
ଧର୍ମଶାଳା ୨୦/୩ ( ବିନୋଦ ସାହୁଙ୍କ ରିପୋର୍ଟ ) ମାଡି ଆସୁଛି ଗ୍ରୀଷ୍ମଋତୁ ଏହାକୁ ନେଇ କିପରି ପ୍ରଶାସନ ସଜାଗ ରହୁଛି ତଥା ଲୋକଙ୍କ ପାନୀୟ ଜଳ ସମସ୍ୟାକୁ ଦୂର କରି ପାରୁଛି। ତାହା ଏହି ଅଞ୍ଚଳ ପାଇଁ ପ୍ରଶ୍ନବାଚି ସୃଷ୍ଟି କରୁଛି। ଧର୍ମଶାଳା ବ୍ଲକ ଜାରକା, କୁମାରୀ, ଗଙ୍ଗାଧର ପୁର, ହରିଦାସପୁର, ଚହଟା, ଏହିପରି ଅନେକ ପଞ୍ଚାୟତରେ ଦିନକୁ ଦୀନ ବାହାର ରାଜ୍ୟରୁ ଜିଲ୍ଲା ବାହାରୁ ବହୁ ମାତ୍ରରେ ଶହ ଶହ ପରିବାର ଆସି ଏଠାରେ ଗୃହ ନିର୍ମାଣ କରି ବସବାସ କରିବା ସହିତ ପାନୀୟ ଜଳ ପାଇଁ ମାଳ ମାଳ ବୋରୱେଲ ଖୋଳା ଯାଉଛି। ତାହା ସହିତ ଏଠାରେ ରାମକୋ କମ୍ପାନୀ ସିମେଣ୍ଟ କାରଖାନା ନିର୍ମାଣ କରି ତାର ସମସ୍ତ ଜଳର ଆବଶ୍ୟକ ପାଇଁ ବହୁତ ଗୁଡିଏ ବୋରିଂ ଖୋଳାଯାଇଛି । ସେଥିପାଇଁ ଭୁତଳ ଜଳସ୍ତର ଦିନକୁ ଦୀନ କମିବାର ଲାଗିଛି। ସେଥିଯୋଗୁ ଏଠାରେ ରହିଥିବା କୂଅ, ପୋଖରୀ, ବ୍ରାହ୍ମଣୀ ନଦୀ, ନାଳ, ପାଟ, ଗଡିଆ, ଖାଲ, ଖମା, ସବୁ ଗ୍ରୀଷ୍ମଋତୁ ଆସିବା ଆଗରୁ ସୁଖୀ ଗଲାଣି ସେଥିପାଇଁ ସାଧାରଣରେ ଏଠାରେ ଜନସାଧାରଣ, ଗୃହ ପାଳିତ ପଶୁ, ପକ୍ଷୀ,ଯିବ, ଜନ୍ତୁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି। ବହୁ ଜାଗାରେ ନଳକୂପ ଗୁଡିକ ପାଣି ନଆସିବାରୁ ଅକାମି ହୋଇ ପଡ଼ି ରହିଛି। ଏହି ବୋରିଂ ପାଇଁ ପ୍ରଶାସନ ଯଦି କିଛି କଟକଣା ନକରନ୍ତି ଆଗକୁ ପାନୀୟ ଜଳର ସଙ୍କଟ ମହାମାରୀ ରୂପ ନେବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ବିଧାୟକ ହିମାଂଶୁ ଶେଖର ସାହୁଙ୍କର ଉଦ୍ୟମରେ ଜାନୁଆରୀ ମାସରୁ ବ୍ଲକର ସବୁ ପଞ୍ଚାୟତକୁ ଅଂଶୁମାନ ଚାରିଟେବୁଲ ଟ୍ରଷ୍ଟ ସହାୟତାରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଛି। ଆରଡବ୍ଲ୍ୟୁଏସଏସ ଓ ପଂଚାୟତରାଜ ବିଭାଗ ଦ୍ୱାରା ନଳକୂପ ଖନନ,ପାଇପ ମାଧ୍ୟମରେ ଯେଉଁ ପାଣି ଗାଁକୁ ପାନୀୟ ଜଳ ଯୋଗାଣ କରାଯାଉଥିଲେ ମଧ୍ୟ ତାହା ଲୋକଙ୍କର ଆବଶ୍ୟକ ଅନୁଯାଇ ସଠିକ ରୂପାୟନା ହୋଇପାରୁନାହିଁ ବୋଲି ଅଭିଯୋଗ ହେଉଛି। ଭୁତଳ ଜଳସ୍ତର ବଢାଇବା ପାଇଁ ପୋଖରୀ ଖୋଲିବା, ଆଡିବନ୍ଧ ଦେବା, ପ୍ରଚୁର ବୃକ୍ଷ ରୋପଣ ଆଦି ଦୀର୍ଘ ମିଆଦି ଯୋଜନା ମାଧ୍ୟମରେ ବର୍ଷା ଜଳକୁ ସଞ୍ଚୟ କରାଯାଇପାରନ୍ତ। କିନ୍ତୁ ବର୍ଷାଜଳ ସଞ୍ଚୟ ପରିବର୍ତ୍ତେ ଗାଡ଼ିଆ, ପୋଖରୀ ଖାଲ ପୋତାଯାଇ ଗୃହ ନିର୍ମାଣ କରାଯାଉଥିବା ଦେଖିବାକୁ ମିଳୁଛି। ତେଣୁ ବର୍ଷାଜଳ ସଞ୍ଚୟ ନହୋଇ ନିମ୍ନଗାମୀ ହୋଇ ବୋହିଯାଉଛି। ଧର୍ମଶାଳା ଅଞ୍ଚଳ ବାସୀଙ୍କ ଜୀବନ, ଜୀବିକା କୁହା ଯାଉଥିବା ମୁଖ୍ୟ କୁମାରୀ ପାଟ ଓ ପୋତି ହୋଇଯାଇଥିବାରୁ ସେଗୁଡିକ ପୁନର ଉଦ୍ଧାର ପାଇଁ ପୂର୍ବ ସରକାର ସମୟରେ ଯେଉଁ ଅନୁଦାନ ଆସୁଥିଲା ତାହା ଧର୍ମକୁ ଆଖିଠାର ପରି ଠିକାଦାରଙ୍କୁ ପୋଷିବା ସାର ହଉଥିଲା । ଲୋକମାନେ ସେହି ଜଳାଶୟରେ ନିଜର ନିତ୍ୟକର୍ମ ରୂପେ ବ୍ୟବହାର କରିବା ସହିତ ଗୋରୁଗାଇ, ଯିବ ଜନ୍ତୁ, ସମସ୍ତଙ୍କର ପାନୀୟ ଜଳରୁପେ ବ୍ୟବହାର କରୁଥିଲେ। ଏଠାରେ ରହିଥିବା ବ୍ରାହ୍ମଣୀ ନଦୀ ଶୁଖିଯାଇ ବାଲୁକା ମରୁଭୂମି ସୃଷ୍ଟି ହୋଇ ପଡିବାରୁ ସେଥିରେ ମଧ୍ୟ ଆଉ ପାଣି ରହୁନାହିଁ। ଧର୍ମଶାଳା ଅଞ୍ଚଳରେ ଜାନୁଆରୀ ମାସଠାରୁ ଉତ୍କଟ ଜଳ ସଙ୍କଟ ଦେଖା ଯାଉଛି । ତେଣୁ ଏହି ଅସୁବିଧାକୁ ଦୃଷ୍ଟରେ ରଖି ସରକାର ଏହାର ସ୍ଥାଇ ପ୍ରତିକାର ବ୍ୟବସ୍ତା କରିବାପାଇଁ ବିଭିର୍ନ ମହଲରେ ଦାବି ହେଉଛି।
