ଖୋର୍ଦ୍ଧା ତା ୧୨/୧୧/୨୦୨୬ ରିଖ ଗୁରୁବାର ଦିନ ଟ୍ରିପଲ ଏ ଖୋର୍ଦ୍ଧାରେ ବାର୍ଷିକ କ୍ରୀଡା ବିଦ୍ୟାଳୟର କ୍ରୀଡ଼ା ବିଭାଗ ଦ୍ୱାରା ମୁଖ୍ୟ ଅତିଥି ତଥାପାରା ଅଲମ୍ପିଆନ ସୁଶ୍ରୀ ସୁଚିତ୍ରା ପରିଡ଼ାଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି। ଏହି ଉତ୍ସବରେ ବରେଣ୍ୟ ଅତିଥିଭାବରେ ଓଡ଼ିଶାର ପ୍ରଥମ ଆନ୍ତଃଜାତୀୟ ହ୍ୟାଣ୍ଡବଲ କୋଚ଼ ଶ୍ରୀ ଗୌରୀଶଙ୍କର ମିଶ୍ର ବିଦ୍ୟାଳୟର ଅଧ୍ୟକ୍ଷା ଡା. ଦିପ୍ତିମୟୀ ମହାନ୍ତି, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଐତିହାସିକ ସତ୍ୟବାଦୀ ବଳିଆରସିଂ, ଇଷ୍ଟେଟ ମ୍ୟାନେଜର ଚିତରଂଜନ ପଟ୍ଟନାୟକ, ଏନଡ଼ିଏ ମୁଖ୍ୟ ମେଜର ସୁଶାନ୍ତ କୁମାର ମହାନ୍ତି , ଏକାଡେମିକ ମୁଖ୍ୟ ଡା. ଶଶିକାନ୍ତ ସେନାପତି ଓ ଶ୍ରୀ ସନ୍ତୋଷ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦିବସକୁ ଆହୁରି ମହନୀୟ କରିବାପାଇଁ ବିଦ୍ୟାଳୟ ନିକଟସ୍ଥ ଶ୍ରୀରଘୁନାଥ ମନ୍ଦିରରୁ ପୁରୁଣା ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ମଶାଲ ଯାତ୍ରାରେ ପ୍ରାୟ ୧୫୦ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ମଶାଲ ବିଦ୍ୟାଳୟର ଖେଳ ପଡ଼ିଆରେ ପହଞ୍ଚିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । କ୍ରୀଡ଼ା ପତାକାକୁ ମୁଖ୍ୟ ଅତିଥି ଉତୋଳନ କରିବା ସହ ବିଦ୍ୟାଳୟର ଅଧ୍ୟକ୍ଷା ସବୁଜ ପତାକା ହଲାଇ କ୍ରୀଡାର ଶୁଭାରମ୍ଭ କରିଥିଲେ । ପରେ ମାର୍ଚ୍ଚପାଷ୍ଟ ସହ କ୍ରିଡା ଦିବସର ଶପଥପାଠ କରାଯାଇଥିଲା । ପ୍ରାରମ୍ଭ ସଂଗୀତ ବନ୍ଦେ ଉତ୍କଳ ଜନନୀ ସହିତ ଏକ ମନମୁଗ୍ଧକର ନୃତ୍ୟ ମଧ୍ୟ ପରିବେଷଣ କରାଯାଇଥିଲା । ଏଭଳି ଏକ ପ୍ରୟାସ ପାଇଁ ବିଦ୍ୟାଳୟର ପ୍ରତିଷ୍ଠାତା ଡଃ ନନ୍ଦକିଶୋର ପଟ୍ଟନାୟକ ସାଧୁବାଦ ଜଣାଇଥିଲେ.
