
କୋଟଗଡ଼ ବ୍ଳକ ଦୁର୍ନୀତି ର ଆଉ ଏକ ଅଧ୍ୟାୟ
ଏ ଡି ଓ ଓ ବ୍ଳକ ପ୍ରଶାସନ ର ମଧୁଚନ୍ଦ୍ରିକା
ବାଲିଗୁଡା – ୨୩/୦୫/୨୬ ମୋତେ ଯେତେ ମାଠିବୁ ମାଠେ ମୁଁ ସେହି ଦରପୋଡା କାଠ ଭଳି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ରେ ଦୁର୍ନୀତି ଥମିବାର ନାଁ ନେଉନାହିଁ। ଏଠି ସବୁ କମିସନ ଓ ପିସି ରେ କାରବାର ର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। କୋଟଗଡ଼ ବ୍ଳକ ରେ ଏ ଡି ଓ ଓ ଭେଣ୍ଡର ମାନଙ୍କ ମଧୁଚନ୍ଦ୍ରିକା ରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତି କୁଆଡେ କୋଟଗଡ଼ ବ୍ଳକ ବିଡିଓ ନାକ ନିଶ ତଳେ ଚାଲିଥିବା ଅଭିଯୋଗ ହୋଇଛି। ଏହି ଦୁର୍ନୀତିର ପ୍ରଥମ ପାହାଚ ଏଡିଓ ଦିବାକର ନାୟକ । ବୋଧହୁଏ ସବୁଠାରୁ ବଡ଼ କୋଟିପତି କର୍ମଚାରୀ। ୧ ନଂମ୍ବର ରେ ଦିବାକର ଥିବାବେଳେ ଅନ୍ୟ ଏଡିଓ ତା ତଳକୁ ତଳ। ସରକାରୀ ନିୟମ ଅନୁସାରେ। ସରକାରୀ କର୍ମଚାରୀ ବା ସେ ବ୍ଳକ ରେ କର୍ମରତ ଥିବା କର୍ମଚାରୀ ଙ୍କ ପରିବାର ବା ସଂପର୍କୀୟ କୈଣସି ଭେଣ୍ଡର ବା ଗାଁ ସାଥି ରହିପାରିବେ ନାହିଁ। କିନ୍ତୁ ଏଡିଓ ଦିବାକର ନାୟକ ଙ୍କ ପିତା ନାୟକ ଟେଟ୍ରସ୍ ନାମରେ ଭେଣ୍ଡର ଚଳାଇଛନ୍ତି। ଦିବାକର ଥିବା ପଞ୍ଚାୟତ ବ୍ୟତୀତ ଅନ୍ୟାନ୍ୟ ପଞ୍ଚାୟତ ମାନଙ୍କରେ ହେଉଥିବା କାର୍ଯ୍ୟ ର ଟଙ୍କା ମଧ୍ୟ ନାୟକ ଟେଟ୍ରସ୍ କୁ ଆସୁଛି। ଯାହାକି ଦିବାକର ବାଧ୍ୟତାମୂଳକ ଭାବେ ଆଣୁଛନ୍ତି। କମିସନ ବାବଦକୁ ଶତକଡା ୫% ଓ ଟଙ୍କା ଉଠେଇ ଠିକାଦାର ଙ୍କୁ ଦେଉଛନ୍ତି ବୋଲି ଆଉ ଶତକଡା ୫% । ସମୁଦାୟ ଶତକଡା ୧୦% କଟୁଛି ମାନେ ୧କୋଟିରେ ଟଙ୍କା ୧୦୦୦୦୦୦/- ( ଦଶ ଲକ୍ଷ) ବସିଥାଇ ନିଜର। ଚିନ୍ତା କରନ୍ତୁ ବାପ ପୁଅ କେମିତି ଲୁଟୁଛନ୍ତି। ଏହି ବାପ ପୁଅ ଓ ନାୟକ ଟେଟ୍ରସ୍ ଉପରେ ବ୍ଳକ ପ୍ରଶାସନ ର ନଜର ଅଛି କି ନାହିଁ ତାହା ସଂଦେହ ସୃଷ୍ଟି ହୋଇଛି। ଏହି ନାୟକ ଟେଟ୍ରସ୍ ର ଜି ଏସ୍ ଟି ଅଛି କି ନାହିଁ ୨ୟ ଆଇ ଟି ରିଟର୍ନ ହେଉଛି କି ନାହିଁ ଓ ବଡ କଥା ଅଡିଟ୍ ହେଉଛି କି ନାହିଁ। ଯଦି ହେଉଛି ସାର୍ବଜନୀନ କରାଯାଉ, ଯଦି ହେଉ ନାହିଁ କାହିଁକି ହେଉ ନାହିଁ ଓ ଏହି ନାୟକ ଟେଟ୍ରସ୍ ସହିତ ପ୍ରଶାସନ ର କି ମଧୁଚନ୍ଦ୍ରିକା ରହୁଛି ଯେ ବ୍ଳକ ପ୍ରଶାସନ ଠାରୁ ଜିଲ୍ଲା ପ୍ରଶାସନ ଚୁପ୍ ହୋଇଛନ୍ତି। ଏଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ ସାପେକ୍ଷ। ଏହି ଖବର ପ୍ରକାଶ ପାଇବା ପରେ ଜନସାଧାରଣ ଖୁସି କିନ୍ତୁ ପ୍ରଶାସନ ପକ୍ଷରୁ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଦେଖିବାକୁ ବାକି
