
ନୂଆପଡା:ରିପୋର୍ଟ ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲାର ବୋଡ଼େନସ୍ଥିତ ବିଜୁ ପଟ୍ଟନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବାର୍ଷିକ ପାରମ୍ପରିକ ଖାଦ୍ୟ ମହୋତ୍ସବ ‘ବ୍ୟଞ୍ଜନ (ପିଠା ପର୍ବ)-୨୦୨୬’ ବେଶ୍ ଉତ୍ସାହ ଓ ଉଦ୍ଦୀପନାର ସହ ଉଦ୍ଯାପିତ ହୋଇଯାଇଛି। ‘ଦେଶୀ ପାକର ଅଭିନବ ପ୍ରୋତ୍ସାହନ’ ବାର୍ତ୍ତାକୁ ଆଧାର କରି ଆୟୋଜିତ ଏହି ମହୋତ୍ସବରେ ଓଡ଼ିଶାର ପାରମ୍ପରିକ ଖାଦ୍ୟ ସଂସ୍କୃତିର ନିଆରା ଝଲକ ଦେଖିବାକୁ ମିଳିଥିଲା।ଚଳିତ ବର୍ଷ ଏହି ପିଠା ପର୍ବରେ ମୋଟ ୧୫୨ ଜଣ ଛାତ୍ରଛାତ୍ରୀ ସକ୍ରିୟ ଭାବେ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାରର ସୁସ୍ୱାଦୁ ପାରମ୍ପରିକ ପିଠା ଓ ସ୍ଥାନୀୟ ଦେଶୀ ଖାଦ୍ୟ ପ୍ରସ୍ତୁତ କରି ପ୍ରଦର୍ଶନ କରିଥିଲେ। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ପାକକଳା ପ୍ରତିଭା ପ୍ରଦର୍ଶନ କରିବା ସହ ଆମ ପାରମ୍ପରିକ ଖାଦ୍ୟ ପରମ୍ପରାର ମହତ୍ତ୍ୱକୁ ଉଜାଗର କରିଥିଲେ।ଉଦ୍ଯାପନୀ ସଭାରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ଗୟାଧର ମହାନ୍ତି ସଭାପତିତ୍ୱ କରିଥିଲେ। ମୁଖ୍ୟ ଅତିଥି ଭାବେ ବୋଡ଼େନର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଶିକ୍ଷାବିତ୍ ଶ୍ରୀମତୀ ଇନ୍ଦ୍ରମଣି ପାଣିଗ୍ରାହୀ ଯୋଗଦେଇଥିବା ବେଳେ ବିଶିଷ୍ଟ ଅତିଥି ଭାବେ ବୋଡ଼େନ ଥାନାର ଆଇଆଇସି ଶ୍ରୀମତୀ ପ୍ରତିମା ଡୁଙ୍ଗଡୁଙ୍ଗ ଯୋଗଦେଇଥିଲେ।
ସ୍ଥାନୀୟ ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ଅତୀନ୍ଦ୍ର ସିଂ ଜିତ ମଲ୍ଲିକ, ଶ୍ରୀଯୁକ୍ତ ବେଦବ୍ୟାସ ନାଗ, ଶ୍ରୀଯୁକ୍ତ ଘାସିରାମ ମାଝୀ ଓ ଶ୍ରୀଯୁକ୍ତ ସାମୁଏଲ ଦାନି ଉପସ୍ଥିତ ରହିଥିଲେ।କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ସଭାକାର୍ଯ୍ୟ ଶେଷରେ ଛାତ୍ରୀମାନଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ପାରମ୍ପରିକ ଲୋକନୃତ୍ୟ ଦର୍ଶକମାନଙ୍କୁ ବେଶ୍ ମନ୍ତ୍ରମୁଗ୍ଧ କରିଥିଲା।ଅଧ୍ୟାପକ ଅଭିଷେକ ଦଣ୍ଡସେନାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମହୋତ୍ସବରେ ଅଧ୍ୟାପିକା ସନମତି ମହାନନ୍ଦ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ସୋନାଲି ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପକ ଦେବାଶିଷ ଦଣ୍ଡସେନାଙ୍କ ସମେତ ବିଦ୍ୟାଳୟର ଅନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତ ରହି ଆୟୋଜନରେ ସହଯୋଗ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।ଏହି ସଭା ରେ ଉପସ୍ଥିତ ଥିଲେ ଅଧ୍ୟାପକ ଆଶ୍ରପ ଅଲ୍ଲୀ , ଅଧ୍ୟାପକ ଉପେନ୍ଦ୍ର ବଞ୍ଜରା, ଅଧ୍ୟାପକ ଶଙ୍କର ମେହେର, ଅଧ୍ୟାପକ ସୁପ୍ରକାଶ ବାଗ,ଅଧ୍ୟାପକ ଚନ୍ଦନ ସାହୁ ,ଅଧ୍ୟାପକ ସ୍ଵପ୍ନେଶ୍ଵର ବେହେରା,ଅଧ୍ୟାପିକା ଦିପାନ୍ତି ଧଙ୍ଗଡ଼ାମାଝୀ,, ଅଧ୍ୟାପିକା ଭୂମିସୁତା ନାଗ, ଅଧ୍ୟାପିକା ଶିବାନୀ ମୁଣ୍ଡ, ଅଧ୍ୟାପିକା ଶିବାନୀ ପାଣିଗ୍ରାହୀ, ଅଧ୍ୟାପିକା ଅପରାମିତା ନେନସୀ ଗାର୍ଡିଆ, ଅଧ୍ୟାପିକା ସ୍ୱପ୍ନା ପ୍ରଧାନୀ, ଶ୍ରୀଯୁକ୍ତ ମଦନ ମୋହନ ମୁଣ୍ଡ, ଶ୍ରୀ ରାଜେନ୍ଦ୍ର ପାଣିଗ୍ରାହୀ, ଶ୍ରୀ ପରମେଶ୍ୱର ପଣ୍ଡା, ଶ୍ରୀ ପୁର ନାଗ, ଶ୍ରୀ ପବିତ୍ର ସା ଶ୍ରୀ ଅଭିଷେକ ଗୁଆଲ ଶ୍ରୀ ମହେନ୍ଦ୍ର କୈବର୍ତ୍ତ, ଶ୍ରୀ ଜିତେନ୍ଦ୍ର ନାଗ, ଶ୍ରୀ ଶିମେ ଦଣ୍ଡସେନା, ଶ୍ରୀ ଲିଲାମ୍ବର ମାଝୀ ଓ ଶ୍ରୀମତୀ ରୁକ୍ମଣୀ ବଛା।ନୂତନ ପିଢ଼ି ମଧ୍ୟରେ ଓଡ଼ିଶାର ପାରମ୍ପରିକ ଦେଶୀ ଖାଦ୍ୟ ଓ ପାକକଳାର ପ୍ରଚାର, ପ୍ରସାର ଏବଂ ସଂରକ୍ଷଣ ଦିଗରେ ‘ବ୍ୟଞ୍ଜନ-୨୦୨୬’ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି ଉପସ୍ଥିତ ଅତିଥିମାନେ ମତ ପ୍ରକାଶ କରିଥିଲେ।
