ତ୍ରିଶିକାର ଚିକିତ୍ସା ଲାଗି ବିଜେପି ଯୁବ ମୋର୍ଚ୍ଚା ତରଫରୁ ଅର୍ଥ ସଂଗ୍ରହ
ଧର୍ମଶାଳା ୧୩/୧୦ (ବିନୋଦ ବିହାରୀ ସାହୁ )
ଧର୍ମଶାଳା ବିଧାୟକ ହିମାଂସୁ ଶେଖର ସାହୁଙ୍କ ପରାମର୍ଶକ୍ରମେ ଧର୍ମଶାଳା ବିଜେପି ଯୁବମୋର୍ଚ୍ଚା ତରଫରୁ ଦୁରାରୋଗ୍ୟରେ ପୀଡିତ ତ୍ରିଶିକାର ଚିକିତ୍ସା ନିମନ୍ତେ ଆଜି ଜାରକା ବଜାରରେ ଅର୍ଥ ସଂଗ୍ରହ କରାଯାଇଛି । ଆଜି ସକାଳୁ ଯୁବ ମୋର୍ଚ୍ଚାର ସଦସ୍ୟମାନେ ହାତରେ ବ୍ୟାନର ଧରି ଜାରକା ଫ୍ଲାଇ ଓଭର ବ୍ରିଜ ତଳେ ଏକତ୍ରିତ ହୋଇଥିଲେ । ପରେ ସେଠାରୁ ହାତରେ ବ୍ୟାନର ଧରି ତ୍ରିଶିକାର ଚିକିତ୍ସା ନିମନ୍ତେ ଦୋକାନୀ ମାନଙ୍କୁ ସାହାଯ୍ୟ ମାଗିଥିଲେ। ସେହିପରି କଲେଜର ଅନେକ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ତ୍ରିଶିକା ଲାଗି ସାଧାରଣ ଲୋକମାନଙ୍କ ଠାରୁ ଅର୍ଥ ସଂଗ୍ରହ କରିଥିଲେ । ଏଥିସହ ଯୁବମୋର୍ଚ୍ଚାର ସଦସ୍ୟମାନେ ଜାରକା ଛକ ଦେଇ ତଳ ରାସ୍ତାରେ ଯାଉଥିବା ବିଭିନ୍ନ ପ୍ରକାର ଗାଡି ମାଲିକ ଓ ଡ୍ରାଇଭରମାନଙ୍କୁ ତ୍ରିଶିକାର ରୋଗ ସମ୍ପର୍କରେ ସଚେତନ କରି ଅର୍ଥ ରାଶି ସଂଗ୍ରହ କରିଥିଲେ । ସୂଚନା ମୁତାବକ ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରମାପୁର ଗ୍ରାମର ମୁକେଶ ରାୟଙ୍କ ୧୬ ମାସର ଶିଶୁ କନ୍ୟା ତ୍ରିଶିକା ସ୍ନାୟୁ ଜନୀତ ସ୍ପାଇନାଲ ମସ୍କୁଲାର ଆଟ୍ରୋଫି ଟାଇପ-୨ ରୋଗରେ ପୀଡିତ ହୋଇଥିବା ବେଳେ ତାର ଚିକିତ୍ସା ନିମନ୍ତେ ୧୬ କୋଟି ଟଙ୍କାର ଆବଶ୍ୟକତା ରହିଛି । ଏନେଇ ତ୍ରିଶିକାର ବାପା ଓ ମା ଝିଅକୁ ସାଥିରେ ଧରି ବିଧାୟକ ଶ୍ରୀ ସାହୁଙ୍କୁ ଭେଟିବା ପରେ ଶ୍ରୀ ସାହୁ ମାନବିକତା ଦେଖାଇ ତ୍ରିଶିକାର ଚିକିତ୍ସା ନିମନ୍ତେ ନିଜ ଦରମାରୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବା ସହିତ ତ୍ରିଶିକାର ଚିକିତ୍ସା ନିମନ୍ତେ ଆବଶ୍ୟକ ଅର୍ଥ ଯୋଗାଡ କରିବାକୁ ସେ ଓଡିଶାବାସୀଙ୍କୁ ସୋସିଆଲ ମିଡିଆରେ ଏକ ଭିଡିଓ ବାର୍ତା ପୋଷ୍ଟ କରି ଅନୁରୋଧ କରିଥିଲେ । ଏଥିସହିତ ବିଧାୟକ ଶ୍ରୀ ସାହୁ ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କୁ ସହୟତା ଯୋଗାଇ ଦେବା ଲାଗି ଅନୁରୋଧ କରିଛନ୍ତି । ଏବେ ଶୁଦ୍ଧା ପାଖାପାଖି ୮ କୋଟି ଅର୍ଥ ରାଶି ଯେ୍ାଗାଡ ହୋଇଥିବା ବେଳେ ଆହୁରି ୮ କୋଟି ଟଙ୍କା ଯୋଗାଡ କରିବାର ଆବଶ୍ୟକତା ରହିଛି । ଏହା ଦେଖି ସାଧାରଣ ଲୋକମାନଙ୍କ ଠାରୁ କିଛି କିଛି ଟଙ୍କା ସଂଗ୍ରହ କରି ତ୍ରିଶିକାର ଚିକିତ୍ସା ନିମନ୍ତେ ପ୍ରଦାନ କରିବାକୁ ବିଧୟକ ଶ୍ରୀ ସାହୁ ଧର୍ମଶାଳା ବିଜେପି ଯୁବ ମୋର୍ଚ୍ଚାର ସଦସ୍ୟମାନଙ୍କୁ ପରାମର୍ଶ ଦେଇଥିଲେ । ଯାହାର ଫଳ ସ୍ୱରୁପ ଆଜି ସକାଳୁ ଯୁବମୋର୍ଚ୍ଚା ତରଫରୁ ଜାରକା ଛକରେ ଦୋକାନୀ ଭାଇ ଓ ଗାଡିରେ ଯାତାୟତ କରୁଥିବା ଲୋକମାନଙ୍କ ଠାରୁ ଅର୍ଥ ରାଶି ସଂଗ୍ରହ କରାଯାଇଛି । ଆଜିର ଏହି ଅର୍ଥ ସଂଗ୍ରହ କାଯ୍ୟକ୍ରମରେ ବିଦାୟକ ଶ୍ରି ସାହୁ ସାମିଲ ହୋଇ ସାହାଯ୍ୟର ହାତ ବଡାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ । ଏଥିସହିତ କୁନି ଝିଅ ତ୍ରିଶିକାକୁ ସାଥରରେ ଧରି ତାର ବାପା ମା ଜାରକା ଛକରେ ଉପସ୍ଥିତ ରହିଥିଲେ । ଆଜି ଅନଲାଇନ ଓ ଅଫଲାଇନରେ ୪୨ ଲକ୍ଷ ୪୯ ହଜାର ୩୮୫ ଟଙ୍କା ଆଦାୟ ହୋଇଥିବା ଜଣାପଡିଛି । ଆଜି ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୁବ ବିଜେପି ଅରୁହା ମଣ୍ଡଳ ସଭାପତି ବିଶ୍ୱଜିତ ପୃଷ୍ଟି,ଜାରକା ମଣ୍ଡଳ ଯୁବ ସଭାପତି ଅଭିଜିତ ବେହେରା, କୋତପୁର ମଣ୍ଡଳ ଯୁବ ସଭାପତି ଦିବ୍ୟଜ୍ୟୋତି ପରିଡା, କବାଟବନ୍ଧ ମଣ୍ଡଳ ଯୁବ ସଭାପତି ଘନଶ୍ୟାମ ପାତ୍ର, ଜେନାପୁର ମଣ୍ଡଳ ଯୁବ ସଭାପତି କପିଳେନ୍ଦ୍ର ବେହେରା, ବାରବାଟି ମଣ୍ଡଳ ଯୁବ ସଭାପତି ରୁଦ୍ରପ୍ରତାପ ବେହେରା ସମେତ ଯୁବ ସଙ୍ଗଠକ ରାଜେଶ ପାଳ, ଜିତେନ୍ଦ୍ର ରାଉତ, ଅଭିଶୈକ ରାଉତ,ଉପେନ୍ଦ୍ର କର ଓ ଆଲୋକ ଲେଙ୍କା ପ୍ରମୁଖ ପରିଚାଲନା କରିଥିଲେ।
