ସିନାପାଲି ଓ ବୋଡ଼େନ ବ୍ଲକ ମିଳିତ ଟ୍ରେଡ଼ର୍ସ ଏସୋସିଏସନ୍ ର ନୂତନ କମିଟି ଗଠନ
ନୂଆପଡା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା, ସିନାପାଲି ଏବଂ ବୋଡ଼େନ ବ୍ଲକ ର ବିଭିନ୍ନ ଟ୍ରେଡ଼ର୍ସ ର ବ୍ଯବସାୟୀ ମାନେ ମିଲିତ ଭାବରେ ବୋଡ଼େନ ବ୍ଲକ ଅନ୍ତର୍ଗତ ପାତାଳ ଗଙ୍ଗା ତୀର୍ଥ ସ୍ଥଳୀରେ ଥିବା ଝରିଆ ସାହୁ ଧର୍ମଶାଳାରେ ନନ୍ଦୁ ଅଗ୍ରୱାଲ ଙ୍କ ସଭାପତିତ୍ବ ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉପସ୍ଥିତ ସମସ୍ତ ବ୍ଯବସାୟୀ ମାନଙ୍କ ସହମତିରେ ଏକ ନୂତନ ଟ୍ରେଡ଼ର୍ସ ଏସୋସିଏସନ୍ ଗଠନ କରିଥିଲେ।ଏହି ଏସୋସିଏସନ୍ ର ମୁଖ୍ଯ ଉଦ୍ଦେଶ୍ଯ ହେଉଛି ଯେ ବ୍ଯବସାୟୀ ମାନେ ପରସ୍ପର ମଧ୍ଯରେ ସୁସମ୍ପର୍କ ରଖି ବ୍ଯବସାୟୀକ କ୍ଷେତ୍ରରେ ଆସୁଥିବା ବିଭିନ୍ନ ବାଧାବିଘ୍ନ କୁ ଏକତ୍ରୀତ ହୋଇ ସମାଧାନ କରିବା ଏବଂ ନିଜ ନିଜ ମଧ୍ଯରେ ବିଶ୍ବାସ ବଢାଇ ନିଜ ବ୍ଯବସାୟୀକ ପ୍ରତିଷ୍ଠାନ କୁ ନିର୍ବିଘ୍ନ ରେ ଆଗେଇ ନେବା।ଉକ୍ତ ନୂତନ ଟ୍ରେଡ଼ର୍ସ ଏସୋସିଏସନ୍ ର ସଭାପତି ରୁପେ ଦିନେଶ ଅଗ୍ରୱାଲ ( ଡବୁ ଭାଇ, ସିନାପାଲି) ଚୟନ ହୋଇଥିବା ବେଳେ, ଉପ ସଭାପତି ରୁପେ ମହେନ୍ଦ୍ର ଅଗ୍ରୱାଲ (ବଣ୍ଟି ଭାଇ, ସିଙ୍ଗଝର), ସମ୍ପାଦକ ରୁପେ ନନ୍ଦୁ ଅଗ୍ରୱାଲ (ବାବେବିର), ସହ ସମ୍ପାଦକ ରୁପେ ଜବାର ଖାଁନ (ବୋଡ଼େନ), କୋଷାଧ୍ୟକ୍ଷ ରୁପେ ରାଜେଶ ଅଗ୍ରୱାଲ (ଖଲନା) ସର୍ବ ସହମତି କ୍ରମେ ମନୋନିତ ହୋଇଛନ୍ତି। ଆଗାମୀ ଦିନରେ ଏହି ଏସୋସିଏସନ୍ ପରସ୍ପର ମଧ୍ଯରେ ସୁସମ୍ପର୍କ ରଖି କାର୍ଯ୍ୟକରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି।
