
କୋଟିପତି ଏ ଡି ଓ ଦିବାକର
ବାଲିଗୁଡା – କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଳକ ରେ କାର୍ଯ୍ୟରତ ଏ ଡି ଓ ଦିବାକର ନାୟକ ଜଣେ କୋଟିପତି। କାରଣ ୨୦୧୪/୧୦୨୫ ମସିହାରେ କୋଟଗଡ଼ ପଞ୍ଚାୟତ ରେ ଏ ଡି ଓ ଭାବେ କାର୍ଯ୍ୟ କରୁଥିଲେ। ସେହି ସମୟରେ ଏମ୍ ଜି ଏନ୍ ଆର୍ ରି ଜି ଏ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି କରିଥିବା କୋଟଗଡ଼ ବାସୀ ଅଭିଯୋଗ କରିଛନ୍ତି। ଏହି ସମୟରେ ଏହି ଦିବାକର ନିଜେ ମଧ୍ୟ ଅନେକ କାର୍ଯ୍ୟ କରିଛନ୍ତି
। ଏହି ସମୟ ର ଟଙ୍କା ନିଜ ବାପା କରିଥିବା ନାୟକ ଟେଟ୍ରସ୍ ରେ କାରବାର ହୋଇଥିବା ସଂଦେହ ସୃଷ୍ଟି ହେଉଛି। ମନା ନାହିଁ ନାୟକ ଟେଟ୍ରସ୍ ରେଜିଷ୍ଟ୍ରେସନ ସଂସ୍ଥା ହୋଇପାରେ, ଆୟକର ସରକାର ଙ୍କୁ ଦେଇଥାଇ ପାରନ୍ତି କିନ୍ତୁ ବ୍ଳକ ପ୍ରଶାସନ ପକ୍ଷରୁ ଅଟିଟ୍ ହୋଇଛି କି। ଦିବାକର ନାୟକ ଏକ ସରକାରୀ କର୍ମଚାରୀ ହୋଇମଧ୍ୟ ୨୦୨୪/୨୦୨୫ ର ଅନେକ କାର୍ଯ୍ୟ କରୁଥିଲେ କେମିତି। ଏବଂ ବିଲ୍ ମଧ୍ୟ ଯନ୍ତ୍ରୀ , କନିଷ୍ଠ ଯନ୍ତ୍ରୀ ମାପଜୁପ କରି କରୁଥିଲେ ନା ଘରେ ରହି ମୋଟା ଅଙ୍କର ଅର୍ଥ ନେଇ ବିଲ୍ କରୁଥିଲେ। ଏଣୁ ଏ ସବୁର ଦୁର୍ନୀତି ନିବାରଣ ବିଭାଗ ଦ୍ବାରା ତଦନ୍ତ ଦାବି କରିଛନ୍ତି କୋଟଗଡ଼ ଗ୍ରାମ ବାସୀ।
