

ପ୍ରବିତ୍ର ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷର ଏବଂ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଅବସର ରେ ରାଜଧାନୀ ରିପୋଟର ର ଅଗଣିତ ଦର୍ଶକ ମାନଙ୍କୁ ଆମ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା
ଦର୍ଶକବନ୍ଧୁ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଓଡ଼ିଆ ନବବର୍ଷ ପାଳିତ ହେଇଥାଏ ।
ତା ସହିତ ଓଡ଼ିଶାର ବିଭିନ୍ନ ଦେବ।ଦେବୀ ଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ସେହିପରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତଗର୍ତ ସିଂହ।ପୁର ଗ୍ରାମରେ ଦର୍ଶନ ଦେଇଥାନ୍ତି ଶ୍ରୀମଦ ନାରାୟଣ ଗୋସାଇଁ । କାହିଁ କେଉଁ ଆବାହନ କାଳରୁ ମହାପ୍ରଭୁ ଶ୍ରୀ ଶ୍ରୀ ନାରାୟଣ ଗୋସାଇଁ ମନ୍ଦିର ପ୍ରାଙ୍ଗଣରେ ଥିବା ପୁଷ୍କରିଣୀ ଜଳରେ ଜଳଶୟନ କରିଥାନ୍ତି । ମହାବିଷୁବ ପଣ। ସଂକ୍ରାନ୍ତି ଅବସରରେ ମହାପ୍ରଭୁ ଭକ୍ତ ଗଣଙ୍କୁ ଦର୍ଶନ ଦେବାକୁ ମାତ୍ର ତିନି ଦିନ ପାଇଁ ନିଜ ମନ୍ଦିର ଆସ୍ଥାନରେ ବିରାଜିତ ହୋଇଥାନ୍ତି ।ଏହି ତ୍ରିଦିନାତ୍ମକ ଦର୍ଶନ ରେ ଭକ୍ତମାନେ ପ୍ରଭୁ ନାରାୟଣ ଗୋସାଇଁଙ୍କ ବିଭିନ୍ନ ବେଶ ଯଥା ମତ୍ସ୳ କଚ୍ଛପ ବରାହ ନୃସିଂହ ବାମନ ପର୍ଶୁରାମ ରାମ ବଳରାମ ଶ୍ରୀକୃଷ୍ଣଏବଂ ବୁଦ୍ଧ।ଅବତାର ଆଦି ବେଶରେ ଭୂଷିତ ହୁଅନ୍ତି ।
ଯାତ୍ରାର ଅନ୍ତିମ ଦିବସରେ ସନ୍ୟାସୀ ବେଶ ଧାରଣ କରି ଜଳ ଶୟନ ସକାଶେ ମନ୍ଦିର ସନ୍ନିକଟ ପ୍ରବିତ୍ର ମହାବିଷୁବ ପଣାସଂକ୍ରାନ୍ତି ତଥା ଓଡ଼ିଆ ନବ ବର୍ଷର ଏବଂ ଶ୍ରୀ ଶ୍ରୀ ହନୁମାନ ଜୟନ୍ତୀ ଅବସର ରେ ରାଜଧାନୀ ରିପୋଟରର ଅଗଣିତ ଦର୍ଶକ ମାନଙ୍କୁ ଆମ ପରିବାର ତରଫରୁ ଶୁଭେଚ୍ଛା ଓ ଶୁଭକାମନା । ଦର୍ଶକବନ୍ଧୁ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଓଡ଼ିଆ ନବବର୍ଷ ପାଳିତ ହେଇଥାଏ । ତା ସହିତ ଓଡ଼ିଶାର ବିଭିନ୍ନ ଦେବ।ଦେବୀ ଙ୍କ ପୀଠରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ସେହିପରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତଗର୍ତ ସିଂହ।ପୁର ଗ୍ରାମରେ ଦର୍ଶନ ଦେଇଥାନ୍ତି ଶ୍ରୀମଦ ନାରାୟଣ ଗୋସାଇଁ ।
କାହିଁ କେଉଁ ଆବାହନ କାଳରୁ ମହାପ୍ରଭୁ ଶ୍ରୀ ଶ୍ରୀ ନାରାୟଣ ଗୋସାଇଁ ମନ୍ଦିର ପ୍ରାଙ୍ଗଣରେ ଥିବା ପୁଷ୍କରିଣୀ ଜଳରେ ଜଳଶୟନ କରିଥାନ୍ତି । ମହାବିଷୁବ ପଣ। ସଂକ୍ରାନ୍ତି ଅବସରରେ ମହାପ୍ରଭୁ ଭକ୍ତ ଗଣଙ୍କୁ ଦର୍ଶନ ଦେବାକୁ ମାତ୍ର ତିନି ଦିନ ପାଇଁ ନିଜ ମନ୍ଦିର ଆସ୍ଥାନରେ ବିରାଜିତ ହୋଇଥାନ୍ତି ।
ଏହି ତ୍ରିଦିନାତ୍ମକ ଦର୍ଶନ ରେ ଭକ୍ତମାନେ ପ୍ରଭୁ ନାରାୟଣ ଗୋସାଇଁଙ୍କ ବିଭିନ୍ନ ବେଶ ଯଥା ମତ୍ସ୳ କଚ୍ଛପ ବରାହ ନୃସିଂହ ବାମନ ପର୍ଶୁରାମ ରାମ ବଳରାମ ଶ୍ରୀକୃଷ୍ଣ ଏବଂ ବୁଦ୍ଧ।ଅବତାର ଆଦି ବେଶରେ ଭୂଷିତ ହୁଅନ୍ତି । ଯାତ୍ରାର ଅନ୍ତିମ ଦିବସରେ ସନ୍ୟାସୀ ବେଶ ଧାରଣ କରି ଜଳ ଶୟନ ସକାଶେ ମନ୍ଦିର ସନ୍ନିକଟ ମଧୁତୀର୍ଥ ପୁଷ୍କରିଣୀକୁ ବାହୁଡ଼ିଥାନ୍ତି । ସପ୍ତଦଶ ଶତକରେ ମଧୁପୁର ରାଜା ମଧୁସୂଦନ ପୁଷ୍କରିଣୀକୁ ବାହୁଡ଼ିଥାନ୍ତି । ସପ୍ତଦଶ ଶତକରେ ମଧୁପୁର ରାଜା ମଧୁସୂଦନ ବିଦ୍ୟାରତ୍ନ ପବିତ୍ର ମେଷ ସଂକ୍ରାନ୍ତିରେ ଗଭୀର ପୁଷ୍କରିଣୀରୁ ପ୍ରଭୁ ନାରାୟଣ ଗୋସାଇଁ ଙ୍କ ବିଗ୍ରହ ଆଣି ମନ୍ଦିର ରେ ପୂର୍ଣ୍ଣ ‘ ପ୍ରତିଷ୍ଠା କରିଥିବାର ପ୍ରମାଣ ରହିଛି । କିନ୍ତୁ କିମ୍ବଦନ୍ତୀ କୁହେ ଓଡି଼ଶାକୁ କଳ। ପାହାଡ଼ ଆସିଥିବା ସମୟରେ ତତକାଳୀନ ରାଜାଙ୍କ ନିର୍ଦେଶ କ୍ରମେ ମହାପ୍ରଭୁ ନାରାୟଣ ଗୋସାଇଁ ଙ୍କୁ ନିକଟସ୍ଥ ମଧୁତୀର୍ଥ ପୁଷ୍କରିଣୀରେ ଲୁଚାଇ ରଚାଯାଇଥିଲା ।
ବହୁ ବର୍ଷ ଅତିକ୍ରମ ହେବାପରେ ରାଜା ମଧୁସୁଦନ ବିଦ୍ୟାରତ୍ନଙ୍କୁ ସ୍ୱପ୍ନାଦେଶ ହେବାରୁ ରାଜା ଓ ଭକ୍ତଗଣ ସେବେଠାରୁ ବର୍ଷ କରେ ମାତ୍ର ଗୋଟିଏ ଦିନ ବିଗ୍ରହଙ୍କୁ ଆଣି ମନ୍ଦିରରେ ପୂଜାନୀତି କରିବାପରେ ପୁର୍ନବାର ପୁଷ୍କରିଣୀ ମଧ୍ୟରେ ଥିବା ଗାଡ଼ିରେ ସ୍ଥାପନ କରୁଥିବା କୁହାଯାଏ । ପରବର୍ତୀ ସମୟରେ ମଧୁପୁର ଇଷ୍ଟେଟ ରାଜା ସୁଦର୍ଶନ ଧୀର ନରେନ୍ଦ୍ରଙ୍କ ରାଜତ୍ୱ ସମୟରେ ତାଙ୍କ ନିର୍ଦେଶରେ ୩ଦିନ ପାଇଁ ମନ୍ଦିରରେ ପ୍ରଭୁଙ୍କର ପୂଜା ଵନ୍ଦବସ୍ତ କରାଯାଇଥିଲା ବୋଲି ଜନଶୁତି ରହିଛି । ଅନ୍ୟ କେତେକଙ୍କ ମତରେ ଅଷ୍ଟାଦଶ ଶତାଧିର ପ୍ରଥମ ଭାଗ ବେଳକୁ ବୀରବର ମର୍ଦ୍ଧରାଜ ଧୀର ନରେନ୍ଦ୍ର ମଧୁପୁର ରାଜ୍ୟ ଦାଖଲ କରି ପ୍ରଭୁ ନାରାୟଣ ଗୋପସାଇଁ ଙ୍କ ଉତ୍ସବ ତିନି ଦିନ ପାଳନ କରାଇଲେ । ପ୍ରଭୁ ନାରାୟଣ ଗୋସାଇଁଙ୍କ ମୂର୍ତି ଗଠନ କେବେ ଓ କେଉଁ ରାଜା ଙ୍କ ଅମଳରେ ନିର୍ମିତ ହୋଇଥିଲା ତାହା ଜଣା ନଥିବା ବେଳେ ଭକ୍ତଗଣ କୁହନ୍ତି ମହାପ୍ରଭୁ ଙ୍କ ମୂର୍ତ୍ତି ବହୁ ପ୍ରାଚୀନ । ଚତୁଭୁଜଧାରୀ ଶ୍ରୀ ବିଷ୍ଣୁଙ୍କ ପ୍ରତିଭା ଏକ କଳା ମୁଗୁନି ପଥରରେ ନିର୍ମିତ ଏହି କମନୀୟ ମୂର୍ତି ଏକ ପ୍ରସ୍ତୁତି ପଦ୍ମ ଉପରେ ଦଣ୍ଡାୟମାନ ଏବଂ ନିମ୍ନ ଭାଗରେ ଦୁଇ ପାର୍ଶ୍ୱରେ ଭୂଦେବୀ ଏବଂ ଶ୍ରୀ ଦେବୀଙ୍କ ମୂର୍ତ୍ତି ଖୋଦିତ ।
ଯାଜପୁର ଧର୍ମଶାଳାରୁ ବିନୋଦ ବିହାରୀ ଏବଂ ଭୁବନେଶ୍ୱରରୁ ସୁଶ୍ରୀ ସ୍ଵାଗତିକ ଙ୍କ ରିପୋର୍ଟ ରାଜଧାନୀ ରିପୋର୍ଟର ।
