
ନୂଆପଡ଼ା:ରିପୋର୍ଟ(ସୁରେଶ ଦଣ୍ଡସେନା)
ନୂଆପଡ଼ା ସଦର ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆର ରୋଡ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ର ଉଦଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଡଃ ରେଶମ ଲାଲ ନାଏକ୍, ସମ୍ମାନିତ ଅତିଥି ଭାବରେ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ନୂଆପଡ଼ା ବଳମତ ମାଝୀ, ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ଦାସ, ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅମିଲାଲ ଶବର ପ୍ରମୁଖ ଯୋଗଦାନ ଶୁଭ ଉଦଘାଟନ କରିଥିଲେ । ଆୟୋଜକ ସମ୍ପାଦକ ତଥା ପି ଏମ୍ ଶ୍ରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆର୍ ରୋଡ ର ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ହୋତା ସଭାରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ଲୁକାଇତ୍ ପ୍ରତିଭା ଅନ୍ଵେଷଣ ସକାଣେ କନିଷ୍ଠ, ବରିଷ୍ଠ, ସର୍ବ ବରିଷ୍ଠ ଓ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସର୍ବମୋଟ ୩୩ ଗୋଟି ପ୍ରତିଯୋଗିତା ର ଆୟୋଜନ କରାଯାଇଥିଲା । ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୂଆପଡ଼ା ବ୍ଲକ୍ ଚେୟାରମେନ ତାରେଶ୍ବରି ପାହୁ, ସମ୍ମାନିତ ଅତିଥି ଭାବେ ବିଜ୍ଞାପିତ ଅଂଚଳ ପରିଷଦ ଖରିଆର ରୋଡର ଅଧ୍ୟକ୍ଷା ଡଃ ସୋନିଆ ଗୋଲ୍ଭି ଅଗ୍ରୱାଲ, ଆଡଭୋକେଟ୍ ଧନୀ ରାମ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ରେଶମ ଲାଲ ନାଏକ୍, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବଲମତ ମାଝୀ, ସହ ଗୋଷ୍ଠି ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ନୂଆପଡ଼ା ଜିଲ୍ଲା ଶିକ୍ଷକ ସଂଘ ସଭାପତି ଅମିଲାଲ୍ ଶବର, ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରବୋଧ କୁମାର ହୋତା ପ୍ରମୁଖ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିଥିଲେ । ମଞ୍ଚାସୀନ ଅତିଥିଗଣ ସୁରଭି କାର୍ଯ୍ୟକ୍ରମ ଛାତ୍ର ଛାତ୍ରୀ ମାନଙ୍କ ଲୁକାଇତ ଗୁଣ କୁ ପରିପ୍ରକାଶ କରିବାର ଏହା ଏକ ବଳିଷ୍ଠ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । କ୍ଲଷ୍ଟର ସୁରୀୟ ସୁରଭି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ସାଂସ୍କୃତିକ ଦଳ ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। କାର୍ଯକ୍ରମ ର ସଫଳ ଆୟୋଜନ ରେ ୧୭ଟି କ୍ଲଷ୍ଟର ର ସାଧନା କେନ୍ଦ୍ର ସଂଯୋଜକ, ପ୍ରତିଯୋଗିତା ଗୁଡିକର ସଫଳ ଆୟୋଜନ ପାଇଁ ନିୟୋଜିତ ବିଚାରକ ଶିକ୍ଷକ ଶିକ୍ଷୟିତ୍ରୀ, ପି ଏମ୍ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଖରିଆର ରୋଡ ର ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସକ୍ରିୟ ସହଯୋଗ ରେ କାର୍ଯ୍ୟକ୍ରମଟି ସଫଳ ଭାବରେ ଆୟୋଜିତ ହୋଇଥିଲା । ଏହି କାର୍ଯକ୍ରମ ରେ ଶିକ୍ଷକ ଜୟ କୃଷ୍ଣ ସୁନାନୀ, ଧରମ ପ୍ରସାଦ ନାଏକ ମଞ୍ଚ ପରିଚାଳନା କରିଥିଲେ । ପରିଶେଷରେ ବିଦ୍ୟାଳୟର ବରିଷ୍ଟ ଶିକ୍ଷୟତ୍ରୀ ହେମା ବର୍ମା ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
