-ଭୁବନେଶ୍ୱର ଏକାମ୍ର ଜାଗମରା ରେ ଜନ ସମ୍ପର୍କ ପଦଯାତ୍ରା
ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନଂ ୬୩ ଜାଗମରା ଗ୍ରାମରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାରେ ଭୁବନେଶ୍ୱର ସାଂଗଠନିକ ଜିଲ୍ଲା ସଭାପତି ତଥା ପୂ୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସାମିଲ ହୋଇ ବି ଜେ ପି ସରକାରଙ୍କ ବିଫଳତା ଓ ନବୀନ ସରକାରଙ୍କ ସଫଳତା ସମ୍ପର୍କରେ ଜନାଧାରଣଙ୍କୁ ଅବଗତ କରାଇଥିଲେ। ପରିକ୍ରମା ସମୟରେ ଗ୍ରାମବାସୀମାନେ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମେୟର ସୁଲୋଚନା ଦାସ,ବିଜେଡି ନେତା କ୍ୟାପଟେନ୍ ମନ୍ମଥ ରାଉତରାୟ,ଅମୀୟ ଦାସ, ପୂର୍ବତନ କର୍ପୋରେଟର ରୁନୁ ଜେନା, ସିନେନ୍ଦ୍ର ଜେନା,ଚନ୍ଦ୍ରକାନ୍ତ ସାହୁ,କର୍ପୋରେଟର,ମୂଜାହିଦ୍ ହୁସେନ,ମହାମାୟା ସ୍ୱାଇଁ,କିରନ ମାଝୀ,ଚନ୍ଦ୍ରଶେଖର ମଲିଆ, ଶିବପ୍ରସାଦ ବେହେରା,ଶ୍ରୀଧର ବେହେରା,ହୃଦୟବଲଭ ସାମନ୍ତରାୟ, ଅଶ୍ୱିନୀ ସୁନ୍ଦରାୟ,ରାଜେଶ ପାତ୍ର,ସୁଜିତ୍ ସ୍ୱାଇଁ,ୱାର୍ଡ ସଭାପତି ରଞ୍ଜିତ୍ ପଟ୍ଟନାୟକ, ମହେନ୍ଦ୍ର ଗୁରୁ, ଅଜୁ ଜେନା,ଅମରେନ୍ଦ୍ର ଗରାବଡୁ, ଶେଖ୍ ସକିଲରୁଲ ରେହେମାନ,ଶେଖ୍ ସବିର ଅଲି,ବିଜୟ ଗୋଛାୟତ,ଶେଖ୍ ଅବଦୁଲ ଜଲାଲ, ବର୍କତ୍ ତୁଲ୍ଲା,ଜାନକୀ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।
