ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଜୁ ଛାତ୍ର ଜନତା ଦଳ (BCJD) ର ଗୁଣ୍ଡାରାଜ୍ ଏବଂ ଛାତ୍ର ଆକ୍ରମଣକୁ ଦୃଢ଼ ନିନ୍ଦା କଲା ABVP; ଚିନ୍ମୟ ସାହୁ ଓ ତନ୍ମୟ ସ୍ୱାଇଁଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କ ତୁରନ୍ତ ଗିରଫ ଦାବି
ଭୁବନେଶ୍ୱର:
ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) ପରିସରରେ ବିଜୁ ଛାତ୍ର ଜନତା ଦଳ (BCJD) ର ଗୁଣ୍ଡାମାନଙ୍କ ଦ୍ୱାରା ରଚାଯାଇଥିବା ହିଂସାକାଣ୍ଡ, ଗୁଣ୍ଡାରାଜ୍ ଏବଂ ନିରୀହ ଛାତ୍ରଙ୍କ ଉପରେ ଆକ୍ରମଣ ଘଟଣାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ତୀବ୍ର ନିନ୍ଦା ଓ ପ୍ରତିବାଦ କରୁଛି।
ଆଜି ବିଶ୍ୱବିଦ୍ୟାଳୟର ‘What I Stand For’ (କାହିଁକି ପାର୍ଥୀ) କାର୍ଯ୍ୟକ୍ରମ ଚାଲିଥିବା ସମୟରେ, IMCA ଚତୁର୍ଥ ବର୍ଷର ନିରୀହ ଛାତ୍ର ଶ୍ୟାମ ସୁନ୍ଦର ବେହେରାଙ୍କୁ BCJD ର ଗୁଣ୍ଡାମାନେ ଅତର୍କିତ ଆକ୍ରମଣ କରି ମାଡ଼ ମାରିବା ସହ ଲହୁଲୁହାଣ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନରେ ପରାଜୟ ଭୟରେ ବିଜେଡିର ଗୁଣ୍ଡାମାନେ ବିଶ୍ୱବିଦ୍ୟାଳୟ ପରିସରରେ କାପୁରୁଷପୂର୍ଣ୍ଣ ହିଂସା ସୃଷ୍ଟି କରି ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିବାକୁ ଏକ ହୀନ ଉଦ୍ୟମ କରିଛନ୍ତି।
ଏହି ସମ୍ପୂର୍ଣ୍ଣ ଗଣ୍ଡଗୋଳର ମୁଖ୍ୟ ସୂତ୍ରଧର ଚିନ୍ମୟ ସାହୁ ଏବଂ ତନ୍ମୟ ସ୍ୱାଇଁଙ୍କ ନିର୍ଦ୍ଦେଶରେ ଶତାଧିକ ଅଣଛାତ୍ର ଓ ଗୁଣ୍ଡା ବିଶ୍ୱବିଦ୍ୟାଳୟ ପରିସରରେ ପଶି ଆତଙ୍କରାଜ ସୃଷ୍ଟି କରିଥିଲେ। ଶିକ୍ଷାନୁଷ୍ଠାନର ଶାନ୍ତି ବାତାବରଣକୁ ନଷ୍ଟ କରିବା ଏବଂ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ତିଆରି କରିବା ପାଇଁ ଏହି ଷଡ଼ଯନ୍ତ୍ର ରଚାଯାଇଛି।
ABVP ର ଦାବି:
୧. ଘଟଣାର ମୁଖ୍ୟ ସୂତ୍ରଧର ଚିନ୍ମୟ ସାହୁ, ତନ୍ମୟ ସ୍ୱାଇଁ ଏବଂ ଆକ୍ରମଣରେ ସଂପୃକ୍ତ ସମସ୍ତ ଅଣଛାତ୍ର ଓ ଗୁଣ୍ଡାମାନଙ୍କୁ ପୋଲିସ ତୁରନ୍ତ ଗିରଫ କରୁ।
୨. ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତୁରନ୍ତ ସିସିଟିଭି (CCTV) ଫୁଟେଜ୍ ସଂଗ୍ରହ କରି ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ଓ ଶାସନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ।
୩. କ୍ୟାମ୍ପସ ଭିତରକୁ ଅଣଛାତ୍ରମାନଙ୍କ ପ୍ରବେଶ ଉପରେ କଡ଼ା କଟକଣା ଲଗାଯାଉ ଏବଂ ସାଧାରଣ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଉ।
ଯଦି ପୋଲିସ ଏବଂ ବିଶ୍ୱବିଦ୍ୟାଳୟ ପ୍ରଶାସନ ତୁରନ୍ତ ଦୋଷୀମାନଙ୍କୁ ଗିରଫ ନକରନ୍ତି, ତେବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସାରା ରାଜ୍ୟବ୍ୟାପୀ ତୀବ୍ର ଆନ୍ଦୋଳନ କରିବାକୁ ବାଧ୍ୟ ହେବ।
