ କେଜି ଅନ୍ନପୂର୍ଣ୍ଣା ଚାଉଳ ଦେବାର ଯେଉଁ ବ୍ୟବସ୍ଥା ଅଛି ତାକୁ ମଧ୍ୟ ମାର୍ଚ୍ଚ, ଏପ୍ରିଲ ମାସ ର ଦେଇ ନାହାନ୍ତି ତାକୁ ମଧ୍ୟ ହଡ଼ପ କରି ଖାଇ ଦେଇଛନ୍ତି।ତାକୁ ପଚାରିଲେ ଯେତିକି ସରକାର ଦେଉଛନ୍ତି ସେତିକି ଦେଉଛି କହୁଛି ହେଲେ ଏପଟେ ଦେଉ ନାହାନ୍ତି।ମୁଖ୍ୟମନ୍ତ୍ରୀ ଅର୍ଣ୍ଣପୂର୍ଣ୍ଣା ଚାଉଳ ଆସିନି ଆସିଲେ ଦେବି କହୁଛି ବାକି ପଞ୍ଚାୟତ ମାନଙ୍କରେ ଚାଉଳ ଆସୁଛି ଏବଂ ବାବେବିର ପଂଚାୟତ କୁ ସେ ଚାଉଳ ଆସୁନି କାହିଁକି ପ୍ରଶ୍ନ ଉଠୁଛି । ସୂଚନା ଥାଉକି ଇତି ପୂର୍ବେ ଲୋକଙ୍କୁ ଯୋଗାଣ ସହାୟକ ଲୋକଙ୍କୁ ଚାଉଳ ଦେବାରେ ହେରଫେର, ଲୋକଙ୍କୁ ଠିକ ବ୍ୟବହାର ନ ଦେବା, ବିଭିନ୍ନ ସମୟରେ ଲୋକଙ୍କୁ ଗାଳି ଗୁଲଜ ଦେବା ରେ ଧୁରନ୍ଧର ଥିବାରୁ ବାହାର କରି ଦିଆ ଯାଇଥିଲା ! ଅର୍ଥାତ ଡିସମିସ ହେଇ ହାଇକୋର୍ଟ ରେ ବିଚାର ଧୀନ ଥିଲା ପୁନର୍ବାର ସେ କେମିତି ଏ ଚାକିରୀ ପାଇ ଲୋକଙ୍କୁ ହଇରାଣ କରୁଛି ଏ ବଡ ପ୍ରଶ୍ନବାଚୀ ? ଏଠି ପ୍ରଶାସନ ଠାରୁ ଆରମ୍ଭ କରି ଶାସନ ପର୍ଯ୍ୟନ୍ତ ମିଳି ଭଗତ ନାହାନ୍ତି ତ ଏପରି ଜନସାଧାରଣ ଙ୍କ ମନରେ ପ୍ରଶ୍ନ ଉଙ୍କି ମାରଛି । ଏ ବାବଦକୁ ନେଇ ବାବେବିର ଗ୍ରାମ ପଞ୍ଚାୟତ ର ହିତାଧିକାରୀ ମାନେ ବିଡ଼ିଓ ଚିନ୍ମୟ ସାଗର ଙ୍କୁ ସାକ୍ଷାତ କରି ଅଭିଯୋଗ କରି ଥିଲେ ସେ ପ୍ରତିଶୃତି ଦେଇ ଛନ୍ତି ଯେ ଯୋଗାଣ ସହାୟକ ଚନ୍ଦ୍ରକାନ୍ତ ସାହୁ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ଯେଉଁ ମାନଙ୍କର ଚାଉଳ ବକେୟା ଅଛି ସେମାନଙ୍କୁ ଚାଉଳ ଦିଆଯିବ, ଯେଉଁମାନେ କାର୍ଡ ପାଇ ନାହାନ୍ତି ସେମାନଙ୍କୁ କାର୍ଡ ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି,କିନ୍ତୁ ବାବେବିର ଗ୍ରାମପଞ୍ଚାୟତ ର ଜନ ସାଧାରଣ ଙ୍କ କହିବା ଅନୁ ସାରେ ଯୋଗାଣ ସହାୟକ ଚନ୍ଦ୍ରକାନ୍ତ ସାହୁ ବାବେବିର ଗ୍ରାମ ପଞ୍ଚାୟତରେ ରହି ଚାଉଳ ଦେଲେ ଚାଉଳ ଗ୍ରହଣ କରିବୁ ନାହିଁ, ସେ ରହିଲେ ପୁଣି ହଇରାଣ କରିବ ତାକୁ ବାହାର କରିଦେବାକୁ ଜନସାଧାରଣ ଦାବି କରୁଛନ୍ତି। ତେଣୁକରି ଜିଲ୍ଲା ପ୍ରଶାସନଙ୍କୁ ନିବେଦନ ଏହାର ଉଚିତ ତଦନ୍ତ କରି ଦୋଷୀ ଯୋଗାଣ ସହାୟକ ଚନ୍ଦ୍ରକାନ୍ତ ସାହୁ ଙ୍କ ଉପରେ ଦୃଢ଼ କଡା କାର୍ଯ୍ୟାନୁଷ୍ଠାନ ନିଆ ଯାଉ ବୋଲି ଲୋକେ ଦାବି କରୁଛନ୍ତି।ଦେଖାଯାଉ ଖବର ପ୍ରଶାରଣ ପରେ ପ୍ରଶାସନ କିଭଳି ପଦକ୍ଷେପ ନେଉଛନ୍ତି ଅପେକ୍ଷାରେ ରେ ବାବେବିର ଗ୍ରାମ ପଞ୍ଚାୟତ ବାସୀ।
