କଂଗ୍ରେସ ଦଳର ନିତୀ ଆଦର୍ଶ ,ରାହୁଲ ଗାନ୍ଧୀ,ଭକ୍ତଚରଣ ଦାସ, ଙ୍କ ନେତୃତ୍ବକୁ ଭରସା କରି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳି,ଟାଙ୍ଗୀ ବ୍ଲକ, ଟାଙ୍ଗୀ ବିଞ୍ଜାପିତ ଅଞ୍ଚଳ ପରିଷଦର ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ବେହେରା,ବରିଷ୍ଠ ସାମ୍ବାଦିକ ମନୋଜ କୁମାର ପଟ୍ଟନାୟକ,ସାମାଜିକ କର୍ମୀ ସାମ୍ବାଦିକ ମାନସ ଚନ୍ଦ୍ର ପଟ୍ଟନାୟକ,ଯୁବ ସଂଗଠକ ମନୋରଞ୍ଜନ ପ୍ରଧାନ ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟାଳୟ ରେ ଆନୁଷ୍ଠାନିକ ଭାବେ ଜିଲ୍ଲା ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ରେ ଯୋଗଦେଇଥିବା ଜଣାପଡିଛିା ସଭାପତି ରାଜୀବ ପଟ୍ଟନାୟକ ଏହି ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ପ୍ରଦାନ କରି କଂଗ୍ରେସ ଦଳକୁ ସ୍ବାଗତ କରିଥିଲେ।
ଏହି ମିଳନ ପର୍ବରେ ବରିଷ୍ଟ କଂଗ୍ରେସ ନେତ୍ରୀ ସ୍ବାଗତିକା ପଟ୍ଟନାୟକ, ଖୋର୍ଦ୍ଧା ନଗର ସଭାପତି ରଂଜିତ ମହାପାତ୍ର ଜିଲ୍ଲା କଂଗ୍ରେସ ର ସାଧାରଣ ସଂପାଦକ ସେଖ ସାଜିଦ,ଟାଙ୍ଗୀ ବ୍ଲକ କଂଗ୍ରେସ ସଭାପତି ଶିଶିର ପଟ୍ଟନାୟକ,କଂଗ୍ରେସ ନେତା ସନାତନ ବେହେରା,ସର୍ବେଶ୍ୱର ମଲ୍ଲିକ ପ୍ରମୁଖ ଯୋଗଦେଇଥିଲେ। ଆଗାମୀ ଦିନରେ ଟାଙ୍ଗୀ ଏନଏସି କୁ ସୁଦୃଢ କରିବା ,ଟାଙ୍ଗୀ ବ୍ଲକରେ କଂଗ୍ରେସ ର ପୂର୍ବ ଐତିହ୍ୟ କୁ ଫେରାଇ ଆଣିବାକୁ ଆହ୍ବାନ ଦିଆଯାଇଥିବା ଜଣାପଡିଛିା
