ନାଉଗାଁ: ନାଉଗାଁ ବ୍ଲକ ଅନ୍ତର୍ଗତ ମଣିକର୍ଣ୍ଣିକା ଘାଟ ଠାରେ ନାଉଗାଁ ଫେଷ୍ଟିଭାଲ ପରିଷଦର ଆନୁକୂଳ୍ୟରେ ୪ର୍ଥ ନାଉଗାଁ ଫେଷ୍ଟିଭାଲ–୨୦୨୬ ଭବ୍ୟ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ଜଗତସିଂହପୁରର ମାନ୍ୟବର ସାଂସଦ ଡା. ବିଭୁ ପ୍ରସାଦ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍ଘାଟନ କରିଥିଲେ। ପରିଷଦର ସଭାପତି ଡା. ଚୌଧୁରୀ ସତ୍ୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ଧନଞ୍ଜୟ ପରିଜା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଉତ୍ସବରେ ଗ୍ଲୋବାଲ ଇଣ୍ଡିଆନ ମୋଡେଲ ସ୍କୁଲର ଅଧକ୍ଷା ମଞ୍ଜୁଶ୍ରୀ ଶାସ୍ତ୍ରୀ ଅତିଥି ଭାବେ ଯୋଗଦେଇଥିଲେ। ବିଶିଷ୍ଟ ସାହିତ୍ୟିକ ଇ. ପ୍ରଭାକର ସ୍ୱାଇଁ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ସଂଗ୍ରାମ କେଶରୀ ସାମନ୍ତରାୟଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବର ଅଂଶରୂପେ ରାଜ୍ୟସ୍ତରୀୟ ସଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରବଳ ବର୍ଷା ସତ୍ତ୍ୱେ ମଧ୍ୟ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ତ୍ରିନାଥ ପରିଜା, ସୁକାନ୍ତ କୁମାର ଲେଙ୍କା, ମନୋଜ କୁମାର ନାୟକ, ଅଭିମନ୍ୟୁ ସାହୁ, ଦେବଜ୍ୟୋତି ମହାନ୍ତି, ବିବେକାନନ୍ଦ ପରିଜା, ସରୋଜ କୁମାର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।
