ଦାଦନ ଖଟିବାକୁ ଯାଇ ଟ୍ରେନ୍ ଦୁର୍ଘଟଣାରେ ଅଙ୍ଗହୀନ ହୋଇଥିବା ଶ୍ରୀକାନ୍ତଙ୍କ ଆତାର୍ତ୍ତ ନିବେଦନ
ନୂଆପଡା : ( ସୁରେଶ ଦଣ୍ଡସେନା )
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅଭିଯୋଗ ଶୁଣାଣି ଶିବିର ରେ ମଧ୍ୟ ଦାଦାନ ଶ୍ରମିକଙ୍କ କରୁଣ ଦୁଃଖ ଦେଖିବାକୁ ମିଳିଅଛି।୬ ବର୍ଷ ପୂର୍ବେ ଦାଦନ ଶ୍ରମିକ ରୂପେ ନିୟୋଜିତ ହୋଇ ଘରକୁ ଫେରିବା ବେଳେ ଦୁଇ ଗୋଡ଼ ହରାଇଥିଲେ।ଶ୍ରୀକାନ୍ତ ହଂସ ନାମ ଯୁବକ ଦାଦନ ଯାଇ, ଟ୍ରେନ୍ ରେ ଦୁଇ ଗୋଡ଼ ହରାଇ ବର୍ତ୍ତମାନ ନିରୁପାୟ, ଆର୍ଥିକ ସହଯୋଗ ଦେଲେ ରୋଜଗାର କରି ଜୀବନ ନିର୍ବାହ ପାଇଁ ପ୍ରଶାସନ କୁ ଅନୁରୋଧ କରିଛନ୍ତି।ବୋଡ଼େନ ବ୍ଲକ୍ ଅନ୍ତର୍ଗତ ଖାଇରଭାଡ଼ି ଗ୍ରାମର ଏହି ଯୁବକ ମାଁ ଏବଂ ସେ ନିଜ ଘରେ ରହୁଛନ୍ତି।ସରକାର ପକ୍ଷ ରୁ ଦିବ୍ୟାଙ୍ଗ ଭତ୍ତା ବାବଦକୁ ୩୫୦୦ ଟଙ୍କା ମିଳି ଥିବା ବେଳେ ଟ୍ରାଇ ସାଇକେଲ ମିଳିଥିବା ସେ ପ୍ରକାଶ କରିଛନ୍ତି। କିନ୍ତୁ ୩୫୦୦ ଟଙ୍କା ରେ ଜୀବନ ନିର୍ବାହ କରିବା କଷ୍ଟ ହେଉଅଛି। ତେଣୁ ସେ ତାଙ୍କ ଗ୍ରାମ ନିକଟରେ ଏକ କିରାନା ଦୋକାନ ଦେଇ କର୍ମଠ ଜୀବନ ନିର୍ବାହ କରିବାକୁ ଋଣ ବାବଦ କୁ ଆର୍ଥିକ ସହଯୋଗ ପାଇଁ ଆଜି ସିନାପାଲି ପଞ୍ଚାୟତ ସମିତିରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ସାକ୍ଷାତ କରିଥିଲେ।ଏହି ଦିବ୍ୟାଙ୍ଗ ବ୍ୟକ୍ତିଙ୍କୁ ସମାଜ ସେବୀ ପ୍ରିୟ ରଞ୍ଜନ ମେହେର ସହାୟତା କରିଥିଲେ।ଏବଂ ଆର୍ଥିକ ସହାୟତା ପାଇଁ ପ୍ରଶାସନ କୁ ମଧ୍ୟ ଅନୁରୋଧ କରିଥିଲେ।
