ବରଗଡ଼ : ( ବ୍ୟୁରୋ ରିପୋର୍ଟ )
ସ୍ଥାନୀୟ ବିଜ୍ଞାନ କେନ୍ଦ୍ର ପରିସର ରେବରଗଡ଼ ଜିଲ୍ଲା ସ୍ତରୀୟ ୩୨ ତମ ଶିଶୁ ବିଜ୍ଞାନ କଂଗ୍ରେସ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧୂକାରୀ ସରୋଜ ଭୁଏ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧୂକାରୀ ଅମୃତା ସାହୁ,ପୂର୍ବତନ ବିଜ୍ଞାନ ନିରୀକ୍ଷକ ଡ ମନୋଜ କୁମାର ସାହୁ ପ୍ରମୁଖ ଅତିଥୂ ଭାବେ ଯୋଗ ଦେଇ ଏହି ଅବସର ରେ ଅନୁଷ୍ଠିତ ହୋଇ ଥିବା ପ୍ରତିଯୋଗିତା ର ଶୁଭ ଉଦ୍ଘାଟନ କରିଥିଲେ । ସ୍ଥାୟୀ ବିକାଶ ପାଇଁ ବିଜ୍ଞାନ ଓ ନବ ସୃଜନ ବିଷୟ ବସ୍ତୁ ରହିଥିବା ବେଳେ ଉପ ବିଷୟ ବସ୍ତୁ ବର୍ଜ୍ୟ ବସ୍ତୁ ପରିଚାଳନା ପାଇଁ ୫ ସୂତ୍ର,ଶକ୍ତି କ୍ଷେତ୍ର ରେ ଇ ୪ ସୂତ୍ର,ଜଳ ସମ୍ପଦ,ଖାଦ୍ୟ କୃଷି ଓ ସ୍ବାସ୍ଥ୍ୟ ଓ ସ୍ଥାୟୀ ବିକାଶ ପାଇଁ ଭାରତୀୟ ଜ୍ଞାନ ଓ ପରମ୍ପରା ରହିଥ୍ଲା ।ତେବେ ଏହି ଅବସର ରେ ୧୨ ବ୍ଲକ ରୁ ୨୭୩ ପ୍ରକଳ୍ପ ସ୍ଥାନୀତ ହୋଇଥିଲା ।ବିଚାରକ ଭାବେ ଅଧ୍ୟାପକ ବିଶ୍ବଜିତ୍ ସାହୁ,ଅଧ୍ୟାପିକା ଅନୁପମା ଚାନ୍ଦ, ପୂର୍ବତନ ଅଧ୍ଯକ୍ଷ ସୌଭାଗ୍ୟ ପ୍ରଧାନ,ଅଧ୍ୟାପକ ଜୟନ୍ତ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଶ୍ରେୟାନସି ତ୍ରିପାଠୀ, ଆଲିଆ ପରବିନ,ଆୟୁଷ୍ମାନ ପଟ୍ଟନାୟକଓମ୍ ପଧାନ,ସିଲୁ ଭୁଏ,ନମିତା ସାହୁ,ସତ୍ୟମ୍ ଭୋଇ ପ୍ରମୁଖ ବରିଷ୍ଠ ଓ କନିଷ୍ଟ ବିଭାଗ ରେ ପୁରସ୍କୃତ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନା ରେ ପ୍ରଧାନ ଶିକ୍ଷକ ଭାର୍ଗବ ନାଏକ,ଆତ୍ମା ରାମ ଭୋଇ,ସଞ୍ଜୀବ ପ୍ରଧାନ,ଧର୍ମ ରାଜ୍ ପ୍ରଧାନ, ଟଙ୍କଧର ପ୍ରଧାନ,ସଞ୍ଜୀବ ପ୍ରଧାନ,ସଞ୍ଜୀବ ସାହୁ,ଭବାନୀ ଗଡତିଆ,ସୁବୋଧ ସାହୁ ପ୍ରମୁଖ ଙ୍କ ସମେତ ବିଜ୍ଞାନ କେନ୍ଦ୍ର ର କର୍ମଚାରି ବୃନ୍ଦ ସହଯୋଗ କରିଥିଲେ ।
