
ମୃତ୍ୟୁ ହାତ ପାହାନ୍ତରେ ,ଟାଟା କମ୍ପାନୀର ବିଦ୍ୟୁତ ବିଭାଗ ସମ୍ପୂର୍ଣ ବିଫଳତା ( ବିନୋଦ ବିହାରୀ ସାହୁ )
ଧର୍ମଶାଳା ବିଦ୍ୟୁତ ବିଭାଗକୁ ଟାଟା କମ୍ପାନୀ ପରିଚାଳନା କରିବାପରେ ଏହାର ଭିତିଭୂମି ବିକାଶ ହୋଇ ପାରିବ ବୋଲି ଆଶା କରାଯାଇଥିଲା । ପୁରୁଣା ବିପଦ ପୁର୍ଣ ଭିତ୍ତିଭୂମି ବଦଳରେ ନୂତନ ଭାବରେ ବିପଦ ମୁକ୍ତ ବିଦ୍ୟୁତ ସରବରାହ ହେବ ବୋଲି ଲୋକମାନେ ଭାବୁଥିଲେ । କିନ୍ତୁ ପରିତାପର ବିଷୟ ଆଜିବି ବହୁତ ସ୍ଥାନରେ ବିପଦ ସଂକୁଳ ଅବସ୍ତାରେ ବିଦ୍ୟୁତ ଯୋଗାଣ ହେଉଛି। ବିଭାଗୀୟ ଯନ୍ତ୍ରୀ ମାନେ ଲୋକଙ୍କର ମୌଳିକ ସୁବିଧାକୁ ଦୃଷ୍ଟିରେ ନରଖି କେବଳ ଟାଟା କମ୍ପାନୀ ବିଦ୍ୟୁତ ବିଭାଗକୁ ଲାଭ ଖୋର କରିବା ପାଇଁ ଦୃଷ୍ଟି ଦେଉଛନ୍ତି ସେଭଳି ନିଛକ ଚିତ୍ର ଦେଖିବାକୁ ମିଳିଛି ଧର୍ମଶାଳା ବ୍ଲକ ୧୬ ନଂ ଜାତୀୟ ରାଜପଥର ପାର୍ଶ୍ଵରେ ଜାରକା ବାଇପାସ ରାସ୍ତା କଡରେ ଦୀର୍ଘ ବର୍ଷ ହେବ ଅନେକ ସ୍ଥାନରେ ମୁକୁଳା ଟ୍ରାନ୍ସଫର୍ମର ବିପଦକୁ ଡାକୁଛି । ଦୁଃଖର ବିଷୟ ଏହି ଟ୍ରାନ୍ସଫରମର ଅତି ବିପଦ ପୁର୍ଣ ଭାବରେ ରାସ୍ତା ଠାରୁ ମାତ୍ର ୨ ଫୁଟ ଉଚ୍ଚତାରେ ହାତ ପାନ୍ତାରେ କାହାର କେତେବେଳେ ଜୀବନ ଜୀବ କହି ହେବନାହିଁ । ବିଦ୍ୟୁତ କଟାଉଟ ସବୁ ଖୋଲାରେ ସଂଯୋଗ କରାଯାଇଛି । ଏହି ରାସ୍ତାରେ ସବୁ ସମସମୟରେ ସକାଳୁ ରାତିଯାଏ ଗାଡି ମଟର ପଥଯାତ୍ରୀ ତଥା ଏଠାକାର ବୟସ୍କ ଲୋକମାନେ ସକାଳ ଭ୍ରମଣରେ ଯିବା ଆସିବା କରିଥାନ୍ତି। ଛୋଟ ଛୋଟ ପିଲାମାନେ ଚାଲିକରି କିମ୍ବା ସାଇକଲ ଯୋଗେ ସ୍କୁଲ,କଲେଜକୁ ଗମନା ଗମନ କରିଥାନ୍ତି । ତାହା ସହିତ ସବୁବେଳେ ଗାଇ ଗୋରୁ, ଛେଳି ମେଣ୍ଢା, ବୁଲା କୁକୁର, ବୁଲା ଷଣ୍ଢ, ଅନେକ ଜୀବ ଜନ୍ତୁ ସେହି ରାସ୍ତାରେ ଯିବା ଆସିବା କରିଥାନ୍ତି। ଟ୍ରାନ୍ସଫର୍ମର ଚତୁଃପାର୍ଶ୍ଵରେ କୌଣସି ସୁରକ୍ଷା ବ୍ୟବସ୍ତା କରାଯାଇ ନାହିଁ। କଟାଉଟ କନେକ୍ସନ ସବୁ ବିଦ୍ୟୁତ ଖୁଣ୍ଟରେ ଉଚ୍ଚତାରେ ଲଗାଯାଇ ନାହିଁ। ବିଭାଗୀୟ କର୍ମଚାରି ମାନେ ସେହି ରାସ୍ତାରେ ସବୁବେଳେ ଯିବା ଆସିବା କରୁଛନ୍ତି। ସବୁ ଦେଖି ନଦେଖିଲା ଭଳି ରହୁଛନ୍ତି।ଏହି ଖାମଖିଆଲି ନୀତିଯୋଗୁ କେତବେଳେ ଦୁର୍ଘଟଣା ଘଟି ନିରୀହ ଜୀବନ ଚାଲିନଯିବ କେହି କହି ପାରିବେ ନାହିଁ। ଟାଟା କମ୍ପାନୀରେ କ୍ଷେତ୍ରୀୟ କର୍ମଚାରୀଙ୍କୁ ଲୋକମାନେ ଏବାବଦରେ ଅବଗତ କରିଥିଲେ ସୁଦ୍ଧା ଏହା ଉପରେ କେହି ଦୃଷ୍ଟି ଦେଉ ନାହାନ୍ତି । ସବୁଠାରୁ ଗୁରୁତ୍ତ୍ୱପୁର୍ଣ କଥା ହେଲା ଧର୍ମଶାଳା ବ୍ଲକର l ବହୁ ଜାଗାରେ ବିପଦ ସଂକୁଳ ଅବସ୍ତାରେ ମୁକୁଳା ଟ୍ରାନ୍ସଫର୍ମର ଓ ପୁରୁଣା ତାର ରାସ୍ତାରେ ଓଳିଥିବାର ଦେଖିବାକୁ ମିଳୁଛି। ସେଥିପ୍ରତି ବିଭାଗୀୟ ଯନ୍ତ୍ରୀ ମାନଙ୍କର ତିଳେ ମାତ୍ର ଦୃଷ୍ଟି ଦେଉନାହାନ୍ତି। ତେଣୁ ଏଠାରେ ବିପଦମୁକ୍ତ ବିଦ୍ୟୁତ ଭିତିଭୂମି ତଥା ଯୋଗାଣ ଏକାନ୍ତ ଆବଶ୍ୟକ ଏଠାକାର ଜନସାଧାରଣ ଦାବି ରଖିଛନ୍ତି।
