ନିଆରା ଢଙ୍ଗରେ ଗାନ୍ଧୀ ଜୟନ୍ତୀ ପାଳନ l
ଦୟାନଦୀ ପଦ ଯାତ୍ରା ମାଧ୍ୟମରେ ନଦୀର ସୁରକ୍ଷା ପାଇଁ ଦେଲେ ବାର୍ତ୍ତା l
ଗାନ୍ଧୀ ଜୟନ୍ତୀ ଅବସରରେ ଦୟା ନଦୀ ପଦ ଯାତ୍ରା ଆଜି ଲିଙ୍ଗୀପୂର୍ ଛକ ଠାରୁ କୁଆଖିଆ, ଦୟା ଓ ଭାର୍ଗବୀ ମିଳନ ସ୍ଥଳ ପର୍ଯ୍ୟନ୍ତ ଆୟୋଜିତ ହୋଇଛି l
ମହାନଦୀ ବଞ୍ଚାଅ ଆନ୍ଦୋଳନ, ଦୟା ସୁରକ୍ଷା ଅଭିଯାନ, କଳିଙ୍ଗ ସଂସ୍କୃତି ଓ ଐତିହ ସୁରକ୍ଷା ଆସୋସିଏସନ୍, ଟ୍ରାଭେଲ ଏଜେଣ୍ଟ ଆସୋସିଏସନ୍ ଅଫ ଇଣ୍ଡିଆ,(TOAI) ର ମିଳିତ ଆନୁକୂଲ୍ୟରେ ଏହି ନଦୀ ପଦଯାତ୍ରା ଲିଙ୍ଗିପୂର୍ ଠାରୁ ବlଙ୍କୁଆଳ ପର୍ଯ୍ୟନ୍ତ ଯାତ୍ରା କରି ଥିଲା ଅପରାହ୍ନ ୪ ଘଟିକା ସମୟରେ l
ମହାନଦୀ ତଥା ଏହାର ଶାଖା ନଦୀ ଦାୟର ସୁରକ୍ଷା ପାଇଁ ଏହି ନଦୀ ପଦଯାତ୍ରା ଆୟୋଜିତ ହୋଇଥିଲା l ସମ୍ପ୍ରତି ଖରାଦିନେ ଦୟାନଦୀ ଅବସ୍ଥା ଶୋଚନୀୟ ହୋଇଯାଏ l ଏଥିରେ ଆଗ ଭଳି ଆଉ ପାଣି ରହେନାହିଁ l ଭୁବନେଶ୍ୱର ସମସ୍ତ ମଇଳା ଓ ଆବର୍ଜନାକୁ ନେଇ ଗଙ୍ଗୁଆ ଦୟା ନଦୀରେ ନିକ୍ଷେପ କରିବା ଯୋଗୁଁ ଦୟା ପ୍ରବଳ ଭାବରେ ପ୍ରଦୂଷିତ ହୁଏ l ଲୋକମାନେ ମଧ୍ୟ ନଦୀ ଭିତରକୁ ଅଳିଆ ଆ ଆବର୍ଜନା ନିକ୍ଷେପ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ l
ନଦୀ ହେଉଛି ସମାଜ ଓ ଜୀବଜଗତର ଜୀବନରେଖା l ଏହାର ସୁରକ୍ଷା ଉପରେ ନିର୍ଭର କରେ ପ୍ରତ୍ୟେକଟି ଜୀବନ l ତେଣୁ ଏହାର ସୁରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବା ଜରୁରୀ l
ଏହି ବାର୍ତ୍ତା ଦେବା ପାଇଁ ଆଜି ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଙ୍କ ନେତୃତ୍ୱରେ ଏହି ନଦୀ ପଦଯାତ୍ରା ଆୟୋଜିତ ହୋଇଥିଲା l ଏଥିରେ ବିଶିଷ୍ଟ ସମାଜସେବୀ ତଥା କୋପୋକ ର ସଭାପତି ସଂଗ୍ରାମ ପାଇକରାୟ, ଦୟା ସୁରକ୍ଷା ଅଭିଯାନର ଆବାହକ ସଚ୍ଚିକାନ୍ତ ପ୍ରଧାନ, ବରିଷ୍ଟ ସାମ୍ବାଦିକ ତଥା ମହାନଦୀ ବଞ୍ଚାଅ ଆନ୍ଦୋଳନର ପ୍ରବକ୍ତା ଗିରିଜା ଶଙ୍କର ଦାସ ଙ୍କ ସମେତ ଟି ଓ ଏ ଆଇ ର ଅନେକ ସଭ୍ୟ ସଭ୍ୟା ଯୋଗ ଦେଇଥିଲେ l
