ନୂଆପଡ଼ା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଫରେଷ୍ଟ ରେଞ୍ଜ ଲୁକୁପାଲି ଗାଁରେ ବିଳମ୍ବିତ ରାତିରେ ବାଇକ ଧକ୍କାରେ ଏକ ବାରହା ପ୍ରାଣ ହରାଇଥିବାବେଳେ ବାଇକ ଚାଳକ ଗୁରୁତର ଆହତ ହୋଇଛନ୍ତି।ଯୁବକ ଜଣକ ହେଲେ ଲୁକୁପାଲି ଗାଁର ହସତ ରାଉତ(୩୨)।ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ହସତ ନୂଆପଡ଼ା ସହରରେ ଏକ କପଡ଼ା ଦୋକାନରେ କାମ କରନ୍ତି।କାମସାରି ରାତି ୧୧ଟାରେ ବାଇକ ଯୋଗେ ଘରକୁ ଫେରୁଥିଲେ।ଗାଁ ନିକଟସ୍ଥ ରାସ୍ତାରେ ବାରହା ପଲ ପାରି ହେଉଥିବାବେଳେ ହଠାତ ମୁହାଁମୁହିଁ ଧକ୍କା ହୋଇଥିଲା।ବାଇକ ଧକ୍କାରେ ଘଟଣାସ୍ଥଳରେ ଏକ ବାରହାର ମୃତ୍ୟୁ ହୋଇଥିଲା। ଗାଁ ଲୋକେ ପହଞ୍ଚି ହସତଙ୍କୁ ଉଦ୍ଧାର କରି ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ।ଖବର ପାଇ ବନବିଭାଗ କର୍ମଚାରୀ ଆସି ମୃତ ବାରହାକୁ ବ୍ୟବଚ୍ଛେଦ କରି ମାଟିରେ ପାତି ଦେଇଥିଲେ।ଏନେଇ ବନବିଭାଗ ଏକ ମାମଲା ରୁଜୁ ରୁଜୁ କରିଛି।ଆହତ ଯୁବକଙ୍କ ପରିବାରକୁ ବନ ବିଭାଗ ତରଫରୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି।
