ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ସଂଗ୍ରହତତ୍ଵ ଏବଂ ପତ୍ନତାତ୍ଵିକ ବିଭାଗ ପକ୍ଷ ରୁ ଆଜି ବିଶ୍ୱ ଐତିହ୍ୟ ସପ୍ତାହ ପାଳିତ ହୋଇଯାଇଛି।ଏହି ଉତ୍ସବରେ ବିଭାଗର ମୁଖ୍ୟ ରଣବୀର ସିଂ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ଡଃ.ଫଣିନ୍ଦମ୍ ଦେଓ ଯୋଗ ଦେଇ ପ୍ରାଚୀନ ଐତିହ୍ୟ ସ୍ଥାପତ୍ୟ ଭାସ୍କର୍ଯ୍ୟ କୁ ସୁରକ୍ଷିତ ରଖିବା ସହ ଆଗତ ପିଢୀଙ୍କ ପାଇଁ ସଂରକ୍ଷିତ କରିବା ଆବଶ୍ୟକ ଅଟେ ଏବଂ ନୂଆପଡ଼ା ଜିଲ୍ଲା ଏକ ଐତିହ୍ୟ ପ୍ରସ୍ତର ଯୁଗରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ତଥ୍ୟ ଉଜାଗରିତ କରିବାକୁ ଆହ୍ୱାନ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜନୀତି ବିଭାଗର ମୁଖ୍ୟ ସୁନୀଲ କୁମାର ପାଢ଼ୀ, ଶିକ୍ଷା ବିଭାଗର ମୁଖ୍ୟ ଗୀତା ପ୍ରିୟମ୍ବଦା, କ୍ରୀଡ଼ା ଅଧ୍ୟାପକ ଡଃ.ସରୋଜ ପଣ୍ଡା ଇତିହାସ ବିଭାଗର ଅଧ୍ୟାପକ ସମେତ ସାମ୍ବାଦିକ ମାୟାଧର ସରାଫ ଏବଂ ତପନ ଦାସ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଐତିହ୍ୟ ଫଟୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାରେ ଥିବା ସମସ୍ତ ପ୍ରାଚୀନ ଐତିହ୍ୟ ଭାସ୍କର୍ଯ୍ୟ ଓ ସ୍ଥାପତ୍ୟ କୁ ସଂରକ୍ଷଣ ପାଇଁ ସରକାର ବିଶେଷ ଧ୍ୟାନ ଦେବାକୁ ଆହ୍ୱାନ କରିଥିଲେ।
