
କୋଟଗଡ଼ – ସଂପୁର୍ଣ୍ଣ ଏମ୍ ଜି ଏନ୍ ଆର୍ ଜି ଏ କାର୍ଯ୍ୟ ର କୋଟି କୋଟି ଟଙ୍କା ହରିଲୁଟ କରିବାକୁ ଚେଷ୍ଟା ଚଳାଇଛନ୍ତି କୋଟଗଡ଼ ବ୍ଳକ ଅନ୍ତର୍ଗତ ଧରାକୋଟ ପଞ୍ଚାୟତ ସରପଞ୍ଚ, ପି ଇ ଓ, ଭେଣ୍ଡର। ଆର୍ଥିକ ବର୍ଷ ୨୦୨୫ ଓ ୨୦୨୬ ରେ ଜନସାଧାରଣ ଙ୍କ ରୋଜଗାରକ୍ଷମ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଏମ୍ ଜି ଏନ୍ ଆର୍ ଜି ଏ କାର୍ଯ୍ୟ ନିମନ୍ତେ ଆସିଥିଲେ ମଧ୍ୟ ଏହା ଜନସାଧାରଣ ନ ପାଇ ମେସିନ୍ ଦ୍ବାରା କରାଯାଇଥିବା ଅଭିଯୋଗ ହୋଇଛି। ପୁଣି ଏହି କାର୍ଯ୍ୟ ସେହିମାନେ କରୁଛନ୍ତି ଯେଉଁମାନେ ମୋଟା ଅର୍ଥ ସରପଞ୍ଚ, ପି ଓ, ଓ ଏ ପି ଓ ଙ୍କୁ ଦେଉଛନ୍ତି। ଆଉ ଏହି ଅର୍ଥ ର କିଛି ଅଂଶ କନ୍ଧମାଳ ପି ଡି ଙ୍କ ପାଖକୁ ଯାଉଥିବା ଅଭିଯୋଗ ହୋଇଛି। ଫଳରେ ଏହି କାର୍ଯ୍ୟ ସୁଚାରୁରୂପେ ନହୋଇ ଅର୍ଥ ହଡ଼ପ ହେବାର ପ୍ରାୟ ସଂଭାବନା ରହିଛି। ଯଦି ଏପରି ହୋଇନଥାନ୍ତା ତେବେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ , ଡିଜିଟାଲ ମିଡିଆ ରେ ପ୍ରକାଶ ପାଇଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ୍ କାହିଁକି ସାଧାରଣ ରେ ପ୍ରଶ୍ନବାଚୀ। ଏହିପରି ଦୁର୍ନୀତି କୁ ତଳୁ ଉପର ପର୍ଯ୍ୟନ୍ତ ପୁନ୍ଖାନପଖ ଭାବରେ ତଦନ୍ତ ସାପେକ୍ଷ। ଏ ନେଇ କୋଟଗଡ଼ ବି ଡି ଓ ଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲୁ। ସରପଞ୍ଚ କହିଛନ୍ତି ମିଟିଂ ହୋଇ କାର୍ଯ୍ୟ ଦିଆ ଯାଇଛି। ପି ଓ କହୁଛନ୍ତି ଏ ପି ଓ ଙ୍କୁ ପଚାରନ୍ତୁ। କାହା କଥା ସହ କାହାର ତାଳମେଳ ରହୁନାହିଁ।
