ରାଷ୍ଟ୍ରୀୟ ଏକତା ଦିବସ ପାଳିତ ଓ ସୁରକ୍ଷିତ ଶୈଶବ ଅଭିଯାନ ଅଧୀନରେ ଆଇନ ସଚେତନତା
ନୂଆପଡ଼ା:ରିପୋର୍ଟ(ସୁରେଶ ଦଣ୍ଡସେନା)
ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଓ ଖଡ଼ିଆଳ, ବୋଡ଼େନ ଓ ସିନାପାଲି ର ତାଲୁକ ଆଇନ ସେବା ସମିତି ମାନଙ୍କ ର ଆନୁକୂଲ୍ୟରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରେ ତା ୨୬.୧୦.୨୦୨୬ ରୁ ୩୧.୧୦.୨୦୨୬ ପର୍ଯ୍ୟନ୍ତ ‘ସୁରକ୍ଷିତ ଶୈଶବ ଅଭିଯାନ’- ଯୌନ ଅପରାଧରୁ ଶିଶୁଙ୍କ ସୁରକ୍ଷା ଆଇନ, ୨୦୧୨ (ପୋକ୍ସୋ ଆଇନ) ସମ୍ବନ୍ଧରେ ସର୍ବଭାରତୀୟ ବିଦ୍ୟାଳୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଗତ ତା- ୩୦ ଅକ୍ଟୋବର ୨୦୨୬ ରିଖରେ ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ୍, ସରକାରୀ ପ୍ରାଥମିକ ବିଦ୍ୟାଳୟ, ଟାନୱାଟ, ପିଏମ୍ ଶ୍ରୀ ସରକାରୀ ଏସ.ଏସ.ଡି ଉଚ୍ଚ ବିଦ୍ୟାଳୟ, ବୋଡ଼େନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖଡ଼ିଆଳ ଏବଂ ସିନାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ସିନାପାଲି ରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଗୋପବନ୍ଧୁ ସରକାରୀ ଉଚ୍ଚ ବିଦ୍ୟାଳୟ, ଖରିଆର ରୋଡ୍ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ କାହ୍ନୁ କିସ୍କୁ, ପ୍ରଧାନ ଶିକ୍ଷକ ଏବଂ ସମସ୍ତ ଶିକ୍ଷକ ଓ ଅଧିକାରମିତ୍ରଗଣ ଯୋଗ ଦେଇଥିଲେ। ସରକାରୀ ପ୍ରାଥମିକ ବିଦ୍ୟାଳୟ, ଟାନୱାଟ ଠାରେ ବରିଷ୍ଠ ଦେୱାନୀ ବିଚାରପତି (ମହିଳା କୋର୍ଟ) ସରୋଜିନୀ ସାହୁ ଏବଂ ପ୍ୟାନେଲ ଓକିଲ ଶ୍ରୀ ପୁରୁଷୋତ୍ତମ ସୋନୀ, ପ୍ରଧାନଶିକ୍ଷକ ଏବଂ ଅଧିକାରମିତ୍ରଗଣ ଯୋଗ ଦେଇଥିଲେ। ସେହିପରି ପିଏମ୍ ଶ୍ରୀ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟ, ବୋଡ଼େନ ଠାରେ ଜେଏମଏଫସି, ବୋଡ଼େନ ରାଜେଶ କୁମାର ଦାସ ଏବଂ ପ୍ୟାନେଲ ଓକିଲ ଦଶରଥ ସାମନ୍ତ ଏବଂ ପ୍ରଧାନ ଶିକ୍ଷକ, ଶିକ୍ଷକ ଓ ଅଧିକାରମିତ୍ରଗଣ ଯୋଗ ଦେଇଥିଲେ। ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଖଡିଆଳ ଠାରେ ବରିଷ୍ଠ ଦେୱାନୀ ବିଚାରପତି ଈଶା ପତି ଏବଂ ପ୍ୟାନେଲ ଓକିଲ ଜ୍ୟୋତିପ୍ରଭା ମେହେର ସଚେତନତା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ସିନାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଜେ.ଏମ.ଏଫ.ସି, ସିନାପାଲି ପ୍ରଜ୍ଞା ପ୍ରରମିତା ମହାନ୍ତି ଏବଂ ପ୍ୟାନେଲ ଓକିଲ ବାଣୀବଲ୍ଲଭ ପାଣିଗ୍ରାହୀ ପ୍ରଧାନ ଶିକ୍ଷକ ଓ ଅଧିକାରମିତ୍ରଗଣ ଯୋଗ ଦେଇଥିଲେ।ଆଜି ତା- ୩୧.୧୦.୨୦୧୬ ରିଖ ନୂଆପଡ଼ାସ୍ଥିତ କେ.ଏନ. କିଡ୍ସ ପବ୍ଲିକ ସ୍କୁଲରେ ବରିଷ୍ଠ ଦେୱାନୀ ବିଚାରପତି ଦୁର୍ବାସା ଦୁର୍ଗ, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ଏସ.ଡି.ଜେ.ଏମ୍ ସ୍ନାତକୀ ଦାଶ, ପ୍ରାଧିକରଣ ର ସମ୍ମୁଖ କାର୍ଯ୍ୟାଳୟ ର ପ୍ୟାନେଲ ଓକିଲ ସନ୍ଥରାମ୍ ସାହୁ, ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତିମା ରାଜ, ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଧିକାରମିତ୍ରଗଣ ଯୋଗ ଦେଇଥିଲେ । ଏହି ଅବସରରେ ବିଚାରପତି ମାନେ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ, ୨୦୧୨ (ପୋକ୍ସୋ ଆଇନ), ଉକ୍ତ ଆଇନ ଅଧୀନରେ ଆସୁଥିବା ଅପରାଧ ଏବଂ ଦଣ୍ଡ, ପୋକ୍ସୋ ଆଇନରେ ବିଭିନ୍ନ ଧାରା, ଛାତ୍ର ଛାତ୍ରୀଙ୍କୁ ସୁରକ୍ଷିତ ସ୍ପର୍ଶ ଏବଂ ଅସୁରକ୍ଷିତ ସ୍ପର୍ଶ ତଥା ସତର୍କତାମୂଳକ ସଂକେତ ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । ସେହିପରି ଜିତାମିତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, କୋମନା, ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କେରାପଦର, ବୋଡ଼େନ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଦୀ, ଖଡ଼ିଆଳଠାରେ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଜିତାମିତ୍ର ସରକାରୀ ଉଚ୍ଚ ବିଦ୍ୟାଳୟ, କୋମନା ଠାରେ ଜେ.ଏମ.ଏଫ.ସି, କୋମନା ସମୃଦ୍ଧି ସାଗରିକା ବାରିକ ଏବଂ ପ୍ୟାନେଲ ଓକିଲ ଲଲାଟେନ୍ଦୁ ନିଆଲ, ପ୍ରଧାନ ଶିକ୍ଷକ ଓ ଅଧିକାରମିତ୍ରଗଣ ଯୋଗ ଦେଇଥିଲେ । ରାଜା ଆର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ, ଖଡିଆଳ ରେ ଜେ.ଏମ.ଏଫ.ସି ସମୀକ୍ଷା ସା ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ବାଦି ଠାରେ ଅତିରିକ୍ତ ଜିଲ୍ଲା ଏବଂ ଦୌରା ଜଜ୍ ପ୍ରଣାମ କୁମାର ରାଉତ ଏବଂ ପ୍ୟାନେଲ ଓକିଲ ଶ୍ରୀ ଆଲୋକ ତିୱାରୀ, ପ୍ରଧାନ ଶିକ୍ଷକ ଓ ଅଧିକାରମିତ୍ରଗଣ ଯୋଗ ଦେଇ ଯୌନ ଅପରାଧରୁ ଶିଶୁମାନଙ୍କ ସୁରକ୍ଷା ଆଇନ, ୨୦୧୨ (ପୋକ୍ସୋ ଆଇନ) ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ।
ଏହି ସମସ୍ତ ସ୍ଥାନରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ କରାଯାଇଛି ଏବଂ ସଚେତନତା ଶିବିର ଆୟୋଜନ କରାଯାଇଛି । ଏହି ଅବସର ରେ ଉପସ୍ଥିତ ବକ୍ତାମାନେ ଜାତୀୟ ଏକତା, ଅଖଣ୍ଡତା ଏବଂ ସଂହତିର ମୂଲ୍ୟବୋଧକୁ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରିଥିଲେ ।
