
ବିଶ୍ୱ ପରିବେଶ ଦିବସ ଅବସରରେ ବୃକ୍ଷରୋପଣ ଓ ସଚେତନତା ରାଲି ଅନୁଷ୍ଠିତ*
ଆଜି ତା. ୦୫.୦୬.୨୦୨୬ ରିଖ, ବିଶ୍ୱ ପରିବେଶ ଦିବସ ଅବସରରେ କୋଟଗଡ ସ୍ଥିତ ସିଆରପିଏଫ୍ କ୍ୟାମ୍ପ ପରିସରରେ ଏକ ବୃହତ୍ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୋଟଗଡ ବନାଞ୍ଚଳର ବନ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମରେ ବୈଷୟିକ ସହାୟତା ପ୍ରଦାନ କରିଥିଲେ।
ଉକ୍ତ କାର୍ଯ୍ୟକ୍ରମରେ କୋଟଗଡ ବନାଞ୍ଚଳର ସମସ୍ତ କର୍ମଚାରୀ, କୋଟଗଡ ସିଆରପିଏଫ୍ କ୍ୟାମ୍ପର ଯବାନମାନେ ଏବଂ କୋଟଗଡ ଥାନାର ପୁଲିସ କର୍ମଚାରୀମାନେ ଯୋଗଦାନ କରିଥିଲେ। ସମୁଦାୟ ୨୦୦ଟି ଚାରାରୋପଣ କରାଯାଇଥିଲା।ଏହି ଅବସରରେ ସମସ୍ତ ଉପସ୍ଥିତ ସଦସ୍ୟ ଜଙ୍ଗଲ ଓ ପରିବେଶର ସୁରକ୍ଷା, ସଂରକ୍ଷଣ ଏବଂ ସବୁଜ ପରିବେଶ ଗଠନ ପାଇଁ ଶପଥ ଗ୍ରହଣ କରିଥିଲେ। ଏହା ସହିତ ପରିବେଶ ସୁରକ୍ଷା ଓ ବୃକ୍ଷରୋପଣର ମହତ୍ତ୍ୱ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା।ବିଶ୍ୱ ପରିବେଶ ଦିବସ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମ ପରିବେଶ ସୁରକ୍ଷା ପ୍ରତି ସାମୂହିକ ଦାୟିତ୍ୱବୋଧକୁ ଦୃଢ଼ କରିବା ସହ ସବୁଜ ଓ ସୁସ୍ଥ ପରିବେଶ ଗଠନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ଭାବେ ପରିଗଣିତ ହୋଇଛି। ଏହି କାର୍ଯ୍ୟକ୍ରମ ରେ କୋଟଗଡ଼ ବନାଞଳ ଅଧିକାରୀ ବାଲ୍ ଗୋପାଳ୍ ବେହେରା, ଫରେଷ୍ଟର ରବି ମୋହନ ନାୟକ, ହରିସ୍ ଚନ୍ଦ୍ର ପ୍ରଧାନ, ଫକିର ନାୟକ ଉପସ୍ଥିତ ଥିଲେ।
