ଭୁବନେଶ୍ୱର ତା 6 ରିଖ l ସରକାର 2024ଫେବୃଆରୀ ସୁଦ୍ଧl ବିଦ୍ୟୁତ ଭିତିଭୂମି ସଜାଡିବାକୁ 20 ହଜାର କୋଟି ଏବଂ ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି l ସେହିପରି ମାର୍ଚ୍ଚ 2026 ସୁଦ୍ଧା ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଦର୍ଶାଇଛି l ଏହି ସବୁ ଅର୍ଥ ଠିକସେ ଖର୍ଚ୍ଚ ନହୋଇ ହରିଲୁଟ ହୋଇଛି l ତେଣୁ ଓ ଇ ଆର ସି ଟାରିଫ ଅର୍ଡର ପେଜ ନମ୍ବର 116ରେ ସ୍ପଷ୍ଟ ଭାବେ ଏହାର ସି ଏ ଜି ଅଡିଟ ପାଇଁ ସୁପାରିଶ କରିଛନ୍ତି l ତେଣୁ ତୁରନ୍ତ ସି ବି ଆଇ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବୀ କରିଛି ଉପଭୋକ୍ତା ମହାସଂଘ l 2013 ମସିହାରୁ ରାଜ୍ୟରେ 500ଟି 33/11 କେଭି ସବଷ୍ଟେସନ ନିର୍ମାଣରେ ବ୍ୟାପକ ହରିଲୁଟ ହୋଇଛି l ଏଥିରେ ନିମ୍ନ ମାନର ଯନ୍ତ୍ରଂl ଶ ବ୍ୟବହାର ହୋଇଛି ଯାହା ଫଳରେ ଏ ଟି ସି ଲସ କମାଇ ବିଜୁଳି ଦର କମାଇବାକୁ ଯେଉଁ ଲକ୍ଷ ରଖା ଯାଇ ଥିଲା ସେ ଆଶା ଧୂଳିସାତ ହୋଇଛି l ଏହି ଘୋଟlଲା କୁ ଘଣ୍ଟ ଘୋଡାଇବାକୁ ତତ୍କାଳୀନ ଓ ଇ ଆର ସି ଚେୟାରମ୍ୟାନ ଉପେନ୍ଦ୍ର ବେହେରା ବିନା କୌଣସି ଜନ ଶୁଣାଣି ରେ କୋଭିଡ ସମୟରେ ଟାଟା କମ୍ପାନୀକୁ ବେଆଇନ ଭାବେ ଚାରିଟି ଯାକ ଡିସ୍କମକୁ ବିତରଣ ଦାୟିତ୍ୱ ରାତି ଅଧିଆ ଟେକି ଦେଇ ଛନ୍ତି l ଟାଟା ପାୱାର ସହିତ ହୋଇଥିବା ଭେସ୍ଟିଙ୍ଗ ଅର୍ଡର ରେ ମଧ୍ୟ ଏହି 500 ଟି ସବ ଷ୍ଟେସନ ବାବଦରେ କିଛି ଉଲ୍ଲଖ ନାହିଁ l ଫଳ ସ୍ୱରୂପ 26-05-2020 ରେ ଟାଟା କମ୍ପାନୀ ସବୁ ନିମ୍ନ ମାନର ଭିତିଭୂମି ଅଛି ତେଣୁ ସଜାଡି ବାକୁ 2600 କୋଟି ଟଙ୍କାର କାପେକ୍ସ ଇନଭେଷ୍ଟମେଣ୍ଟ ପାଇଁ ଅନୁମତି ମାଗିଥିଲେ l ତେଣୁ ସେତେବେଳେ କିଛି ତର୍ଜମା ନକରି ତାକୁ ଅନୁମତି ଦେଲେ l ଯାହା ଫଳରେ ଆଜି ଟାଟା ପାୱାର 7 ହଜାର କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ହିସାବ ଦେଇ ତାର ସୁଦ୍ଧ ବିଜୁଳି ବିଲ ଉପରେ କସି ଆଦାୟ କରୁଛି l ଏ ସମସ୍ତ କଥା ଉପରେ ଗତ ଶୁଣାଣି ରେ ପ୍ରଦୀପ ଜେନା ଆପତ୍ତି ଉଠାଇ ତୁରନ୍ତ ସି ଏ ଜି ଅଡିଟ ପାଇଁ ସୁପାରିଶ କରିଥିଲେ l ଆଜି ପର୍ଯ୍ୟନ୍ତ କାହିଁକି ରାଜ୍ୟ ସରକାର ସି ଏ ଜି ଅଡିଟ ପାଇଁ ଆଦେଶ ଦେଇ ନାହାନ୍ତି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ ଉପଭୋକ୍ତା ମହାସଂଘ ପ୍ରଶ୍ନ କରିଛି l ସେଇପରି ରାଜ୍ୟ ସରକାର ସ୍ମାର୍ଟ ମିଟର ଲଗାଇବା ଏବଂ ତାର ଭଡା ବାବଦ ପାଇଁ ଯେଉଁ 735 କୋଟି ଟଙ୍କା ଦେଇଛନ୍ତି ତାହା ସମ୍ପୂର୍ଣ ବେଆଇନ ବୋଲି ମହାସଂଘ କହିଛି l ଏହା ବିଦ୍ୟୁତ ଆଇନ 2003 ର ବିରୁଦ୍ଧଚରଣ କରୁଛି l ମିଟର ଲଗାଇବା ଉପଭୋକ୍ତା ର ସମ୍ପୂର୍ଣ ନିଜସ୍ୱ ଇଛାଧୀନ l ଏବଂ ଟାଟା ପାୱାର ଜରିଆରେ ମିଟର ଲଗାଇବା ମନ୍ଦ ଉଦେଶ୍ୟ ରହିଛି l ତା ଛଡା ଆଗରୁ ଯିଏ ସ୍ମାର୍ଟ ମିଟର ଲଗାଇଛି ତାର ସୁବିଧା ପାଇଁ କଣ କରିଛ ବୋଲି ପ୍ରଶ୍ନ କରିବା ସହ ଏଥିରେ କେତେ ଟଙ୍କାର କିକ ବ୍ୟାକ ହୋଇଛି ବୋଲି ମଧ୍ୟ ମହାସଂଘ ଗତ ଶୁଣାଣି ସମୟରେ ଓ ଇ ଆର ସି ଙ୍କୁ ପ୍ରଶ୍ନ କରିଥିଲା l ବିଭାଗୀୟ ଅଧିକାରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଇ ନପାରିବାରୁ ପ୍ରଦୀପ ଜେନା ଏ ସଂକ୍ରାନ୍ତରେ ପେଜ ନଂ 90,91,92,93 ରେ ଉଲ୍ଲେଖ କରିଛନ୍ତି l ଶ୍ରୀ ଜେନା ଆହୁରି ମଧ୍ୟ ବିଜୁଳି ବିଭାଗ ସବୁ ସମ୍ପତି ଓ ଭିତିଭୂମି ର ଡିଜିଟାଲl ଇ ଜେସନ ରେଜିଷ୍ଟର କରିବlକୁ କହିଛନ୍ତି l ଫଳ ସ୍ୱରୂପ ଆଗରୁ ଓ ଏବେ ଯାହା ସବୁ ଖର୍ଚ୍ଚ ହୋଇଛି ତାହାର ସଠିକ ତଥ୍ୟ ମିଳିବ ଏବଂ ଗୋଟିଏ କାର୍ଯ୍ୟର ଦୁଇ ତିନି ଥର ହୋଇଥିବା କି ଆଗକୁ କରିବାର ଯୋଜନା ଫେଲ ହୋଇଯିବ l ସେହିପରି 2019 ରୁ ଆଜି ପର୍ଯ୍ୟନ୍ତ ବିଜୁଳି ସରଞ୍ଜାମ ଓ ଯନ୍ତାନ୍ସ ର ମୂଲ୍ୟ ନିର୍ଧାରଣ ହୋଇନି ତେଣୁ ଟାଟା ପାୱାର କ୍ଷୁଦ୍ରଶିଳ୍ପ, ସାଧାରଣ ଉପଭୋକ୍ତା ଏବଂ ନୂଆ ଲାଇନ କନେକ୍ସନରେ ମନଇଚ୍ଛା ଜୋର ଜବରଦସ୍ତ ପଇସା ଆଦାୟ କରି ଚାଲିଛି l ତାକୁ ଶ୍ରୀ ଜେନା ବିରୋଧ କରିବା ସହ ତୁରନ୍ତ ଦର ନିର୍ଧାରଣ ପାଇଁ ସୁପାରିଶ କରିଛନ୍ତି l ସେହିପରି ସୋଲାର ପାୱାର କ୍ଷେତ୍ରରେ ଘରୋଇ ତଥା ବ୍ୟବସାୟୀ ଓ ଶିଳ୍ପ ପାଇଁ ସଂସ୍କାର ପଦକ୍ଷେପ ସୁପାରିଶ କରିଛନ୍ତି l ଫଳସ୍ୱରୂପ ଉପଭୋକ୍ତା ଲାଭବାନ ହେବେ ଟାଟା ପାୱାରର ମନମାନି ବନ୍ଦ ହେବ l ରାଜ୍ୟରେ ବିଜୁଳି ଦର କମାଇବା ଓ ନିରନ୍ତର ବିଜୁଳି ଯୋଗାଣ ପାଇଁ ଏଟି &ସି ଲସ କମାଇବାକୁ ପୂର୍ବରୁ 33 kv,11kv ଏବଂ ଡି ଟି ଆର ଟ୍ରାନ୍ସଫର୍ମର ରେ ସମ୍ପୂର୍ଣ ମିଟାରିଙ୍ଗ କରିବାକୁ ଉପଭୋକ୍ତl ମହାସଂଘ ଯେଉଁ ଦାବୀ କରି ଆସୁଥିଲା ତାହା ସମ୍ପୂର୍ଣ ଫେଲ ବୋଲି ଗତ ହିଅରିଙ୍ଗରେ ଜଣା ପଡିଲା ତେଣୁ At&c ଲସ କମାଇବା ପାଇଁ ସବୁ ମିଟାରିଙ୍ଗ କରିବାକୁ ଶ୍ରୀ ଜେନା ନିର୍ଦେଶ ଦେଇଥିଲେ l ଶ୍ରୀ ଜେନା ଙ୍କ ସୁପାରିଶ କାର୍ଯ୍ୟକାରୀ ହେଲେ ଦୁର୍ନୀତି ରେ ଲିପ୍ତ ଅନେକ ବଡ଼ ବଡ଼ ଅଧିକାରୀ ଧରା ପଡିବେ, ଟାଟା ପାୱାର ର ଶୋଷଣ ବନ୍ଦ ହେବ ଏବଂ ସାଧାରଣ ଲୋକ ଲାଭ ପାଇବା ସ୍ୱାଭାବିକ l ବଡ଼ ବଡ଼ିଆଙ୍କୁ ବଞ୍ଚାଇବା ଓ ଟାଟା ପାୱାର ସ୍ୱାର୍ଥରେ ବ୍ୟାଘାତ ଆସିବାରୁ ଅଦୃଶ୍ୟ ଶକ୍ତି ଚାପରେ ଶ୍ରୀ ଜେନା ଇସ୍ତଫା ଦେଇଛନ୍ତି ବୋଲି ଉପଭୋକ୍ତା ମହାସଂଘ ଅଭିଯୋଗ କରିଛି l ସି ବି ଆଇ ତଦନ୍ତ ହେଲେ ସତ ସାମ୍ନାକୁ ଆସିବ l ସେହିପରି ବର୍ତମାନ ଯେଉଁ ପାୱାର କଟ ହେଉଛି ସେଥିପାଇଁ ରାଜ୍ୟରେ ଥିବା ଷ୍ଟେଟ ଲୋଡ଼ ଡେସ୍ପାଚ ସେଣ୍ଟର ର ଡାଇରେକ୍ଟର ସମ୍ପୂର୍ଣ ଦାୟୀ l ସେ ସଠିକ ଆକଳନ ନଦେଇ କର୍ପୋରେଟ ଅଧୀନରେ ଥିବା ପାୱାର ପ୍ଲାଣ୍ଟ ସ୍ୱାର୍ଥରେ କାର୍ଯ୍ୟ କରୁଛନ୍ତି ବୋଲି ମହାସଂଘ ଅଭିଯୋଗ କରୁଛି l ତାଙ୍କର ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ସଂକ୍ରାନ୍ତରେ ମଧ୍ୟ ଅନେକ ତ୍ରୁଟି ଥୁବା ବେଳେ ସବୁ ନିୟମ ଭାଙ୍ଗି କାହିଁକି, କାହା ସ୍ୱାର୍ଥରେ ଏବଂ କାହା ଛତ୍ର ଛାୟରେ ତାଙ୍କ ନିଯୁକ୍ତି କୁ ବାରମ୍ବାର ନବୀକରଣ ହୋଇଛି ବୋଲି ପ୍ରଶ୍ନ କରିଛି ମହାସଂଘ l ଆଜିର ସାମ୍ବାଦିକ ସମ୍ମିଳନୀ ରେ ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ, ସାଧାରଣ ସମ୍ପାଦକ ପ୍ରସନ୍ନ ବିଷୋୟୀ, ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର, କଟକ ସଭାପତି ଅକ୍ଷୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ l
