ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ
ଖୋର୍ଦ୍ଧା ତା. ୨.୧୦ – ଆଜି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜାତୀର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ର ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ଡିସିସି ସଭାପତି ଶ୍ରୀ ରାଜୀବ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃମଣ୍ଡଳୀ ଖୋର୍ଦ୍ଧା ଷ୍ଟେଟ ବ୍ୟାଙ୍କ ଛକ ସ୍ଥିତ ମହାତ୍ମା ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ପରେ କଂଗ୍ରେସ ନେତୃବୃନ୍ଦ କଂଗ୍ରେସ ଭବନ କାର୍ଯ୍ୟାଳୟରେ ଲାଲ ବାହାଦୁର ଶାସ୍ତ୍ରୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା ।
ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀନୀ ସୋନାଲି ସାହୁ,ବରିଷ୍ଟ କଂଗ୍ରେସ ନେତ୍ରୀ ସ୍ୱାଗତିକା ପଟ୍ଟନାୟକ,ବରିଷ୍ଟ ଆଇନଜୀବୀ ଶିଶିର ପରିଡ଼ା, ଖୋର୍ଦ୍ଧା ନଗର କଂଗ୍ରେସ ସଭାପତି ରଞ୍ଜିତ ମହାପାତ୍ର,ଜିଲ୍ଲା ଉପସଭାପତି ପ୍ରଦୋଷ ହରିଚନ୍ଦନ,ଜୋନ ସଭାପତି ଜିତେନ୍ଦ୍ର ଚମ୍ପତ୍ତି,ଜିଲ୍ଲା ଯୁବ କାର୍ଯକାରୀ ସଭାପତି ସୌମ୍ୟ ବରାଳ,ଜିଲ୍ଲା ସାଧାରଣ ସଂପାଦକ ଶ୍ରେୟ ସେଠୀ,ଜୟନ୍ତୀ ରାୟ,ସିବୁ ନାୟକ, ରିଚାଡ୍ସନ ଦାସ,ପ୍ରମୁଖ ବହୁ ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ ।
