ଗଣପତି ହୋଟେଲ ଛକରେ ଭୟଙ୍କର ଦୁର୍ଘଟଣା! କାର କୁ ଧକ୍କା ଦେଲା ଟ୍ରକ୍ ଅଳ୍ପକେ ବର୍ତ୍ତିଲେ ସାମ୍ବାଦିକ
ବରଗଡ଼ : ( ବ୍ୟୁରୋ ରିପୋର୍ଟ୍ )
ବରଗଡ଼ ସହରର ଗଣପତି ହୋଟେଲ ନିକଟରେ ଘଟିଛି ସଡ଼କ ଦୁର୍ଘଟଣା।ଏକ ଟ୍ରକ୍ ସାମ୍ବାଦିକଙ୍କ କାର୍କୁ ଧକ୍କା ଦେଇଥିଲା।ଧକ୍କାଦେବା ପରେ ଦୀର୍ଘ ବାଟ ଘୋଷାଡ଼ି ନେଇଥିଲା କାର କୁ।ତେବେ ଏହି ଦୁର୍ଘଟଣାରେ କାର୍ରେ ଥିବା ୪ ଜଣ ସାମ୍ବାଦିକ ଅଳ୍ପକେ ବର୍ତ୍ତିଯାଇଥିଲେ।ଦୁର୍ଘଟଣା ପରେ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ଦେଖାଦେଇଥିଲା। ଟ୍ରକ୍ର ଫିଟନେସ୍ ଓ ଯାନ୍ତ୍ରିକ ଯାଞ୍ଚକୁ ନେଇ ସାମ୍ବାଦିକମାନେ ପ୍ରଶ୍ନ ଉଠାଇବା ସହ ପ୍ରତିବାଦରେ ରାସ୍ତା ଅବରୋଧ କରିଥିଲେ। ଅଯୋଗ୍ୟ ଓ ତ୍ରୁଟିପୂର୍ଣ୍ଣ ଭାରୀଯାନ ରାସ୍ତାରେ ଚଳାଚଳ କରୁଥିବା ନେଇ ଅଭିଯୋଗ ହୋଇଛି।ଖବର ପାଇ ପୋଲିସ ଓ ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ।ଏଥିସହ ସାମ୍ବାଦିକମାନଙ୍କ ସହ ଆଲୋଚନା କରିଥିଲେ।ଅନ୍ୟପକ୍ଷରେ ଏହି ଘଟଣା ପରେ ପରିବହନ ବିଭାଗ ଓ ବରଗଡ଼ RTOଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଟ୍ରକ୍ର ଫିଟନେସ୍ ସାର୍ଟିଫିକେଟ୍ ବୈଧ ଥିଲା କି ନାହିଁ,ଯାନର ନିୟମିତ ଯାଞ୍ଚ ହେଉଥିଲା କି ନାହିଁ,ତାହାର ତଦନ୍ତ ଦାବି ହୋଇଛି।ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ଏବଂ ସହରରେ ଚଳାଚଳ କରୁଥିବା ସମସ୍ତ ଭାରୀଯାନର ଫିଟନେସ୍ ଯାଞ୍ଚ ପାଇଁ ଦାବି ଜୋର ଧରିଛି।
